
ଛତ୍ରପୁର- ଶୀତର ପ୍ରକୋପ କମିଥିବା ବେଳେ କୁହୁଡିର ପ୍ରକୋପ ବଢିଛି । ଛତ୍ରପୁରରେ ସକାଳେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡିଥିଲା । ଏହାପରେ ସେହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇଥିବା ବେଳେ ଗ୍ୟାସ ଟ୍ୟାଙ୍କରକୁ ଉଦ୍ଧାର କରିବା ପାଇଁ ଯାଉଥିବା ପୋଲିସ ଭ୍ୟାନ ଓଲଟି ପଡିଥିଲା ।
ଏହାର କିଛି ଦୂରରେ ଛତ୍ରପୁର ଏ ଓ୍ୱାନ ଢାବା ନିକଟରେ ଏକ ଟ୍ରକ ଓଲଟି ପଡିଥିଲା । ଟ୍ରକଟି ବ୍ରେକ କରି ସାଇଡ୍କରୁଥିବା ସମୟରେ ଓଲଟି ପଡିଥିଲା । ଟ୍ରକ ଟି ଓଲଟି ପଡିବା ପରେ ଚାଳକର ମୃତ୍ୟୁ ହୋଇଥିଲା ।
ଏହି ଦୁର୍ଘଟଣାରେ ମୃତ ଚାଳକଙ୍କର ପରିଚୟ ମିଳିନାହିଁ । ତେବେ ଘନ କୁହୁଡି ଯୋଗୁଁ ଏହି ତିନୋଟି ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି ।