PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଆତଙ୍କରାଜ, ବାପାର ଅପରାଧ ସାମ୍ରାଜ୍ୟ ସମ୍ଭାଳିଲା ପୁଅ, ନାବାଳକଙ୍କ ଛୁରୀ ମାଡ଼ରେ ଯୁବକ ଗୁରୁତର
  • ||
  • ଭୁବନେଶ୍ଵର : ଅଗଷ୍ଟ ୯ରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ହଷ୍ଟେଲ ଖୋଲିବାକୁ ଅନୁମତି
  • ||
  • ଝାରସୁଗୁଡ଼ା : ବ୍ରଜରାଜନଗରରେ ଗତକାଲି ବିଳମ୍ବିତ ରାତିରେ ଛୁରାମାଡ, ଜଣେ ଗୁରୁତର, ପୁଲିସ କବ୍ଜାରେ ଅଭିଯୁକ୍ତ ନାବାଳକ
  • ||
  • ଛତ୍ରପୁର : ଆର୍ଜିପଲ୍ଲୀ ଗ୍ରାମରେ ସୈତାନ ସାଜିଲା ସ୍ୱାମୀ, କିରୋସିନ ଢାଳି ସ୍ତ୍ରୀକୁ ନିଆଁ ଲଗାଇଦେଲା ସ୍ୱାମୀ
  • ||
  • ବରଗଡ଼ : ଭିଜିଲାନ୍ସ ଜାଲରେ ବରଗଡ ପଦ୍ମପୁର ସ୍ଥିତ ସହକାରୀ ଚକ୍ଷୁ ଚିକିତ୍ସକ, ଏକକାଳୀନ ଦୁଇଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ବଲାଙ୍ଗୀର : ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5Tସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • Tokyo Olympics: ଜାଭେଲିନ୍‌ରେ ନୀରଜଙ୍କ ଦମଦାର ପ୍ରଦର୍ଶନ, ୮୬.୬୫ ମି. ଥ୍ରୋ କରି ଫାଇନାଲରେ କଲେ ଏଣ୍ଟ୍ରି
  • ||
  • ଅନୁଗୁଳ : ବ୍ରାହ୍ମଣୀ ନଦୀରେ ବଢୁଛି ଜଳସ୍ତର, ରେଙ୍ଗାଳି ଡ୍ୟାମରୁ ଛଡାଯିବ ପ୍ରଥମ ବନ୍ୟାଜଳ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୩୧୫ ଜଣ କୋଭିଡ ପଜିଟିଭ୍
  • ||
  • ଭୁବନେଶ୍ଵର : ‘ପିଏମ୍‌ ଆବାସ’ରେ ପୁଳାପୁଳା ଦୁର୍ନୀତି, ସଂସଦରେ ମନ୍ତ୍ରୀଙ୍କ ଉତ୍ତର-ଓଡ଼ିଶାରେ ୮୫% ଅଯୋଗ୍ୟ ହିତାଧିକାରୀ
  • ||
  • ରାମପୁର : କଳାହାଣ୍ଡି ଜିଲ୍ଳା ଅନ୍ତର୍ଗମ ମ.ରାମପୁର ଥାନା ପାଜିବାହାଲି ଛକ ନିକଟରୁ ନିଖୋଜ ୨ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା : କୋଭିଡ୍ କଟକଣା ମଧ୍ୟରେ ଖୋଲିଲା ତୁଳସୀକ୍ଷେତ୍ର, ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିରେ ବେଆଇନ୍ ଗୁଟଖା ୟୁନିଟ୍ ଉପରେ ଚଢାଉ, ୨ ଗିରଫ
  • ||

ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ପାଟଣା, ୨୪/ ୧୦: କରୋନା କାଳରେ ବିହାରରେ ହେଉଛି ବିଧାନସଭା ନିର୍ବାଚନ। ସମସ୍ତଙ୍କ ନଜର ଏବେ ବିହାର ନିର୍ବାଚନ ଉପରେ। ବିହାରରେ ଆଗାମୀ ୫ ବର୍ଷ ଯାଏ କେଉଁ ସରକାର ଶାସନ କରିବେ ତାହା ନଭେମ୍ବର ୧୦ ତାରିଖରେ ସ୍ପଷ୍ଟ ହାଇଯିବ। ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ପୁରା ସରଗରମ। ଏସବୁ ମଧ୍ୟରେ ବିହାରରେ କିଏ ଶାସନ ଗାଦିରେ ବସିବ ସେ ନେଇ ଅପିନିୟନ୍‌ ପୋଲ ସାମ୍ନାକୁ ଆସୁଛି। ଏକ ଅପିନୟନ ପୋଲ ସର୍ଭେରୁ ଜଣା ପଡ଼ିଛି ଯେ, ବିହାରରେ ଏନଡିଏ ସରକାର ଗଢ଼ିବ। ABP CVoterର ଅପିନିୟନ ପୋଲ ମୁତାବିକ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏନଡିଏକୁ ୧୩୫ରୁ ୧୫୯ଟି ସିଟ୍‌ ମିଳିବାକୁ ଥିବା ବେଳେ ମହାମେଣ୍ଟକୁ ୭୭ରୁ ୯୮ ଟି ସିଟ୍‌ ମିଳିପାରେ।

ଅପିନିୟନ ପୋଲ ମୁତାବିକ, ବିହାର ନିର୍ବାଚନରେ ବିଜେପି ଖାତାକୁ ସର୍ବାଧିକ ୭୩ରୁ ୮୧ ସିଟ୍‌ ମିଳିପାରେ ବୋଲି ଜଣାପଡ଼ିଛି। ସେହିଭିଳି ନୀତିଶ କୁମାରଙ୍କ ନେତୃତ୍ବାଧୀନ ପାର୍ଟି ଜେଡିୟୁକୁ ୫୯ରୁ ୬୭ ସିଟ୍‌ ମିଳିପାରେ‌। ସେହିପରି ଆରଜେଡିକୁ ୫୬ରୁ ୬୪ ସିଟ୍‌ ମିଳିପାରେ। କଂଗ୍ରେସକୁ ୧୨ରୁ ୨୦ଟି ସିଟ୍‌ ମିଳିବାକୁ ଥିବାବେଳେ ବାମପନ୍ଥୀ ଦଳ ଗୁଡ଼ିକୁ ୯ରୁ ୧୪ ସିଟରେ ବିଜୟ ମିଳିପାରେ ବୋଲି ଅପିନିୟନ ପୋଲ ରିପୋର୍ଟରେ ପ୍ରକାଶ ପାଇଛି।

ଅନ୍ୟପଟେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଲୋକେ କେଉଁ ପ୍ରାର୍ଥୀଙ୍କୁ ଦେଖିବାକୁ ଚାହୁଁଛନ୍ତି ବୋଲି ଓପିନିୟନ୍‌ ପୋଲ୍‌​‌ରେ ମତାମତ ନିଆଯାିଥିଲା। ରିପୋର୍ଟ ମୁତାବିକ ୧୫ ବର୍ଷ ବିହାର ମୁଖ୍ୟମନ୍ତ୍ରୀ ଥିବା ନୀତିଶ କୁମାରଙ୍କୁ ପୁଣିଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ୩୦ ପ୍ରତିଶତ ଲୋକ ପ୍ରଥମ ପସନ୍ଦ ଭାବେ ବାଛିଛନ୍ତି। ୨୦ ପ୍ରତିଶତ ଲୋକ ତେଜସ୍ବି ଯାଦବଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଚାହୁଁଥିବା ବେଳେ ଚିରାଗ ପାଶ୍ବଓ୍ବାନଙ୍କୁ ୧୪ ପ୍ରତିଶତ ଜନତା ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି। ଏହାସହ ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛନ୍ତି ୧୦ ପ୍ରତିଶତ ଭୋଟର। ୧ ରୁ ୨୩ ଅକ୍ଟୋବର ମଧ୍ୟରେ ଓପିନିୟନ୍‌ ପୋଲ୍‌ ପାଇଁ ୩୦ ହଜାର ୬୭୮ ଲୋକଙ୍କ ମତ ନିଆଯାଇଥିଲା ବୋଲି ABP CVoter ପକ୍ଷରୁ ସୂଚନା ମିଳିଛି। ବିହାର ବିଧାନସଭା ନିର୍ବାଚନ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।

ସୂଚନାଥାଉକି, ଅକ୍ଟୋବର ୨୮ରୁ ଆରମ୍ଭ ହେଉଛି ବିହାର ବିଧାନସଭା ନିର୍ବାଚନ। ୨୮ ଅକ୍ଟୋବର, ୩ ନଭେମ୍ବର ଓ ୭ ନଭେମ୍ବରରେ ମତଦାନ ହେବାକୁ ଥିବା ବେଳେ ୧୦ ନଭେମ୍ବରରେ ଫଳାଫଳ ପ୍ରକାଶ ପାଇବ।