PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓମିକ୍ରନ୍ ଭୟ : ତାମିଲନାଡୁର ଏକ ସ୍କୁଲ୍‌ରେ କରୋନା ଆତଙ୍କ , ୨୫ ପିଲାଙ୍କୁ କୋଭିଡ୍‌ ପଜିଟିଭ୍
  • ||
  • ୨୯ ଦେଶକୁ ମାଡ଼ି ଗଲାଣି ଓମିକ୍ରନ୍ – ପ୍ରେସମିଟ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  • ||
  • ଭାରତରେ ଓମିକ୍ରନ ,କର୍ଣ୍ଣାଟକରୁ ଚିହ୍ନଟ ହେଲେ ୨ ଓମିକ୍ରନ ଆକ୍ରାନ୍ତ , ପ୍ରେସ୍‌ମିଟ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  • ||
  • ତେଲେଙ୍ଗାନାରେ ଚିହ୍ନଟ ହୋଇନି ଓମିକ୍ରନ , ଏ ନେଇ ଖବରକୁ ଖଣ୍ଡନ କଲା ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗ । ବ୍ରିଟେନ୍‌ ଫେରନ୍ତା ମହିଳା କୋଭିଡ୍‌ ପଜିଟିଭ ଚିହ୍ନଟ
  • ||
  • ଭାରତରେ ପ୍ରଥମ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ , ତେଲେଙ୍ଗାନାରୁ ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ , ଆକ୍ରାନ୍ତ ମହିଳାଙ୍କର ବୟସ ୩୫ ବର୍ଷ , ଇଂଲଣ୍ଡରୁ ଫେରିଥିଲେ ସଂପୃକ୍ତ ମହିଳା
  • ||
  • କଟକ: ଗାଡ଼ି ଟଣା ବେଳେ ଫାଇନାନ୍ସ କମ୍ପାନି କର୍ମଚାରୀ ଉପରକୁ ବ୍ଲାଙ୍କ ଫାଇରିଙ୍ଗ୍ ଘଟଣା, ଦୁଇ ଅଭିଯୁକ୍ତକୁ ଧରିବା ପାଇଁ କଟକ ପୋଲିସ ଟିମ୍ ଗଞ୍ଜାମରେ
  • ||
  • ଅମ୍ବାଦଳା: ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ବାଇକ ସହ ୩ ଗିରଫ
  • ||
  • ବ୍ରହ୍ମପୁର: ବିଶିଷ୍ଟ ସିପିଏମ୍ ନେତା ବସନ୍ତ ନନ୍ଦଙ୍କ ହୃଦଘାତରେ ବିୟୋଗ
  • ||
  • ରାୟଗଡା: ୩ ବର୍ଷ ଅଙ୍ଗନବାଡି ଚାକିରି କରିବା ପରେ ଚାକିରିରୁ ବାହାର କରାଯାଇଥିବା ଅଭିଯୋଗ
  • ||
  • କାଶୀପୁର: ହାତଗୁଞ୍ଜା ବିନା ଘୁଞ୍ଚୁନି ଫାଇଲ, ପ୍ରାପ୍ୟ ପାଇବାରେ ହଇରାଣ ଅବସର ଶିକ୍ଷକ
  • ||
  • ପାପଡାହାଣ୍ଡି: ମହୁ ମାଛି ଆକ୍ରମଣରେ ବୃଦ୍ଧ ଗୁରୁତର!
  • ||
  • ସୁନ୍ଦରଗଡ଼: କୋଇଡାରେ ଥମୁନି ହାତୀ ଉପଦ୍ରବ, ଘରେ ଶୋଇଥିବା ବେଳେ ଟାଣି ଦଳି ଦେଲା ଦନ୍ତା, ଘଟଣା ସ୍ଥଳରେ ବୃଦ୍ଧଙ୍କ ଉଡିଗଲା ପ୍ରାଣ ବାୟୁ
  • ||
  • ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶର ଦ୍ବିତୀୟ ଦିନ, ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ, ୪ ଯାଏଁ ଗୃହ ମୁଲତବୀ
  • ||
  • ଭୁବନେଶ୍ୱର: ୧୨ ଘଣ୍ଟାରେ ଅବପାତ, ୨୪ ଘଣ୍ଟା ମଧ୍ୟରେ ବାତ୍ୟା ରପୂ ନେବ ସମ୍ଭାବନା
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ଭୁବନେଶ୍ଵର: ୨୪ ଘଣ୍ଟାରେ ୨୫୨ କୋଭିଡ୍ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୯୫୯୭ ଜଣକୁ ବୃଦ୍ଧି
  • ||
  • ନୂଆଦିଲ୍ଲୀ:୨୩ ରାଷ୍ଟ୍ରକୁ ବ୍ୟାପିଲା ଓମ୍ରିକନ୍, ଆନ୍ତର୍ଜାତିକ ବିମାନ ଉଡାଣ ସ୍ଥଗିତ
  • ||
  • ସୋର: ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଚୋରି
  • ||
  • କୋକସରା: ବିଦ୍ୟୁତ ସଂଯୋଗ ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ
  • ||
  • କନ୍ଧମାଳ: ପେଟ୍ରୋଲ ପମ୍ପକୁ ତେଲ ପକାଇବା ଆସିଥିବା ଗାଡ଼ିରୁ ମୋବାଇଲ ଚୋରି
  • ||

ଅଭିନନ୍ଦନଙ୍କ ମେରୁଦଣ୍ଡ, ପଞ୍ଜରାରେ ଆଘାତ, ଭବିଷ୍ୟତରେ ଯୁଦ୍ଧ ବିମାନ ଉଡ଼ାଇବା ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୩ ।୩(ଏଜେନ୍ସି): ଭାରତୀୟ ବାୟୁସେନା ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବା ବେଳେ ପଞ୍ଜରା ହାଡ଼ ଭାଙ୍ଗିଯାଇଛି । ଏମ୍‌ଆରଆଇ ପରୀକ୍ଷାରୁ ଏକଥା ସ୍ପଷ୍ଟ ହୋଇଛି ।
ରିପୋର୍ଟରୁ ଜଣାପଡ଼ିଛି, ମେରୁଦଣ୍ଡର ତଳପଟେ ଆଘାତ ଲାଗିଛି । ଦୁର୍ଘଟଣାଗ୍ରସ୍ତ ଯୁଦ୍ଧ ବିମାନରୁ ସେ ଡେଇଁ ପଡ଼ିବା ବେଳେ ତାଙ୍କ ମେରୁଦଣ୍ଡରେ ଏହି ଆଘାତ ଲାଗିଥିବାର ବିଶ୍ୱାସ କରାଯାଉଛି । ତେବେ ତାଙ୍କ ଶରୀରରେ ପାକିସ୍ତାନ ସେନା କୌଣସି ଗୁଇନ୍ଦା ଉପକରଣ (ଡିଭାଇସ୍‌) ରଖିନାହିଁ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଆହୁରି ୧୦ ଦିନ ପାଇଁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ସେନା ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଚିକିତ୍ସା କରାଯିବ ।
ଉଲ୍ଲେଖଯୋଗ୍ୟ, ସେ ଚଳାଉଥିବା ମିଗ-୨୧ ବାଇସନ ବିମାନ ଗତ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଖସି ପଡ଼ିବା ପରେ ସେ ପାରାଚ୍ୟୁଟ ସହାୟତାରେ ନିରାପଦରେ ବିମାନରୁ ଓହ୍ଲାଇ ପଡ଼ିଥିଲେ । ମାତ୍ର ପାକିସ୍ତାନୀ ସେନା ହାତରେ ଧରାପଡ଼ିଥିଲେ । କିନ୍ତୁ ତା ପୂର୍ବରୁ ପିଓକେର ଲୋକମାନେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏଥିରେ ଅଭିନନ୍ଦନଙ୍କର ପଞ୍ଜରା ହାଡ଼ ଭାଙ୍ଗିଥିବାର ଅନୁମାନ କରାଯାଉଛି । ପାକିସ୍ତାନ ମାଟିରେ ସେ ୫୬ ଘଣ୍ଟାରୁ ଅଧିକ ସମୟ ରହିଥିଲେ । ଭାରତର ଚେତାବନୀ ଓ ଆନ୍ତର୍ଜାତିକ ଚାପରେ ମୁଣ୍ଡ ନୁଆଁଇ ପାକିସ୍ତାନ ସେନା ତାଙ୍କୁ ଗତ ଶୁକ୍ରବାର ୱାଘା-ଅଟ୍ଟାରୀ ସୀମାନ୍ତ ଚେକପୋଷ୍ଟରେ ଭାରତକୁ ହସ୍ତାନ୍ତର କରିଥିଲା ।
ତେବେ ଅଭିନନ୍ଦନ ଆଉ ଯୁଦ୍ଧ ବିମାନ ଉଡ଼ାଇ ପାରିବେ କି ନାହିଁ ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି ।ଅବସରପ୍ରାପ୍ତ ଏୟାର ମାର୍ଶଲ ପି.କେ. ବାରବରାଙ୍କ କହିବାନୁଯାୟୀ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ପାଇଲଟଙ୍କର ନିଶ୍ଚିତ ଭାବେ ମେଡିକାଲ ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି । ସେଥିରୁ ଯଦି ସେ ସମ୍ପୂର୍ଣ୍ଣ ଫିଟ ତେବେ ତାଙ୍କୁ ପୁଣିଥରେ ଯୁଦ୍ଧ ବିମାନ ଚଳାଇବାକୁ ଅନୁମତି ମିଳିବ । ସେ କହିଛନ୍ତି ଜଣେ ପାଇଲଟ ବିମାନରୁ ପରାଚ୍ୟୁଟ ସହାୟତାରେ ଡେଇଁବା ବେଳେ ତାଙ୍କ ମେରୁଦଣ୍ଡ ଉପରେ ଶରୀରଠାରୁ ୧୫-୧୬ ଗୁଣ ଅଧିକ ଓଜନ ପଡିଥାଏ । ସେହି କାରଣରୁ ଅଭିନନ୍ଦନଙ୍କ ମେରୁଦଣ୍ଡରେ ଆଘାତ ଲାଗିଛି ଓ ପଞ୍ଜରା ହାଡ ଭାଙ୍ଗିଛି । ଦିଲ୍ଲୀ ହସ୍ପିଟାଲରୁ ସେ ଛାଡ଼ ପାଇବା ପରେ ବେଙ୍ଗାଲୁରୁଠାରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଏରୋସ୍ପେସ ମେଡିସନ୍‌ରେ ତାଙ୍କର ଆଉଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ବାୟୁସେନାର କୌଣସି ପାଇଲଟ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏଠାରେ ହିଁ କରାଯାଏ ।
ପରୀକ୍ଷାରୁ ଯଦି ଆଘାତ ସେଭଳି ବଡଧରଣର ହୋଇ ନ ଥିବ ଓ ସେ ସମ୍ପୂର୍ଣ୍ଣ ଫିଟ୍‌ ଥିବେ ତେବେ ଯୁଦ୍ଧ ବିମାନ ଚଳାଇବାକୁ ତାଙ୍କୁ ଅନୁମତି ମିଳିବ । ମାତ୍ର ଆଘାତ ଯଦି ଗୁରୁତର ହୋଇଥିବ, କିନ୍ତୁ ଫିଟ୍‌ ଥିବେ ତେବେ ସେ ସାମରିକ ପରିବହନ ବିମାନ କିମ୍ବା ହେଲିକପ୍ଟର ଚଳାଇପାରିବେ । କାର୍‌ଗିଲ ଯୁଦ୍ଧ ସମୟରେ ଫ୍ଲାଇଟ୍‌ ଲେଫ୍ଟନାଣ୍ଟ କେ. ନଚିକେତା ଚଳାଉଥିବା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ବିମାନରୁ ଡେଇଁ ପଡିଥିଲେ ଓ ପାକିସ୍ତାନୀ ସେନା ହାତରେ ଧରାପଡିଥିଲେ । ପାକିସ୍ତାନୀ ସେନା ପରେ ତାଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲା । କିନ୍ତୁ ମେଡିକାଲ ପରୀକ୍ଷାରୁ ନଚିକେତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବାର ଜଣାପଡିଥିଲା । ଫଳରେ ଯୁଦ୍ଧବିମାନ ଉଡ଼ାଇବାକୁ ତାଙ୍କୁ ଆଉ ଅନୁମତି ମିଳି ନଥିଲା ।

ସମ୍ବନ୍ଧିତ ଖବର