ବର୍ଷେ ନପୁରୁଣୁ ଭାଙ୍ଗିଗଲା ପୋଲ, ଟ୍ରାକ୍ଟର ଚାଳକ ଆହତ

ଆନନ୍ଦପୁର ୨୮।୮ : ଆନନ୍ଦପୁର ଉପଖଣ୍ଡ ଶାଳପଡା-ଦେଓଗାଁ ଆର ଏଣ୍ଡ ବି ବିଭାଗ ଅଧିନ ରାସ୍ତାର ସରେଇ ଗାଁ ନିକଟ ଫାପୁଡିଆ ନାଳ ପୋଲରେ ଘଟିଛି ଅଘଟଣ । ଏକ ଇଟା ବୋଝେଇ ଟ୍ରାକ୍ଟର ପୋଲରେ ଯାଉଥିବା ସମୟରେ ହଠାତ୍ ପୋଲଟି ଭାଙ୍ଗି ଯିବାରୁ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଶ୍ରମିକ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ପୋଲ ଗତ ବର୍ଷ ବର୍ଷା ଦିନରେ ଭାଙ୍ଗି ଯିବାରୁ ବିଭାଗ ତରଫରୁ ଲକ୍ଷ ଲକ୍ଷ ଟଙ୍କା ବ୍ଯୟ ହୋଇ ପୋଲ ମରାମତି କାମ ହୋଇଥିଲା । ମରାମତିର ବର୍ଷେ ନପୁରୁଣୁ ଆଜି ପୋଲଟି ପୁଣି ଥରେ ଭାଙ୍ଗି ଯାଇଛି। ତେବେ ନିମ୍ନମାନର କାମ ଯୋଗୁଁ ଏଭଳି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚିଥିଲେ ଆନନ୍ଦପୁର ଆର ଏଣ୍ଡ ବି ସହକାରୀ ଯନ୍ତ୍ରୀ ସମିର କୁମାର। ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲା ଯେ, ଗତ ବର୍ଷ ପୋଲ ଭାଙ୍ଗିବା ପରେ ଲୋକଙ୍କ ଚଳ ପ୍ରଚଳ ପାଇଁ ଅସ୍ଥାୟି ମତାମତି ହୋଇଛି। ତେବେ ଏହି ପୋଲ ଦେଇ ଭାରିଜାନ ଚଳାଚଳ ନିଷେଧ ରହିଥିବାବେଳେ ଭାରିଯାନ ଚଳାଚଳ ଯୋଗଁ ଏପରି ହୋଇଥିବା ସେ କହିଛନ୍ତି। ତେବେ ପୋଲ ଓ ରାସ୍ତା ନିର୍ମାଣ ଖୁବ୍ ଶିଘ୍ର ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସହକାରୀ ଯନ୍ତ୍ରୀ ।

   ସମ୍ବନ୍ଧିତ ଖବର


ଡିସେମ୍ବର ୧ରୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: ଝଲସୁଛି ମୁକ୍ତାକାଶ ରଙ୍ଗମଞ୍ଚ, ଚନ୍ଦ୍ରଭାଗା ବେଳାଭୂମି, କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଓଡ଼ିଶାରେ ଦିନ ୧ଟାରେ ଆରମ୍ଭ ହେବ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ

ଫିକା ପଡ଼ିଲା କାର୍ତ୍ତିକ ପୂର୍ଣ୍ଣିମା: ଏଥର ଶୁଭିଲାନି ‘ଆ କା ମା ବୈ… ପାନ ଗୁଆ ଥୋଇ’, ଡଙ୍ଗା ଭସା ଉପରେ ଲାଗିଲା କଟକଣା

ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ