ଟୁରିଷ୍ଟ ବସ୍‌କୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ : ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

କୋଣାର୍କ ୩୦।୧ : କୋଣାର୍କ ପୁରୀ ମେରାଇନ ଡ୍ରାଇଭରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଏକ ପର୍ଯ୍ୟଟକ ବସ୍‌କୁ ଯାତ୍ରୀବାହୀ ବସ୍‌ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନାନୁସାରେ, ଆଜି ଦିନ ୧୨ଟା ସମୟରେ କୋଣାର୍କରୁ ପୁରୀ ଯାଉଥିବା ଟୁରିଷ୍ଟ ବସ ‘ସାଇରାମ’କୁ ପଛରୁ ଯାତ୍ରୀବାହୀ ବସ୍‌ ଧକ୍କା ଦେଇଥିଲା।  ଆହତଙ୍କ ମଧ୍ୟରେ ଜଣେ ଶିଶୁ ଓ ଦୁଇ ଜଣ ମହିଳା ଅଛନ୍ତି। ଆହତଙ୍କୁ ପ୍ରଥମେ କୋଣାର୍କ ମେଡ଼ିକାଲ ଓ ପରେ ଗୁରୁତର ଥିବା କିଛି ଯାତ୍ରୀଙ୍କୁ ପୁରୀ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇବା ପରେ ପୋଲିସ୍‌ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲେ। ସ୍ଥାନୀୟ ଲୋକେ ଯାତ୍ରୀବାହୀ ବସ୍‌ ଡ୍ରାଇଭରକୁ ଅଟକ ରଖିଥିଲେ। ପାରେ ତାଙ୍କୁ ପୁଲିସ୍ ଜିମା ଦେଇଛନ୍ତି। ସୂଚନା ମୁତାବକ ଟୁରିଷ୍ଟ ବସ୍‌ରେ ୪୦ ରୁ ୫୦ ଜଣ ଯାତ୍ରୀ ଥିବାବେଳେ ଯାତ୍ରୀବାହୀ ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ଟୁରିଷ୍ଟ ବସ୍‌ରେ ମାର୍ଶାଘାଇରୁ କିଛି ଲୋକ କୋର୍ଣାକ ବୁଲିବାକୁ ଯାଇଥିଲେ।

   ସମ୍ବନ୍ଧିତ ଖବର


ଭଦ୍ରକ: ୩ ଗାଁ ୪୮ ଘଣ୍ଟା ସଟଡାଉନ୍

ଟ୍ରକ୍‌ ସହ ବାଇକ ମୁହାଁମୁହିଁ ଧକ୍କା : ଚାଲିଗଲା ୨ଜଣଙ୍କ ଜୀବନ, ଡ୍ରାଇଭର ଅଟକ

ପଙ୍ଗପାଳ ପରି ଝିଣ୍ଟିକା ଦେଖି ଚିନ୍ତାରେ ବରଗଡ଼ ଚାଷୀ : ବିଭିନ୍ନ ଗଛର ପତ୍ର ସଫା କରିସାରିଲେଣି

ଧର୍ମପରାୟଣ ମହିଳା ଜୟକୁମାରୀ ପ୍ରଧାନଙ୍କ ପରଲୋକ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହଯୋଗରେ ବେଙ୍ଗାଲୁରୁରୁ ଜନ୍ମମାଟିକୁ ଆସିଲା ମୃତଦେହ

ଲୁଚି ଲୁଚି ଆସିଥିଲେ ସମସ୍ତଙ୍କ ସାମ୍ନାରେ ବାହା ହେଲେ : ପ୍ରେମ ଓ ପ୍ରଣୟର ସାକ୍ଷୀ ରହିଲା ସଙ୍ଗରୋଧ କେନ୍ଦ୍ର