ଆଶାକର୍ମୀଙ୍କ ଇନସେନଟିଭ୍ ରାଶି ୧୦ ଲକ୍ଷ ଟଙ୍କା ହଡପ, ଅଧିକାରୀ ନୀରବ

ପଦ୍ମପୁର ୧୮/୮:  ବରଗଡ଼ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧ ବ୍ଲକର ଡଭା ସିଏଚସି ଅଧିନରେ କାର୍ଯ୍ୟରତ ୭୨ ଜଣ ଆଶାକର୍ମୀଙ୍କ  ୫ ମାସର ଇନଟେନସିଭ ଟଙ୍କା ପାଖାପାଖି ୧୦ ଲକ୍ଷ ଟଙ୍କା ହଡପ ହୋଇ ଯାଇଛି  ।  ୨୦୧୯ ବର୍ଷ ଏପ୍ରିଲ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଆଶା କର୍ମୀ ମାନଙ୍କ ଡଭା ସିଏଚସିକୁ ଇନଟେନସିଭ ବାବଦକୁ ଆସିଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ଆଶାକର୍ମୀମାନଙ୍କ ଏକାଉଣ୍ଟରେ ଜମା ନ କରି ଡଭା ସିଏଚସିର ଜନୈକ ଆକାଉଣ୍ଟେନ ଶ୍ରୀ ଅଭୟ ସିଦ୍ଧାର ହଡପ କରି ଦେଇଥିବାର ଗୁରୁତର ଅଭିଯୋଗ ଆସିଛି  ।

କାର୍ଯ୍ୟରତ ୭୨ ଜଣ ଆଶା କର୍ମୀ ଏ ସଂପର୍କରେ ଡଭା ସିଏଚସିର ଅଧିକାରୀ ଓ ବରଗଡ଼ ସିଡିଏମଓଙ୍କୁ ବାରମ୍ବାର ଜଣାଉଥିଲେ ମଧ୍ୟ ଏ ଦିଗରେ ଅଧିକାରୀମାନେ କୌଣସି ପଦକ୍ଷେପ ନ ନେଇ ନିରବ ରହୁଛନ୍ତି କେବଳ ଟଙ୍କା ପାଇବ ବୋଲି ପ୍ରତିଶୃତି ଦେଉଛନ୍ତି  । ଇତି ମଧ୍ୟରେ ଏକାଉଣ୍ଟେନ ଶ୍ରୀ ସିଦ୍ଧାର ବଦଳି ହୋଇ ତାଳପାଲି ସିଏଚସିରେ କାର୍ଯ୍ୟରତ  । ଡବା ସିଏଚସି ଇନଚାର୍ଜ ଡା ମଧୁମିତା ମେହେରଙ୍କୁ ପଚାରିବାରୁ ଆଶା କର୍ମୀଙ୍କ  ଟଙ୍କା ହଡପ ହୋଇଥିବା ସ୍ୱୀକାର କରିବା ସହ ବରଗଡ଼ ସିଡିଏମଙ୍କୁ ଜଣାଇଥିବା କହିଛନ୍ତି  । ଟୁହୁଙ୍ଗିଦାଦର ଗ୍ରାମର  ଆଶା କର୍ମୀ ଶ୍ରୀ ମତୀ ସୁଷମା ବାରିକ ନୁଆଁଖାଇ ପୂର୍ବରୁ ଆଶା କର୍ମୀଙ୍କୁ ଟଙ୍କା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ  ଅନୁରୋଧ କରିଛନ୍ତି  । ଆଶା କର୍ମୀମାନଙ୍କ ଦରମା ନଥିବାବେଳେ କେବଳ ଏହି ପ୍ରହୋତ୍ସାନ ରାଶି ଉପରେ ନିର୍ଭର କରି ଚଳିଥାନ୍ତି  ।

   ସମ୍ବନ୍ଧିତ ଖବର


ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର

ଯୁବ ଇଂଜିନିୟର୍‌ଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ଯୁବତୀଙ୍କ ହଷ୍ଟେଲ୍‌ ସମ୍ମୁଖରେ ହାଲ୍ଲାବୋଲ କରିବାରୁ ନିସ୍ତୁକ ଛେଚିଲେ ଦେଖଣାହାରୀ

ଟ୍ରକ୍‌କୁ ପଛରୁ ପିଟିଲା ବୋଲେରୋ, ୫ ବରଯାତ୍ରୀ ଗୁରୁତର

ରାସଗୋବିନ୍ଦପୁର ବନାଞ୍ଚଳ ରାସ୍ତାରୁ ୨୦୦ ଗ୍ରାମର ଭଙ୍ଗା ହାତୀ ଦାନ୍ତ ଉଦ୍ଧାର

ଚିକେନ୍‌ ରାନ୍ଧି ଅପେକ୍ଷା କରିଥିଲା ସ୍ତ୍ରୀ, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ସ୍ୱାମୀର ଜୀବନ