PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ବିଜେପିରେ ସାଂସଦ ଅର୍ଜୁନ ସେଠୀ, ପୁଅ ଅଭିମନ୍ୟୁ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ସକାଳେ ବିଜେଡି ଛାଡ଼ିଲେ, ଅପରାହ୍ନରେ ବିଜେପିରେ ଯୋଗଦେଲେ । ଦୀର୍ଘ ବର୍ଷ ଧରି ଭଦ୍ରକ ଜିଲ୍ଲା ବିଜେଡି ରାଜନୀତିରେ ପ୍ରମୁଖ ଭୂମିକା ତୁଲାଉଥିବା ସାଂସଦ ଅର୍ଜୁନ ଚରଣ ସେଠୀ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ସହ ପୁଅ ଅଭିମନ୍ୟୁ ଏବଂ ଭଦ୍ରକ ଜିଲ୍ଲାର ବହୁ ବିଜେଡି ନେତା ମଧ୍ୟ ପଦ୍ମ ଧରିଛନ୍ତି । ବିଜେଡି ଅର୍ଜୁନ କିମ୍ବା ତାଙ୍କ ପୁଅଙ୍କୁ ଦଳୀୟ ଟିକେଟରୁ ବଞ୍ଚିତ କରିବା ପରେ ସେ କ୍ଷୁବ୍ଧ ହୋଇ ଏ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ଟୋପି ଓ ଉତ୍ତରୀୟ ପିନ୍ଧାଇ ଶ୍ରୀ ସେଠୀଙ୍କୁ ସ୍ୱାଗତ କରିବା ସହ ତାଙ୍କ ଯୋଗଦାନ ବିଜେପିକୁ ଅଧିକ ମଜବୁତ କରିବ ବୋଲି କହିଛନ୍ତି । ଓଡ଼ିଶାରେ ପରିବର୍ତ୍ତନ ନିଶ୍ଚିତ ବୋଲି ମଧ୍ୟ ଧର୍ମେନ୍ଦ୍ର ଦମ୍ଭ ବାଢ଼ିଛନ୍ତି ।

ଏହାଛଡ଼ା ପୂର୍ବତନ ସାଂସଦ ମୋହନ ଜେନା, ଭଦ୍ରକର ପୂର୍ବତନ ବିଧାୟକ ମଧୁସୂଦନ ପାଣିଗ୍ରାହୀ, ରଣପୁରର ପୂର୍ବତନ ବିଧାୟକ ପୂର୍ବତନ ବିଧାୟକ ରମେଶ ପଣ୍ଡାଙ୍କ ପୁଅ ସିଦ୍ଧାର୍ଥ ପଣ୍ଡା, ଡ. ମମତା ମହାନ୍ତି ପ୍ରମୁଖ ଦଳରେ ଯୋଗ ଦେଇଛନ୍ତି । ସେମାନଙ୍କୁ ବିଜେପି ନେତୃମଣ୍ଡଳୀ ଦଳକୁ ସ୍ୱାଗତ କରିବା ସହ ଦଳ ଅଧିକ ବଳୁଆ
ହେବ ବୋଲି କହିଥିଲେ । ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ ବିଜେଡି ମୁଖିଆଙ୍କୁ ଭେଟିବାକୁ ଉଦ୍ୟମ କରି ମଧ୍ୟ ସୁଯୋଗ ପାଇନଥିଲେ । ସେ ନବୀନଙ୍କ ନିକଟକୁ ଚିଠି ଲେଖି ଦଳରୁ ଇସ୍ତଫା ଦେବା ସହ ଗଣମାଧ୍ୟମକୁ କହିଲେ, ତାଙ୍କ ପୁଅଙ୍କୁ ଟିକେଟ ଦିଆଯିବ ବୋଲି ନିଜେ ନବୀନ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଘୋଷଣା ବେଳକୁ କାହାକୁ ମିଳିଲାନି । ଏହା ତାଙ୍କୁ ମର୍ମାହତ କରିଛି । ଦଳ ବହୁ ଅଯୋଗ୍ୟ ଲୋକଙ୍କୁ ଟିକେଟ୍‌ ଦେଇଛି, ମାତ୍ର ତାଙ୍କୁ ଅଣଦେଖା କରିବା ପଛରେ ଷଡ଼ଯନ୍ତ୍ର ଅଛି । ବିଜେଡି ବିଜୁବାବୁଙ୍କ ଆଦର୍ଶରୁ ଦୂରେଇ ଯାଇଛି ବୋଲି ଶ୍ରୀ ସେଠୀ ଅଭିଯୋଗ କରିବା ସହ ଅପରାହ୍ନରେ ବିଜେପି କାର୍ଯ୍ୟାଳୟକୁ ଯାଇ ପଦ୍ମ ଧରିଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ଅର୍ଜୁନ ବାବୁ କେବଳ ଜଣେ ରାଜନୈତିକ ବ୍ୟକ୍ତିତ୍ୱ ନୁହନ୍ତି, ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ କେନ୍ଦ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ । ସେ ଆଜି ଯେଉଁ ନିଷ୍ପତ୍ତି ନେଲେ ଓଡ଼ିଶାର ରାଜନୈତିକ ସମୀକରଣରେ ଏହା ବଡ଼ ସଂକେତ । ଆଗକୁ ଓଡ଼ିଶାରେ ଯେ ପରିବର୍ତ୍ତନ ହେବ ତା’ର ଝଲକ ଦେଖିବାକୁ ମିଳିଲାଣି । ଏହି ମିଶ୍ରଣ ପର୍ବରେ ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ପ୍ରତାପ ଷଡ଼ଙ୍ଗୀ, ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର