ଦେବଗଡ: ଦୁର୍ଘଟଣାରେ କିନ୍ନରଙ୍କ ମୃତ୍ୟୁ

ଦେବଗଡ ୯/୮: ଦେବଗଡଥାନା ଅନ୍ତର୍ଗତ ୪୯  ନମ୍ବର କୋଲକାତା- ମୁମ୍ବାଇ ଜାତୀୟ ରାଜପଥର କୈଳାଶ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ କିନ୍ନରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସୁଗୁଡା ଗ୍ରାମର ଶୁଶୀଲ ସାହୁ ଓରଫ ଜିନା । ଲକଡାଉନ ପରେ ଶୁଶୀଲ ଗତ ପ୍ରାୟ ତିନି ମାସ ହେଲା ଘରୁ ପଳାଇଯାଇ ଅନ୍ୟ କିନ୍ନର ମାନଙ୍କ ସହ ରହିବା ସହ ମାଗିଯାଚି ଚଳୁଥିଲେ । ରବିବାର ସକାଳେ ସେ କୈଳାଶ ଅଞ୍ଚଳରେ ଟ୍ରକ୍ ଗୁଡିକରୁ ମାଗୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସେ ରକ୍ତାକ୍ତ ଅବସ୍ଥାରେ ପଡିଥିବାବେଳେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ତାଙ୍କ ସାଥୀ କିନ୍ନର ମାନେ ତାଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ପାଇଁ ଦାବି କରିଥିଲେ । ଖବରପାଇ ଦେବଗଡ ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି  । ମୃତ ଶୁଶୀଲ ଓରଫ ଜିନାଙ୍କ ସ୍ତ୍ରୀ ଓ ଦୁଇ ଜଣ ପୁଅ ଝିଅ ଅଛନ୍ତି ।