PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ଭାରତୀୟ ମହିଳା ହକି ଟିମ୍‌ ଜର୍ମାନୀ ଠାରୁ ୨-୦ରେ ହାରିଲା
  • ||
  • ଆନନ୍ଦପୁର : ଗାଧୋଇବା ବେଳେ ଅଘଟଣ, କେନାଲରେ ବୁଡ଼ି ଯୁବକ ମୃତ
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ଆତଙ୍କରାଜ, ୨ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ନୂଆଦିଲ୍ଲୀ: ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ, ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ
  • ||
  • କୋରାପୁଟ: ଭ୍ୟାନରୁ ୧.୮ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ଜୟପୁର ସଦର ପୋଲିସ, ଜଣେ ଗିରଫ
  • ||
  • ସମ୍ବଲପୁର: ବଲାଙ୍ଗୀର ଏନ୍‌ଏଚ୍‌ ଲୁଟ ଘଟଣା, ୬ କୁଖ୍ୟାତ୍ ଟ୍ରକ୍ ଲୁଟେରାଙ୍କୁ ଗିରଫ କଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ
  • ||
  • ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨ ଗେଟ୍‌, ମୋଟ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦିୟୁରପ୍ପା
  • ||
  • ଭୁବନେଶ୍ୱର : ତୃତୀୟ ଲହରୀ ଆସିବାର ଏପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ, ସ୍ଥିତି ଦେଖି ଅନ୍‌ଲକ୍‌ ନିଷ୍ପତ୍ତି : ଡିଏମ୍‌ଇଟି
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର ସଦନରେ ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟରେ ୪ଟି ଦମକଳ ଗାଡ଼ ନିୟୋଜିତ
  • ||
  • ସାଲେପୁର: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ସ୍ଵାମୀ-ସ୍ତ୍ରୀ ଗୁରୁତର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ୧୬୩୭ ଜଣ କରୋନା ପଜିଟିଭ ଚିହ୍ନଟ
  • ||
  • ଭୁବନେଶ୍ୱର: ଖୋଲିଲା ସ୍କୁଲ, ପାଠପଢ଼ା ଆରମ୍ଭ କଲେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ
  • ||
  • ଭୋଗରାଇ : ନଦୀ ଘାଟକୁ ପାଣି ଆଣିବାକୁ ଯାଇ ଭାସିଗଲା ନାବାଳକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • କାର୍ଗିଲ ବିଜୟ ଦିବସ : ପାକିସ୍ତାନକୁ ଧୂଳି ଚଟାଇ କାର୍ଗିଲ ଶିଖରରେ ତ୍ରିରଙ୍ଗା ଉଡ଼ାଇଥିଲେ ଭାରତର ବୀର ଯବାନ
  • ||
  • ଭୁବନେଶ୍ୱର : ଆଜି ବାଲେଶ୍ୱରକୁ ଛାଡ଼ି ସବୁଠି ଟିକାକରଣ, ରାଜ୍ୟର ୧୩୦୨ କେନ୍ଦ୍ରରେ ଦିଆଯିବ ଟିକା
  • ||
  • ଆଠଗଡ଼ : ଶ୍ରାବଣ ମାସର ପ୍ରଥମ ସୋମବାର, ଭକ୍ତଶୂନ୍ୟ ବାବା ଧବଳେଶ୍ଵରଙ୍କ ପୀଠ
  • ||
  • ଅନଗୁଳ : ବିଳମ୍ବିତ ରାତିରେ ଘର ପୋଡ଼ିଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୫୭୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କମୁଛି ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୬୩୭ ଜଣ କରୋନା ପଜିଟିଭ୍
  • ||

ଏବିଟିପି ସେଣ୍ଟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮ ।୨ (ବ୍ୟୁରୋ): କ୍ରୀଡ଼ାରେ ସ୍ପୋର୍ଟ୍ସ ସାଇନ୍ସ (କ୍ରୀଡ଼ା ବିଜ୍ଞାନ)ର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଆମ ଦେଶରେ କ୍ରୀଡ଼ାବିତଙ୍କ ପାଇଁ ଏହି ସୁବିଧା ବହୁ କମ୍‌ ସ୍ଥାନରେ ଉପଲବ୍ଧ । ଓଡ଼ିଶା ସରକାର ଏଭଳି ଏକ ସେଣ୍ଟର ପ୍ରତିଷ୍ଠା କରି ରାଜ୍ୟ କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ।
ଆଜି କଳିଙ୍ଗ ଷ୍ଟାଡିୟମରେ ଅଭିନବ ବିନ୍ଦ୍ରା ଟାର୍ଗେଟ୍‌ ପର୍‌ଫମାନ୍ସ (ଏବିଟିପି) ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ସେଣ୍ଟର ସହାୟତା ବଳରେ ଓଡ଼ିଶାର କ୍ରୀଡ଼ାବିତମାନେ ଆଧୁନିକ କୌଶଳରେ ତାଲିମପ୍ରାପ୍ତ ହେବା ସହିତ ଅଧିକ ସଫଳ ହେବେ ଓ ରାଜ୍ୟ ତଥା ଦେଶ ନିମନ୍ତେ ବିଶେଷ କୃତିତ୍ୱ ହାସଲ କରିବେ ।’ ଉଦ୍‌ଘାଟନୀ ଉତ୍ସବରେ ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, କ୍ରୀଡ଼ା ସଚିବ ବିଶାଳ ଦେବ, ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣାଙ୍କ ସହ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ସେଣ୍ଟରର ବିଭିନ୍ନ ସ୍ଥାନ ବୁଲି ଦେଖି ଥିଲେ ।
ଗତ ବର୍ଷ ନଭେମ୍ବର ୧୨ ତାରିଖରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଓଡ଼ିଶା ସ୍ପୋର୍ଟ୍ସ: ଉତ୍କର୍ଷ ପାଇଁ ସହଭାଗିତା’ରେ ରାଜ୍ୟରେ ହାଇପର୍ଫମାନ୍ସ ସେଣ୍ଟର ପ୍ରତିଷ୍ଠା ପାଇଁ ଦେଶର ଅଗ୍ରଣୀ ଉଦ୍ୟୋଗ ଗୁଡ଼ିକ ସହ ୧୦ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । କ୍ରୀଡ଼ାର ବିକାଶ ସାଙ୍ଗକୁ ଉନ୍ନତ ମେଡିକାଲ ସେଣ୍ଟରର ଆବଶ୍ୟକତା ରହିଛି । ସେଥିପାଇଁ ରାଜ୍ୟରେ ଫ୍ୟୁଚରିଷ୍ଟିକ୍‌ସ ହାଇପର୍ଫମାନ୍ସ ଆଣ୍ଡ୍‌ ଆଡଭାନ୍ସ ମେଡିକାଲ୍‌ ରିହାବିଲିଟେସନ୍‌ ସେଣ୍ଟର ପ୍ରତିଷ୍ଠା ପାଇଁ ଅଭିନବ ଫ୍ୟୁଚରିଷ୍ଟିକ୍‌ସ ପ୍ରାଇଭେଟ୍‌ ଲିଃ. ଓ ରୁଙ୍ଗତା ମାଇନ୍ସ ଲିଃ. ସହ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଅଭିନବ ଫ୍ୟୁଚରିଷ୍ଟିକ୍‌ସ ପ୍ରାଇଭେଟ୍‌ ଲିଃ. ନିର୍ଦ୍ଦେଶକ ଦିଗପାଲ ସିଂ ରାନାୱତ ଓ ରୁଙ୍ଗତା ମାଇନ୍ସ ଲିଃର ଅଧ୍ୟକ୍ଷ ନନ୍ଦ ଲାଲ ରୁଙ୍ଗ୍‌ତା ଏହି ଅବସରରେ ଉପସ୍ଥିତ ଥିଲେ ।
ଏହି ବୁଝାମଣା ଅନୁସାରେ ଆଜିଠୁ ସେଣ୍ଟରଟି କାର୍ଯ୍ୟାରମ୍ଭ କରିଛି । ଏହି ସେଣ୍ଟର ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି, ଖେଳାଳିଙ୍କ ଆଘାତ ସମସ୍ୟାର ପ୍ରତିରୋଧ ଓ ପରିଚାଳନା, ବାୟୋମେକାନିକ୍ସ, କ୍ରୀଡ଼ାବିତଙ୍କ ଶରୀରତତ୍ୱ ପରୀକ୍ଷଣ ଓ ଏ ସଂପର୍କରେ ତାମିଲ, ସାମର୍ଥ୍ୟ, ଅବସ୍ଥା ସଂପର୍କରେ ପ୍ରଶିକ୍ଷଣ ମିଳିପାରିବ । ସାରା ଦେଶରେ ବିନ୍ଦ୍ରାଙ୍କ ସେଣ୍ଟରର ଶାଖା କାର୍ଯ୍ୟ କରୁଛି । ମାତ୍ର ଏହା ସବୁ ସେଣ୍ଟରର ଠାରୁ ଅଧିକ ଉନ୍ନତ ଓ ବିଶ୍ୱସ୍ତରୀର ସୁବିଧା ସୁଯୋଗ ମିଳି ପାରିବ ।


୧୦ଟି ବୁଝାମଣା ପତ୍ରରୁ ଆଜି ଗୋଟିଏ ସେଣ୍ଟର ଉଦ୍‌ଘାଟିତ ହୋଇଛି । ଅବଶିଷ୍ଟ ସେଣ୍ଟର ୨୫ ତାରିଖରେ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ଅଭିନବ ଫ୍ୟୁଚରିଷ୍ଟିକ୍‌ସ ପ୍ରାଇଭେଟ୍‌ ଲିଃ. ମୁଖ୍ୟ ଅଭିନବ ବିନ୍ଦ୍ରା ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । କହିଥିଲେ, ଏଭଳି ସେଣ୍ଟର ରାଜ୍ୟରେ ତ୍ରୁଣମୂଳ ସ୍ତରରୁ ପ୍ରତିଭା ଅନ୍ୱେଷଣରେ ସହାୟକ ହେବ । ରାଜ୍ୟ କ୍ରୀଡ଼ାରେ ନିଶ୍ଚିତ ଭାବେ ପରିବର୍ତ୍ତନ ଆଣିବ । ସାରା ଦେଶର କ୍ରୀଡ଼ାବିତ ଏଥିରୁ ଉପକୃତ ହେବେ । ଖେଳାଳିଙ୍କ ମଧ୍ୟରେ ନୂତନ ଜ୍ଞାନକୌଶଳ, ତାଲିମ ନିର୍ଘଣ୍ଟରେ ଗୁଣାତ୍ମକତାର ପ୍ରସାର ଘଟାଇବ । ବାୟୋମେକାନିକ୍ସ, ଶରୀର ଚର୍ଚ୍ଚା ଓ କ୍ରୀୟାଶୀଳ ତାଲିମ ଉପରେ ସେଣ୍ଟର କାର୍ଯ୍ୟକରିବ । ଏଭଳି ସେଣ୍ଟର ପ୍ରତିଷ୍ଠା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗକୁ ଧନ୍ୟବାଦ ଜଣାଉଛି ।’

ଓଡ଼ିଶା କ୍ରୀଡ଼ାବିତଙ୍କ ପାଇଁ ମାଗଣା
ଏବିଟିପି ସେଣ୍ଟରରେ ଓଡ଼ିଶାର ପାଖାପାଖି ୧୫୦୦ କ୍ରୀଡ଼ାବିତ୍‌ ସଂପୂର୍ଣ୍ଣ ମାଗଣାରେ ସୁବିଧା ସୁଯୋଗ ପାଇବେ । ଏଥିରେ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ମିଳିବ । ଫିଜିଓ, ଡାକ୍ତରମାନେ କ୍ରୀଡ଼ାବିତ୍‌କୁ ପରାମର୍ଶ ଦେବେ । ମାତ୍ର ରାଜ୍ୟ ବାହାର କ୍ରୀଡ଼ାବିତଙ୍କୁ ଦେୟ ଦେବାକୁ ପଡ଼ିବ ବୋଲି କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ପ୍ରକାଶ କରିଛନ୍ତି ।

‘ପ୍ରତିଦିନ ପରିଶ୍ରମ କରିବାକୁ ହେବ’
ଅଲିମ୍ପିଆନ ବିନ୍ଦ୍ରା କହିଥିଲେ, ଅଲିମ୍ପିକ୍ସ ପ୍ରତି ଚାରି ବର୍ଷରେ ଆସିଥାଏ, ମାତ୍ର ଜଣେ କ୍ରୀଡ଼ାବିତଙ୍କ ପାଇଁ ଅଲିମ୍ପିକ୍ସ ଚାରି ବର୍ଷରେ ନୁହଁ, ପ୍ରତିଦିନ ଆସିଥାଏ । ପ୍ରତିଦିନ ନିଷ୍ଠାର ସହ ପରିଶ୍ରମ କଲେ ଯାଇ ଅଲିମ୍ପିକ୍ସରେ ସଫଳତା ମିଳି ପାରିବ ।’

ସମ୍ବନ୍ଧିତ ଖବର