ଯୁବପୀଢିଙ୍କ ମଧ୍ୟରେ ଲୋକପ୍ରିୟ ହେଲା ଅଭିନନ୍ଦନଙ୍କ ନିଶ ଷ୍ଟାଇଲ

ନୂଆଦିଲ୍ଲୀ,୩।୩: ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନରୁ ମୁକ୍ତ ହୋଇ ଭାରତ ଫେରିଆସିଛନ୍ତି। ଶତ୍ରୁ ରାଷ୍ଟ୍ରରେ ସାହାସ ଓ ଧର୍ଯ୍ୟ ଦେଖାଇ ସ୍ବଦେଶ ଫେରିଆସିଥିବା ଅଭିନନ୍ଦନ କିନ୍ତୁ ଭାରତୀୟ ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିପାରିଛନ୍ତି। ଆଜିକାଲି ଅଭିନନ୍ଦନଙ୍କ ନିଶ ରଖିବାର ଷ୍ଟାଇଲ ଅଧିକ ଦେଖିବାକୁ ମିଳିଛି ଯୁବପୀଢିଙ୍କ ନିକଟରେ। ଅନେକ ଯୁବକ ଏବେ ତାଙ୍କ ଭଳି ନିଶ ରଖିବାକୁ ପସନ୍ଦ କରୁଛନ୍ତି। ବେଙ୍ଗାଲୁରରେ ରହୁଥିବା ମହମ୍ମଦ ଚାନ୍ଦ ଅଭିନନ୍ଦନଙ୍କ ଭଳି ନିଶ ରଖିଛନ୍ତି। ସେ କହିଛନ୍ତି ମୁଁ ଅଭିନନ୍ଦନଙ୍କ ବହୁତ ବହ ପ୍ରଶଂସକ। ମୁଁ ତାଙ୍କୁ ଅନୁସରଣ କରୁଛି। ମୋତେ ତାଙ୍କର ଷ୍ଟାଇଲ ଖୁବ୍ ପସନ୍ଦ। ସେ ମୋ ପାଇଁ ପ୍ରକୃତ ହିରୋ।
Wing Commander #AbhinandanVarthaman's moustache style getting popular. A Bengaluru local Mohammed Chand says,' I'm his fan, we follow him. I like his style. He is the real hero; I'm happy.' pic.twitter.com/cT7QGXntMs
— ANI (@ANI) March 3, 2019
ଏଠାରେ ଉଲ୍ଳେଖନୀୟ ଯେ ଗତ ୨୬ ଫେବୃଆରୀରେ ଭାରତର ଆତଙ୍କବାଦୀଙ୍କ ଉପରେ ଏୟାରଷ୍ଟ୍ରାଇକର ପରଦିନ ପାକିସ୍ତାନୀ ଯୁଦ୍ଧ ବିମାନ ଭାରତୀୟ ସୀମା ଭିତରକୁ ପ୍ରବେଶ କରି ବୋମା ବର୍ଷଣ କରିଥିଲା। ଭାରତର ପାଲଟା ଆକ୍ରମଣ କରିଥିଲା। ଏହି ସମୟରେ ମିଗ୍-୨୧ ଯୁଦ୍ଧ ବିମାନ ଚଲାଉଥିବା ଅଭିନନ୍ଦନ ପାକିସ୍ତାନର ଏକ ଏଫ୍-୧୬ ଯୁଦ୍ଧ ବିମାନକୁ ଧ୍ବଂସ କରିବାରେ ସଫଳ ହୋଇଥିଲେ। କିନ୍ତୁ ତାଙ୍କର ବିମାନଟି କ୍ରାଶ ହୋଇଯିବା କାରଣରୁ ପାରାସୁଟ୍ ଯୋଗେ ତଳକୁ ଡେଇଁବା ବେଳେ ପାକିସ୍ତାନ ଅଧିକୃତ କଶ୍ମୀରରେ ପଡିଯାଇଥିଲେ। ସେଠାରେ ସ୍ଥାନୀୟ ଲୋକ ତାଙ୍କୁ ମାରପିଟ୍ କରିଥିଲେ। ଏହାପରେ ପାକିସ୍ତାନୀ ସେନା ତାଙ୍କୁ ଗିରଫ କରିଥିଲା। ତେବେ ବିଶ୍ବର ବହୁ ଶକ୍ତିଶାଳୀ ଦେଶଙ୍କ ଚାପ ପରେ ପାକିସ୍ତାନ ଗତ ୧ ତାରିଖରେ ଅଭିନନ୍ଦନଙ୍କୁ ମୁକ୍ତ କରିଥିଲା।