ପିଆଜ ଦର ବୃଦ୍ଧିକୁ ନେଇ ଆପ୍ ସାଂସଦଙ୍କ ଅଭିନବ ପ୍ରତିବାଦ, ସଂସଦ ବାହାରେ ପିଆଜ ମାଳ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ, ୦୩| ୧୨:   ଦେଶରେ ହୁହୁ ହୋଇ ବଢି ଚାଲିଥିବା ପିଆଜ ଦର ସାଧାରଣ ଜନତାଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ବିଭିନ୍ନ ରାଜନୈତିକ ଦଳ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି। ଆଜି ଆମ ଆଦମୀ ପାର୍ଟିର ସାଂସଦ ସଂଜୟ ସିଂ ଓ ସୁଶିଲ ଗୁପ୍ତା ସଂସଦ ପରିସରରେ ଏହି ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ସେମାନେ ବେକରେ ପିଆଜ ମାଳ ପକାଇଥିବା ଦେଖିବାକୁ ମିଳିଥିଲା।

ଦିଲ୍ଲୀରେ କେଜ୍ରିଓ୍ୱାଲ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପିଆଜ ଦାମକୁ ନେଇ ଟ୍ୱିଟରରେ ଶିତଳ ଯୁଦ୍ଧ ଜାରି ରହିଛି। ଲଗାତାର ଭାବେ ଆମ ଆଦମୀ ପାର୍ଟିର ନେତା ଓ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ମଧ୍ୟରେ ସୋସିଆଲ ମିଡିଆରେ ତୁତୁମେଁମେଁ ମଧ୍ୟ ଦେଖିବାକୁ ମିଳୁଛି।

ଆମ ଆଦମୀ ପାର୍ଟି ନେତାଙ୍କ ତରଫରୁ ପିଆଜରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ଆପ୍ ସାଂସଦ ସଂଜୟ ସିଂ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ପାଶ୍ୱାନ ୩୨ ହଜାର ଟନ୍ ପିଆଜ ପଚିଯାଇଥିବା କହିଥିଲେ। ଯଦି ପିଆଜ ପଚିଯାଉଥିଲା ତେବେ ଜନତାଙ୍କୁ କଣ ପାଇଁ ଦିଆଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରିକି ଏଥିରେ ସେ ଦୁର୍ନୀତିର ଗନ୍ଧ ବାରି ପାରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେ ଏହି ମାମଲାର ତଦନ୍ତ ଦାବି କରିବା ସହ ସଂସଦ ବାହାରେ ପିଆଜ ମାଳ ଧାରଣ କରି ବିକ୍ଷୋଭ କରିଛନ୍ତି।

   ସମ୍ବନ୍ଧିତ ଖବର


କଥାକୁହା ବିଲେଇ କହୁଛି ଇଂଲିଶ୍, ଭିଡିଓ ଭାଇରାଲ

ଉନ୍ନାଓ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ବିଧାୟକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ବିଜେପି ସାଂସଦ ସାକ୍ଷୀ ମହାରାଜ ହେଲେ ଟ୍ରୋଲ, ପ୍ରିୟଙ୍କା ଗାନ୍ଧି ଦେଲେ ଏଭଳି ପ୍ରତିକ୍ରିୟା

ପୋକସୋ ଆକ୍ଟ ନେଇ ରାଷ୍ଟ୍ରପତିଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ, ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ଆବେଦନରୁ ବାଦ୍ ଦିଆଯାଉ

ଏଣିକି ପୋଷ୍ଟମ୍ୟାନ୍ ଓ ଗ୍ରାମୀଣ ଡାକ ସେବକ ବିକ୍ରି କରିବେ ଇନସ୍ୟୁରାନ୍ସ ପଲିସି, ଗାଇଡଲାଇନ୍ ଜାରି