PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ପୁଣିଥରେ ପୁରୁଣା ଯୁଗକୁ ଫେରୁଛି କି ଭାରତ ? ୨୦୨୦ରେ ପାଖାପାଖି ୫୦ % ବଢ଼ିଛି ବାଲ୍ୟ ବିବାହ ମାମଲା

pic-india today

ନୂଆଦିଲ୍ଲୀ: ଲାଗୁଛି ଆଜିର ବିକଶିତ ଓ ସଭ୍ୟ ଭାରତ ପୁଣି ସେହି ଅବିକଶିତ ସମୟକୁ ଫେରିଯାଉଛି। ପୁଣି ସେହି ବାଲ୍ୟ ବିବାହ ପ୍ରଥା ଫେରିଛି। ବହୁ ସଂଖ୍ୟାରେ ବାଲ୍ୟ ବିବାହ ବି ହେଉଛି। ଏତେ ସଚେତନତା, ଏତେ ପଦକ୍ଷେପର ଯେମିତି କୌଣସି ମୂଲ୍ୟ ନାହିଁ। ପିଟିଆଇରେ ପ୍ରକାଶିତ ଏକ ରିପୋର୍ଟକୁ ପଢ଼ିଲେ ଆପଣଙ୍କୁ ଠିକ୍ ଏମିତି ହିଁ ଲାଗିବ।  ପିଟିଆଇ ରିପୋର୍ଟ ଅନୁସାରେ, ଭାରତରେ ପୂର୍ବ ବର୍ଷ ତୁଳନାରେ ୨୦୨୦ରେ ବାଲ୍ୟ ବିବାହ ମାମଲା ପାଖାପାଖି ୫୦ ପ୍ରତିଶତ ବଢ଼ିଛି। ନିକଟରେ ନ୍ୟାସ୍‌ନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ଜାରି କରିଥିବା ଅପରାଧିକ ମାମଲା ରିପୋର୍ଟରେ ଏସମ୍ପର୍କିତ ତଥ୍ୟ ଉଜାଗର ହୋଇଛି।

ଏନ୍‌ସିଆର୍‌ବି ରିପୋର୍ଟ ୨୦୨୦ ଅନୁସାରେ, ବାଲ୍ୟ ବିବାହ ପ୍ରତିବନ୍ଧକ ଧାରା ଅଧିନରେ ମୋଟ ୭୮୫ ମାମଲା ହୋଇଛି। ମୋଟ ମାମଲା ମଧ୍ୟରୁ କର୍ଣ୍ଣାଟକାରେ ସର୍ବାଧିକ ୧୮୪ ବାଲ୍ୟ ବିବାହ ମାମଲା ଦେଖିବାକୁ ମିଳିଥିବା ବେଳେ ତା ପଛକୁ ରହିଛି ଆସାମ। ଏଠାରେ ୧୩୮ ବାଲ୍ୟ ବିବାହ ମାମଲା ସାମ୍ନାକୁ ଆସିଛି। ସେହିପରି ପଶ୍ଚିମବଙ୍ଗରେ ୯୮, ତାମିଲନାଡୁରେ ୭୭, ଏବଂ ତେଲେଙ୍ଗାନାରେ ୬୨ଟି ମାମଲା ହୋଇଛି।

ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ୨୦୧୯ରେ ୫୨୩ ବାଲ୍ୟ ବିବାହ ମାମଲା ହୋଇଥିଲା। ସେହିପରି ୨୦୧୮ରେ ୫୦୧ ମାମଲା, ୨୦୧୭ରେ ୩୯୫, ୨୦୧୬ରେ ୩୨୬ ଓ ୨୦୧୫ରେ ୨୯୩ଟି ବାଲ୍ୟ ବିବାହ ମାମଲା ହୋଇଥିଲା। ହେଲେ ୨୦୨୦ରେ ବାଲ୍ୟ ବିବାହ ମାତ୍ରା ଖୀପ୍ର ବୃଦ୍ଧି ଘଟି ୭୮୫ ମାମଲା ହୋଇଛି। ଭାରତୀୟ ଆଇନ ଅନୁସାରେ, ୧୮ ବର୍ଷରୁ କମ୍‌ ବୟସର ଝିଅ ଓ ୨୧ ବର୍ଷରୁ କମ୍‌ ବୟସର ପୁଅ ବିବାହ କଲେ ତାହା ବାଲ୍ୟ ବିବାହ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଥାଏ। ଆଉ ବିଶେଷଜ୍ଞଙ୍କ ମତରେ ବାଲ୍ୟ ବିବାହ ଉଭୟ ପୁଅ ଓ ଝିଅର ଶାରୀରିକ, ମାନସିକ ଓ ସାମାଜିକ ଜୀବନ ଉପରେ କୁ ପ୍ରଭାବ ପକାଏ। ଏଥିରେ ଭବିଷ୍ୟତ ଗଢ଼ିବା ବଦଳରେ ଓଲଟି ନଷ୍ଟ ହୋଇଯାଇଥାଏ। ଭାରତରେ ବାଲ୍ୟ ବିବାହ ଦଣ୍ଡନୀୟ ଅପରାଧ। ଏଭଳି ଘଟଣା ସାମ୍ନାକୁ ଆସିଲେ ସରକାରୀ କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯାଉଛି।

ଏପଟେ ରାଜସ୍ଥାନରେ ବାଲ଼୍ୟ ବିବାହକୁ ନେଇ ଯେଉଁ ବିଲ୍ ପାରିତ ହୋଇଛି ତାକୁ ନେଇ ରାଜ୍ୟରେ ବାଲ୍ୟ ବିବାହ ପ୍ରଥା ବଢ଼ିବାର ଆଶଙ୍କା କରାଯାଉଛି। ରାଜସ୍ଥାନ ବିଧାସଭାରେ ଶୁକ୍ରବାର ବାଧ୍ୟତାମୂଳକ ବିବାହ ପଞ୍ଜିକରଣ ସଂସୋଧିତ ବିଧେୟକ ୨୦୨୧ ପାରିତ ହୋଇଛି। ବିରୋଧୀ ବିଜେପିର ତୀବ୍ର ବିରୋଧ ଏମିତିକି ଗୃହ ତ୍ୟାଗ ପରେ ବି ଧ୍ୱନିମତରେ ବିଧେୟକ ପାରିତ ହୋଇଛି। ଏହି ବିଲ୍ ଅନୁସାରେ, ବାଲ୍ୟ ବିବାହ ସୂଚନା ଉଭୟ ପକ୍ଷର ପରିବାରକୁ ୩୦ ଦିନ ଭିତରେ ବାଧ୍ୟତାମୂଳକ ଭାବେ ଦେବାକୁ ପଡ଼ିବ ବୋଲି ବିଲ୍‌ରେ କୁହାଯାଇଛି।

ଏକ ବିଂଶ ଶତାବ୍ଦୀରେ ମାନବ ସମାଜ ଆହୁରି ସଭ୍ୟତା ଆଡ଼କୁ ଯାଉଛି ନା ପୁଣି ସେହି ଅବିକଶିତ ସମୟ ଆଡ଼କୁ ଫେରୁଛି ତାହା ବୁଝା ପଡ଼ୁନାହିଁ। କାରଣ ସାରା ବିଶ୍ୱର ବଡ଼ ବଡ଼ ଶକ୍ତିଶାଳୀ ରାଷ୍ଟ୍ର ଥାଇ ବନ୍ଧୁକ ମୁନରେ ତାଲିବାନ କେମିତି ଆଫଗାନ ଦଖଲ କଲା ତାହା ସମସ୍ତେ ଦେଖିଲେ। ପୁଣି ଚିକିତ୍ସା ବିଜ୍ଞାନର ଏତେ ଅଗ୍ରଗତି ହୋଇ ବି କରୋନା କିଭଳି ସାରା ବିଶ୍ୱକୁ ଗ୍ରାସିଲା ତାହା ବି ସମସ୍ତେ ଦେଖିଲେ। ଆଉ ଏବେ ଭାରତ ବି ପ୍ରତ୍ୟାଗମନ କରୁଛି ସେହି ପୁରୁଣା ଅବିକଶିତ ଯୁଗକୁ। ୨୦୨୦ରେ ବାଲ୍ୟ ବିବାହ ସଂଖ୍ୟାରେ ବୃଦ୍ଧି ହେବା ତାର ଏକ ଉଦାହରଣ।

ସମ୍ବନ୍ଧିତ ଖବର