ବିଜେପି ଯଦି ଅନୁଚ୍ଛେଦ ୩୭୦ ହଟାଏ, ତେବେ ଆଲ୍ଲାହଙ୍କ ରାଣ ଆମେ ତାଙ୍କ ଠାରୁ ସ୍ବାଧୀନ ହୋଇଯିବୁ: ଫାରୁକ୍ ଅବଦୁଲା

ନୂଆଦିଲ୍ଲୀ,୮।୪: ଲୋକସଭା ନିର୍ବାଚନ ପାଇଁ ବିଜେପି ଜାରି କରିଥିବା ସଂକଳ୍ପ ପତ୍ରରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ଦେଉଥିବା ଅନୁଚ୍ଛେଦ ୩୭୦ ଓ ୩୫ଏ ହଟାଇବାର ପ୍ରତିଶୃତିକୁ ଦୋହରାଇଛି। ବିଜେପିର ଏହି ପ୍ରତିଶୃତି ବିରୋଧରେ ନ୍ୟାସନାଲ କନଫ୍ରେନ୍ସର ନେତା ଓ ସାଂସଦ ଫାରୁକ୍ ଅବଦୁଲା ହୋଇଛନ୍ତି କ୍ଷୁବ୍ଧ। ସେ କହିଛନ୍ତି ଯଦି ବିଜେପି ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇ ଦିଏ ତେବେ ଆମ ପାଇଁ ତାଙ୍କ ଠାରୁ ସ୍ବାଧୀନ ହେବାର ରାସ୍ତା ସଫା ହୋଇଯିବ।
#WATCH F Abdullah: Bahar se laenge, basaenge,hum sote rahenge?Hum iska muqabala karenge,370 ko kaise khatam karoge?Allah ki kasam kehta hun,Allah ko yahi manzoor hoga,hum inse azad ho jayen.Karen hum bhi dekhte hain.Dekhta hun phir kon inka jhanda khada karne ke liye taiyar hoga. pic.twitter.com/hrxoh9ECOY
— ANI (@ANI) April 8, 2019
ଫାରୁକ୍ କହିଛନ୍ତି ‘ସେମାନେ କ’ଣ ଏହାକୁ ହଟାଇବାକୁ ଚାହାଁନ୍ତି? ଭାବୁଛନ୍ତି ବାହାରୁ ଆଣିବେ, ଏଇଠି ରଖିବେ, ଆମର ନମ୍ବର କମ୍ କରିଦେବେ, ଆମେ ଶୋଇକି ରହିବୁ? ଆମେ ତାଙ୍କର ମୁକାବିଲା କରିବୁ, ଅନୁଚ୍ଛେଦ ୩୭୦କୁ କିଭଳି ଶେଷ କରିବେ? ଆଲ୍ଲାହଙ୍କ ରାଣ ପକାଇ କହୁଛି, ଆଲ୍ଲାହଙ୍କୁ ଯଦି ଏହା ମଞ୍ଜୁର, ଆମେ ତାଙ୍କ ଠାରୁ ସ୍ବାଧୀନ ହୋଇଯାଉ। ଏହାପରେ ଆମେ ବି ଦେଖୁଛୁ ଏମାନଙ୍କର ପତାକା ଠିଆ କରିବା ପାଇଁ କିଏ ପ୍ରସ୍ତୁତ ହେବ।’
ନିଜର କଥାକୁ ଆଗକୁ ବଢାଇ ଫାରୁକ୍ କହିଛନ୍ତି ବିଜେପିର ଅନୁଚ୍ଛେଦ ୩୭୦ ନ ହଟାଇବାର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଏଭଳି କିଛି ବି କର ନାହିଁ, ଯାହାଦ୍ବାରା ତୁମେ ଆମର ହୃଦୟକୁ ଭାଙ୍ଗିବାକୁ ଚେଷ୍ଟା କରୁଛ। ଏଭଳି କରିବା ଆାପ ପାଇଁ ପୁଣିଥିରେ ସ୍ବାଧୀନତାର ରାସ୍ତା ପ୍ରସ୍ତୁତ କରିବ।’ ଏହା ପୂର୍ବରୁ ବିଜେପି ନିଜର ନିର୍ବାଚନୀ ଘୋଷଣାପତ୍ରରେ ଜମ୍ମୁ-କଶ୍ମୀରକୁ ନିଜର ପୁରୁଣା ଷ୍ଟାଣ୍ଡକୁ ଦୋହରାଇଛି। ସଂକଳ୍ପ ପତ୍ର ଜାରି କରି ବିଜେପି କହିଛି ସେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ଦେଉଥିବା ଅନୁଚ୍ଛେଦ ୩୭୦ ଓ ୩୫ଏକୁ ହଟାଇବା ପାଇଁ ପ୍ରତିଶୃତିବଦ୍ଧ।