ଜାପାନରେ କରୋନାଠୁ ବି ବଡ ବିପଦ, ଲଗାତର ମରୁଛନ୍ତି ଲୋକ

ଟୋକ୍ୟେ ୩୦/୧୧: ସାରା ବିଶ୍ୱ ଏବେ କରୋନା ବିରୁଦ୍ଧରେ ଲଢେଇ କରୁଛି । କିନ୍ତୁ ଜାପାନରେ ଏବେ କରୋନାଠୁ ମଧ୍ୟ ବଡ ସଙ୍କଟ ଦେଖାଦେଇଛି । ଏହି ସଙ୍କଟଟି ହେଉଛି ଆତ୍ମହତ୍ୟା । କରୋନା ମହାମାରୀଠୁ ମଧ୍ୟ ଏହା ତୀବ୍ର ଗତିରେ ମାଡିଚାଲିଛି । ଜାପାନରେ ଏବେ କରୋନାରେ କମ୍ କିନ୍ତୁ ଆତ୍ମହତ୍ୟାରେ ଅଧିକ ଲୋକ ମରୁଛନ୍ତି ।

ଜାପାନର National Police Agency ତରଫରୁ ଜାରି କରାଯାଇଥିବା ଆକଳନ ଅନୁସାରେ ସେଠାରେ ଅକ୍ଟୋବରରେ ଯେତେ ଲୋକ କରୋନାରେ ମରିଛନ୍ତି  ତାଠୁ ଅଧିକ ଆତ୍ମହତ୍ୟାରେ ମରିଛନ୍ତି । ଜାପାନରେ ଏପର୍ଯ୍ୟନ୍ତ କରୋନାରେ ୨୦୮୭ ଲୋକଙ୍କ ମୃତ୍ୟୁ ହୋଇଛି । କିନ୍ତୁ କେବଳ ଅକ୍ଟୋବର ମାସରେ ୨୧୫୩ ଜଣ ଆତ୍ମହତ୍ୟାରେ ଜୀବନ ହାରିଛନ୍ତି ।

ଲକଡାଉନର ପ୍ରଭାବ
ଆତ୍ମହତ୍ୟାରେ ମୃତ୍ୟୁ ସଂଖ୍ୟା ବଢିବାରେ ଏକ କାରଣ ସାଜିଛି ଲକଡାଉନ । ଲୋକମାନେ ନିରାଶ ହୋଇ ଆତ୍ମହତ୍ୟା କରୁଛନ୍ତି । କରୋନା ସଂକ୍ରମଣରେ ଲୋକମାନେ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି କିନ୍ତୁ ମାନସିକ ଦୁଶ୍ଚିନ୍ତା ଭିତରୁ ବାହାରିନପାରି ଲୋକମାନେ ଜୀବନ ହାରିଛନ୍ତି ।

ଜାପାନରେ ୨ ଥର ଲାଗିଛି ଲକଡାଉନ
ଜାପାନ ସରକାର କରୋନା ଉପରେ ନିୟନ୍ତ୍ରଣ ପାଇଁ ଏପର୍ଯ୍ୟନ୍ତ ୨ ଥର ଲକଡାଉନ ଲଗାଇ ସାରିଛନ୍ତି । ମନୋବୈଜ୍ଞାନିକଙ୍କ ଅନୁସାରେ ଭାରତ, ଇଟଲୀ, ପାକିସ୍ତାନ, ଅଷ୍ଟ୍ରେଲିଆ ଭଳି ଦେଶ ତୁଳନାରେ ଜାପାନରେ ଲଗାଯାଇଥିବା ଲକଡାଉନ ଏତେ କଡା ନଥିଲା । ତଥାପି ଦେଶରେ ଲୋକମାନେ ଉଦାସ, ନିରାଶ ହତୋତ୍ସାହିତ ହୋଇ ଆତ୍ମହତ୍ୟା କରିଛନ୍ତି ।  ସାମାଜିକ ଦୂରତା ବଢିବାରୁ, କେହି ପରସ୍ପର ଭେଟ ନହେବାରୁ, ରାସ୍ତା ଘାଟ ଆଦି ବନ୍ଦ ରହିବାରୁ ଓ ଲକଡାଉନର ଅନେକ କାରଣ ସମସ୍ତଙ୍କୁ ଚାପଗ୍ରସ୍ତ କରିଛି । ଏଭଳି କ୍ଷେତ୍ରରେ ଆତ୍ମହତ୍ୟା ମାମଲା ମଧ୍ୟ ବଢିଥିବା ଦେଖିବାକୁ ମିଳିଛି । ଏକ ଅଧ୍ୟୟନରୁ ଜଣାପଡିଛି କି ଆତ୍ମହତ୍ୟା କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ ।