PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଗ୍ୟାସ୍ ଟ୍ୟାଙ୍କରକୁ ଧକ୍କା ଦେଲା ଟ୍ରକ୍, ୨ ଜୀବନ୍ତ ଦଗ୍ଧ

ସମ୍ବଲପୁର, ୧୪|୧୨:  ସମ୍ବଲପୁର ଜିଲ୍ଲା ଯୁଯୁମରା ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ଓ ଗ୍ୟାସ ବୋଝେଇ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ଜଣ ଜୀବନ୍ତ ଦବ୍ଧ ହୋଇଯାଇଛନ୍ତି।

ଆଜି ଭୋର୍ ପ୍ରାୟ ସାଢେ ୪ଟା ବେଳେ ଏକ ଲୁହା ପଥର ବୋଝେଇ ଟ୍ରକ ଓ ଗ୍ୟାସ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡିରେ ନିଆଁ ଲାଗିଯାଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ ଏଥିରେ ଥିବା ୨ଜଣ ଡ଼୍ରାଇଭର ଜୀବନ୍ତ ଜଳିଯାଇଥିଲେ। ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ ମଧ୍ୟ ଲିକ୍ ହୋଇଥିଲା। ଫଳରେ କିଛି ସମୟ ପାଇଁ ସେଠାରେ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା।

ତେବେ ଘଟଣାସ୍ଥଳରେ ପୋଲିସ ପହଁଚି ପେଟ୍ରୋଲିୟମ କର୍ମଚାରୀଙ୍କୁ ସୂଚନା ଦେଇଥିଲା। କର୍ମଚାରୀମାନେ ଆସି ଗ୍ୟାସ୍ ଲିକ୍ ବନ୍ଦ କରିଥିଲେ।