ଘସିପୁରାରେ ମାନସିକ ଅନଗ୍ରସର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର ୧୬/୧୧: କେନ୍ଦୁଝର ଜିଲ୍ଲା ଘସିପୁରା ଥାନାରେ ଜଣେ ମାନସିକ ଅନଗ୍ରସର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୀଡ଼ିତା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ହୋଇଥିବା ବେଳେ ଘରୁ ବିତାଡିତ ହୋଇ ଆନନ୍ଦପୁର ଅଞ୍ଚଳରେ ବୁଲାବୁଲି କରୁଥିବା ସମୟରେ ପୁଲିସ ଉଦ୍ଧାର କରିଥିଲା ।

ସେପ୍ଟେମ୍ବର ମାସ ୩୦ ତାରିଖ ଦିନ ଜଣେ ୧୪ ବର୍ଷର ନାବାଳିକା ଆନନ୍ଦପୁର ବସ୍‌ଷ୍ଟାଣ୍ଡରେ ବୁଲାବୁଲି କରୁଥିବା ବେଳେ ପୁଲିସ ଉଦ୍ଧାର କରି ଶିଶୁ ସୁରକ୍ଷା ସମିତି ନିର୍ଦ୍ଦେଶରେ ସ୍ୱାଧାର ଗୃହରେ ନେଇ ଛାଡିଥିଲା। ଏ ନେଇ ପୁଲିିସ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ନାବାଳିକା ଜଣଙ୍କ ଭିନ୍ନ ଭାଷାରେ କଥାବାର୍ତ୍ତା କରୁଥିବାରୁ କେହି ବୁଝି ପାରିନଥିଲେ । ୨ ଦିନ ତଳେ ନାବାଳିକା ଅସୁସ୍ଥ ହୋଇପଡିବାରୁ ପରୀକ୍ଷା ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା ।

ନାବାଳିକା ଉଦ୍ଧାର ସମୟରେ କାହିଁକି ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇନଥିଲା ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି। ମାସେରୁ ଅଧିକ ସମୟରେ ସ୍ୱାଧାର ଗୃହରେ ରହିବା ପରେ ସେଠାରେ ମଧ୍ୟ କେମିତି ନାବାଳିକା ଗର୍ଭବତୀ ବିଷୟ ଜଣାପଡିନଥିଲା । ସ୍ୱାଧାର ଗୃହ ଏବଂ ଶିଶୁ ମଙ୍ଗଳ ସମିତି ନାବାଳିକା ପ୍ରତି ଅବହେଳା କରିଥିବାରୁ ବିଳମ୍ବରେ ଗର୍ଭଧାରଣ ବିଷୟ ଅନେକ ସନ୍ଦେହ ସୃଷ୍ଟି କରିଛି । ଅପରାଧ ଠାକୁରମୁଣ୍ଡା ଅଞ୍ଚଳରେ ହୋଇଥିବାବେଳେ ଘସିପୁରାରେ ମାମଲା ରୁଜୁ ହେଲେ ନାବାଳିକା ନ୍ୟାୟ ପାଇବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି ।

   ସମ୍ବନ୍ଧିତ ଖବର


କଟକ ୨ ଡାକ୍ତରଖାନରେ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ହେବ କୋଭିଡ-୧୯ଭ୍ୟାକସିନ୍‌ର ପରୀକ୍ଷଣ: ସମ୍‌ ହସପିଟାଲ୍‌ରେ ପରୀକ୍ଷଣ ହେବ

ଘରେ ଏକା ଥିବା ସମୟରେ କଲେଜ ଛାତ୍ରୀଙ୍କୁ ହତ୍ୟା

ଗଞ୍ଜାମ ଜିଲ୍ଲାରେ ଗାଡି ଚଳାଚଳ ଉପରେ ଲାଗିଲା ରୋକ

ବେଲଣାରେ ପିଟିପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ – ସ୍ୱାମୀ ମଦ ପିଇ ଅତ୍ୟାଚାର କରୁଥିବା ଅଭିଯୋଗ

୧୪୯ କରୋନା ଆକ୍ରାନ୍ତ ସୁସ୍ଥ