
ବଲାଙ୍ଗୀର: ବଲାଙ୍ଗୀର ତୁଷରା ଜଙ୍ଗଲ ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ବାଇକ୍ କୁ ଏକ ବୋଲେରୁ ଧକ୍କା ଦେଇଛି । ଦୁର୍ଘଟଣାରେ ବାପା-ପୁଅଙ୍କ ଜୀବନ ଯାଇଥିବା ବେଳେ ମା’ ଓ ବର୍ଷକର ଶିଶୁ ଗୁରୁତର ହୋଇଛନ୍ତି । ଏମାନେ ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । ବାଇକ୍ ରେ ଯାଉଥିବା ବେଳେ ବୋଲେରୋ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାଇକ୍ଟି ଜଳି ଜାଇଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।