କୁନି ଝିଅ ସହ ହାତ ମିଳାଇପାରି ନଥିଲେ କ୍ରାଉନ୍ ପ୍ରିନ୍ସ, ଅଚାନକ ଦେଲେ ଏମିତି ସରପ୍ରାଇଜ୍

ଅବୁଧାବୀ ୩/୧୨: ଅବୁଧାବୀର କ୍ରାଉନ୍ ପ୍ରିନ୍ସ ଶେଖ ମୋହମ୍ମଦ ବିନା ଜାୟଦ ଅଲ୍ ନାହୟାନଙ୍କ ସହ ହାତ ମିଳାଇବାରେ ଅସଫଳ ହୋଇଥିବା ଜଣେ କୁନି ଝିଅର ସେତେବେଳେ ଖୁସିର ସୀମା ରହିଲାନି ଯେତେବେଳେ ନିଜେ ପ୍ରିନ୍ସ ତାଙ୍କ ଘରେ ପହଞ୍ଚିଲେ । ସେହି କୁନି ଝିଅର ଘରକୁ ଯାଇ ପ୍ରିନ୍ସ ତାଙ୍କ ସହିତ ହାତ ମିଳାଇବା ସହ ଫଟୋ ମଧ୍ୟ ଉଠାଇଲେ । ଏବେ ସୋସିଆଲ ମିଡିଆରେ ଅଲ୍ ନାହୟାନଙ୍କ ଏହି ସରଳ ସ୍ୱଭାବ ସମ୍ପର୍କରେ ଖୁବ୍ ପ୍ରଶଂସା କରାଯାଉଛି ।

କୁନି ଝିଅ ଆଇଶା, ମୋହମ୍ମଦ ମାସିତ ଅଲ୍ ମଜରୋଇ ସାଉଦି ଆରବର ଉପ ପ୍ରଧାନମନ୍ତ୍ରୀ ତଥା ରକ୍ଷାମନ୍ତ୍ରୀ ପ୍ରିନ୍ସ ମୋହମ୍ମଦ ବିନ ସଲମାନ୍ ବିନ୍ ଅବ୍ଦୁଲ୍ ଅଜିଜଙ୍କ ଔପଚାରିକ ସ୍ୱାଗତ ସମୟରେ ଶେଖ ମୋହମ୍ମଦ ବିନ ଜାୟଦଙ୍କୁ ଅଭିନନ୍ଦନ ଦେବା ପାଇଁ ନିଜ ହାତ ଆଗକୁ ବଢାଇଥିଲେ । କିନ୍ତୁ କ୍ରାଉନ୍ ପ୍ରିନ୍ସ ହାତ ମିଳାଇପାରି ନଥିଲେ ଏବଂ ଏହା କ୍ୟାମେରାରେ କଏଦ ହୋଇଯାଇଥିଲା ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ସମସ୍ତେ କୁନି ଝିଅ ସପକ୍ଷରେ ପ୍ରତିକ୍ରିୟା ଦେବାରେ ଲାଗିଲେ । ଏହା ପରେ ଅଚାନକ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଲା ଯେଉଁଥିରେ ମୋହମ୍ମଦ ବିନ୍ ଜାୟଦ ମଜରୋଇଙ୍କ ପରିବାର ସହିତ ସାକ୍ଷାତ କରୁଥିବା ନଜର ଆସିଲେ ।

କୁହାଯାଉଛି ଅନ୍ୟମନସ୍କ ପାଇଁ ନିଜର ହୋଇଯାଇଥିବା ଏକ ଭୁଲକୁ ସୁଧାରିବା ପାଇଁ ପ୍ରିନ୍ସ ମୋହମ୍ମଦ ବିଶେଷ ଭାବେ ଆଇଶାଙ୍କୁ ଦେଖା କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ । ସେ ତାଙ୍କ ସହ ଏବଂ ତାଙ୍କ ପରିବାର ଲୋକଙ୍କ ସହ ଅନେକ ସମୟ ବିତାଇଥିଲେ । ଆଇଶା ମଧ୍ୟ ଏତେ ବଡ ବ୍ୟକ୍ତିଙ୍କ ସହ ସମୟ ବିତାଇ ଖୁସିରେ ଗଦଗଦ୍ ହୋଇଗଲେ । ଏବେ କ୍ରାଉନ୍ ପ୍ରିନ୍ସଙ୍କ ଏହି ସରଳ ସ୍ୱଭାବ ଜନିତ କାର୍ଯ୍ଯକଳାପ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ କ୍ରାଉନ୍ ପ୍ରିନ୍ସଙ୍କୁ ପ୍ରଶଂସା କରୁଛନ୍ତି ।

   ସମ୍ବନ୍ଧିତ ଖବର


ଭାରତକୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନୀ ମନ୍ତ୍ରୀ

ରାହୁଲଙ୍କ ମନ୍ତବ୍ୟକୁ ଶିବସେନାର ବିରୋଧ, ସାବରକରଙ୍କୁ ଭଗବାନ କହିଲେ ସଂଜୟ ରାଓ୍ୱତ

ଫାଶୀ ଦିଆଯିବାର ୨ ଘଣ୍ଟା ପରେ ମଧ୍ୟ ବଞ୍ଚି ରହିଥିଲା ଏହି କୁଖ୍ୟାତ ଅପରାଧୀ, ଜାଣନ୍ତୁ ତା’ର କଳା କାରନାମା

ରେଳବାଇର ନୂଆ ଉପହାର, ଏବେ ବିନା ଟଙ୍କାରେ କରିହେବ ଟ୍ରେନ୍ ଟିକେଟ୍ ବୁକିଂ