ଆୟୁଷ ଶର୍ମାଙ୍କ ଅପୋଜିଟ୍‌ରେ ସ୍କ୍ରିନ୍‌ ଶେୟାର କରିବେ ‘ମାନ୍‌ଝା’ ଗର୍ଲ : ଫାଷ୍ଟ୍‌ ଲୁକ୍‌ ଦେଖି ଦର୍ଶକ କହିଲେ…

ମୁମ୍ବାଇ ୫।୩ : ସଲମାନ ଖାନ୍‌ଙ୍କ ସହ ବଲିଉଡ୍‌ରେ ସଫଳତାପୂର୍ବକ ପାଦ ଥାପିବା ପରେ ଏକ ମ୍ୟୁଜିକ୍‌ ଭିଡିଓକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ସାଇ ମଞ୍ଜରେକର । ‘ମାନ୍‌ଝା’ ନାମକ ମ୍ୟୁଜିକ୍‌ ଭିଡିଓରେ ଆୟୁଷ ଶର୍ମାଙ୍କ ଅପୋଜିଟ୍‌ରେ ସେ ସ୍କ୍ରିନ୍‌ ଶେୟାର କରିଛନ୍ତି । ଆୟୁଷଙ୍କୁ ମଧ୍ୟ ସଲମାନ ଫିଲ୍ମ ‘ଲଭ୍‌ରାତ୍ରି’ ଜରିଆରେ ବଲିଉଡ୍‌ରେ ଲଞ୍ଚ କରିଥିଲେ ।

ଏହି ନୂଆ ଯୋଡ଼ି ଏବେ ଇଣ୍ଡଷ୍ଟ୍ରି ଓ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ନୂଆ ଭିଡିଓ ମାଧ୍ୟମରେ । ଏ ନେଇ ସାଇ ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ‘ମାନ୍‌ଝା’ର ଫାଷ୍ଟ ଲୁକ୍‌ ପୋଷ୍ଟର ଶେୟାର କରିଛନ୍ତି ।

ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି । ପୋଷ୍ଟରରେ ସାଇ ଓ ଆୟୁଷ ଛାତ ଉପରେ ବସି ଗୁଡ଼ି ଉଡ଼ାଉଥିବାର ନଜର ଆସିଛନ୍ତି । ସାଇ ଲାଲ-ଧଳା ପାରମ୍ପରିକ ପୋଷାକରେ ଖୁବ୍‌ ସୁନ୍ଦର ଓ ଆକର୍ଷଣୀୟ ଦିଶୁଛନ୍ତି ।

ଅନ୍ୟପକ୍ଷେ, ଆୟୁଷ ଟି-ସାର୍ଟ, ନୀଳ ଜ୍ୟାକେଟ୍‌ ଓ କଳା ପ୍ୟାଣ୍ଟରେ ବେଶ ହ୍ୟାଣ୍ଡସମ୍‌ ଦିଶୁଛନ୍ତି । ପ୍ରଥମ ଥର ସାଇ ଓ ଆୟୁଷ ଏକାଠି ସ୍କ୍ରିନ୍‌ ଶେୟାର କରୁଥିବାରୁ ଉଭୟ ଭିଡିଓକୁ ନେଇ ବେଶ ଆଶାବାଦୀ ।

ଦୁହିଁଙ୍କ ଫାଷ୍ଟ୍‌ ଲୁକ୍‌କୁ ଦର୍ଶକ ଫ୍ରେଶ୍‌ ଓ ଗର୍ଜିୟସ୍‌ ବୋଲି କହିଛନ୍ତି । ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ସଲମାନ ଖାନ୍‌ ଷ୍ଟାରର୍‌ ‘ଦବଙ୍ଗ-୩’ରେ ସାଇ ନଜର ଆସିଥିଲେ ବଡ଼ ପରଦାରେ । ଫିଲ୍ମକୁ ଦର୍ଶକ ମହଲରେ ମିଶ୍ର ପ୍ରତିକ୍ରିୟା ମିଳିଥିବାବେଳେ ସାଇଙ୍କୁ ସମୀକ୍ଷକମାନେ ଖୁବ୍‌ ପସନ୍ଦ କରିଥିଲେ ।

   ସମ୍ବନ୍ଧିତ ଖବର


ଅକ୍ଷୟଙ୍କ ପୁଣି ଆଉ ଏକ ରେକର୍ଡ

ଡ୍ରଗ୍ସ ମାମଲା: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ମିଳିଲା ଜାମିନ୍

ଭାରତୀ ଓ ତାଙ୍କ ସ୍ବାମୀଙ୍କୁ ‘ବେଲ୍‌ ନା ଜେଲ’, ଆଜି ହେବ ଶୁଣାଣି

ପ୍ରଯୋଜକଙ୍କ ନାଁରେ ଅଭିଯୋଗ , ଅଭିନେତ୍ରୀ କହିଲେ – ମୁଁ ବହୁତ ଆଘାତ ପାଇଛି

ଡ୍ରଗ୍ସ ସପ୍ଲାୟରର ମହା ଖୁଲାସା ! ସେକ୍ସ ଇଚ୍ଛା ବଢ଼ାଇବା ଓ ସ୍ଲିମ୍‌ ହେବାକୁ ଅଭିନେତ୍ରୀମାନେ ନେଉଛନ୍ତି ଏହି ନିଶା

ଡ୍ରଗ୍ସ ମାମଲା : କମେଡିଆନ ଭାରତୀ ସିଂହ ଓ ପତି ହର୍ଷଙ୍କୁ ପଠାଗଲା ନ୍ୟାୟିକ ହେପାଜତ , କାଲି ହେବ ଜାମିନ୍‌ ଶୁଣାଣି