PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ୱାର୍ଲଡ ସ୍କିଲ୍‌ ସେଣ୍ଟରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ନିଆଁ ଲାଗି ଜଳିଗଲା ୫ଏକର ଜଙ୍ଗଲ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ଫୁଲବାଣୀ: ନାବାଳିକା ବଳାତ୍କାରୀକୁ ୧୦ ବର୍ଷ ଜେଲଦଣ୍ଡ
  • ||
  • ଫୁଲବାଣୀ: ସରକାରୀ ଅନୁଦାନ ହଡ଼ପ ଅଭିଯୋଗରେ ଦୁଇ ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ
  • ||
  • ଆଣ୍ଟିଲିଆ ବାହାରୁ ମିଳିଲା ସ୍କର୍ପିଓ ମାଲିକଙ୍କ ମୃତଦେହ, କଲାବା ଡ୍ୟାମ୍‌କୁ ଡେଇଁ ମନସୁଖ ହିରନଙ୍କ ଆତ୍ମହତ୍ୟା ସନ୍ଦେହ , ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ୱାନୀଙ୍କ ଘର ଆଣ୍ଟିଲିଆ
  • ||
  • ମୋହନା ବିଡ଼ିଓ ବଂଶୀଧର ଖୋସଲା ନିଲମ୍ୱିତ, କାଜୁ ନିଲାମ ପ୍ରକ୍ରିୟାରେ ହେରଫେର ଅଭିଯୋଗରେ ନିଲମ୍ୱନ କଲା ପଞ୍ଚାୟତିରାଜ ବିଭାଗ
  • ||
  • ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା , ୨ ଦିନିଆ ରିମାଣ୍ଡ ଶେଷ ପରେ ଝାରପଡ଼ା ଜେଲକୁ ଫେରିଲା ଅଭିଯୁକ୍ତ ବିବନ
  • ||
  • ବାଲେଶ୍ୱର: ଏସଏଫଡ଼ିଆର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
  • ||
  • ଶ୍ରୀମନ୍ଦିରର ବିକାଶ ପାଇଁ ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନନ୍ଦପୁର: ଭୁସୁଡ଼ିଲା ସିଡ଼ାପୁଟ ପୋଲ, ୮ ଗ୍ରାମବାସୀ ଯୋଗାଯୋଗରୁ ବିଛିନ୍ନ
  • ||
  • ସ୍କାଏ ଲାଇଟ୍ ଭାଙ୍ଗି ଚନ୍ଦ୍ରଶେଖରପୁର ଥାନାରୁ ଅଭିଯୁକ୍ତ ଚମ୍ପଟ, ଚୋରି ମାମଲାରେ ବୁଧବାର ରାତିରେ ପୁଲିସ ଉଠାଇ ଆଣିଥିଲା
  • ||
  • କଟକ: ପିଲଗ୍ରିମ ରୋଡ ଦାସ ସାହି ବସ୍ତି ଉଚ୍ଛେଦ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • କଟକ: ମହାନଦୀ ପଠାର ୨୪ ଏକର ଜମି ଏସସିବିକୁ ଦିଆଯିବା ମାମଲା। କେନ୍ଦ୍ରୀୟ ଜଳ ଆୟୋଗ ରାଜ୍ୟ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ମହାନଦୀ ପଠାର ୨୪ ଏକର ଜମି ଏସସିବିକୁ ଦିଆଯିବା ମାମଲା। କେନ୍ଦ୍ରୀୟ ଜଳ ଆୟୋଗ ରାଜ୍ୟ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ହାଇକୋର୍ଟ
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରା ଉପରେ କଟକଣା, ୧୦ ତାରିଖ ସକାଳ ୭ଟାରୁ ୧୨ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ପୀଠରେ ଲାଗୁ ହେବ ୧୪୪ ଧାରା
  • ||
  • ଭୁବନେଶ୍ଵର : ଦିଲ୍ଲୀରେ ନୁହେଁ କଟକରେ ଶୁଣାଣି ହେବ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା, ପଟିଆଲା ହାଉସ କୋର୍ଟ ବଦଳରେ କଟକ ଫ୍ୟାମିଲି କୋର୍ଟରେ ଚାଲିବ ମାମଲା
  • ||
  • ଗୁଣପୁର: ପୁଟାସିଂ ଥାନାର ମହିଳା ଆଇଆଇସି ଗଞ୍ଜେଇ ଜବତ ପାଇଁ ଯାଇଥିବା ବେଳେ ଘଟିଲା ଘଟଣା, ବିଳମ୍ବିତ ରାତିରେ ମହିଳା ଅଧିକାରୀକୁ ଆକ୍ରମଣ କଲେ ଶତାଧିକ ଲୋକ, ପୋଡ଼ିଲେ ଜବତ ଗଞ୍ଜେଇ
  • ||
  • ଘଟଗାଁ: ମହିଳା ତାରିଣୀ ଭକ୍ତ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ, ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି
  • ||
  • ଭୁବନେଶ୍ବର: ପଞ୍ଚାୟତିରାଜ ଦିବସ ପାଇଁ ଆଜି ରାଜ୍ୟର ସମସ୍ତ ସ୍କୁଲ , କଲେଜ୍ ଓ ବିଶ୍ଵବିଦ୍ୟାଳୟ ଛୁଟି
  • ||
  • ସମ୍ବଲପୁର: ସମଲେଶ୍ବରୀ ମନ୍ଦିର ପୂଜକଙ୍କ ରାସ୍ତାରୋକ, ମନ୍ଦିରର ମୁଖ୍ୟ ଦ୍ବାର ଖୋଲିବା ସହିତ ମନ୍ଦିରକୁ ପୂଜା ସାମଗ୍ରୀ ଅନୁମତି ଦାବି
  • ||
  • ବଲାଙ୍ଗିର : ଧୋବା ପଡା ଡ୍ରେନରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

କଲେଜ ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ -ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି,୨୫/୧ ଦାରିଙ୍ଗବାଡ଼ି ଥାନା ଅଂଚଳର ଜଣେ କଲେଜ ପଢୁଆ ନାବାଳିକା ଛାତ୍ରୀଙ୍କୁ ଦିନ ଦିପହରେ ଜନୈକ ଯୁବକ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଦାରିଙ୍ଗବାଡ଼ି ଥାନା ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଯୁବକ ଜଣକ ହେଲେ ପାଙ୍ଗାଲି ଗ୍ରାମର ଦିନେସ ନାୟକ(୨୪) । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ଥାନା ଅଂଚଳର ଜଣେ ନାବାଳିକା ଛାତ୍ରୀ ଦାରିଙ୍ଗବାଡ଼ି ସ୍ଥିତ ଡାକ୍ତର ବି,ଆର ଆମ୍ବେଦକର ଜାତୀୟ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷରେ ପାଠ ପଢୁଥିଲେ । ଗତ ୧୮ ତାରିଖ ଦିନ ଛାତ୍ରୀ ଜଣକ ସ୍କୁଲ ଛୁଟି ହେବା ପରେ ଘରକୁ ଫେରୁଥିଲେ ।

କଲେଜ ସାମ୍ନା ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ଅଭିଯୁକ୍ତ ଦିନେସ ବାଇକରେ ଆସି ପ୍ରେମ ନିବେଦନ କରି ଥିଲେ । ପରେ ସେ ଛାତ୍ରୀଙ୍କୁ ଏକ ବାଇକ ଯୋଗେ ଅପହରଣ କରି ନେଇଯାଇଥିଲେ । ପ୍ରଥମେ ଭୁବନେଶ୍ୱର ଓ ପରବର୍ତ୍ତୀ ସମୟରେ ରାୟଗଡା ନେଇ ବହୁବାର ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ ଯୁବକ । ଅପହରଣ ବିଷୟ ଝିଅର ପରିବାର ଲୋକ ଜାଣିବା ପରେ ଝିଅକୁ ଅନେକ ସ୍ଥାନରେ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ପାଇନଥିଲେ । ଶେଷରେ ପରିବାର ଲୋକ ସୋମବାର ଦିନ ବାଧ୍ୟହୋଇ ଦାରିଙ୍ଗବାଡ଼ି ଥାନାର ଆଶ୍ରୟ ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ ମାମଲା ନଂ ୧୨/୨୧ ରୁଜୁ କରି ଏହାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଯୁବକର ଫୋନ ନଂ କୁ ଟ୍ରାକିଂ କରିଥିଲେ । ଏହାପରେ ଯୁବକ ଜଣକ ରାୟଗଡାରେ ଥିବା ନେଇ ଜଣା ପଡିଥିଲା । ଏହା ପରେ ଥାନା ଅଧିକାରୀ କୌଶିକ ମାଝୀ ଓ ଏସଆଇ ସୌମ୍ୟକାନ୍ତ ପଣ୍ଡା ରାୟଗଡା ଯାଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ଛାତ୍ରୀଙ୍କ କହିବା ପ୍ରକାରେ ଦିନରୁ ଅପହରଣ କରିବା ପରେ ଭୟଭୀତ କରାଇ ବହୁବାର ଶାରୀରିକ ସମ୍ପର୍କ ରଖିବା ସହ ଶାରୀରିକ ଅତ୍ୟାଚାର କରୁଥିଲେ ।

ସମ୍ବନ୍ଧିତ ଖବର