PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ପୁଲିସ ହାତରୁ ଚମ୍ପଟ ମାରିଲା ଅଭିଯୁକ୍ତ : ପ୍ରେମିକାକୁ ଦେଖା କରିବାକୁ ଦେଇଥିଲା ପ୍ରତିଶ୍ରୁତି…ରାଉରକେଲାରୁ ଫେରାର ହୋଇ କେନ୍ଦୁଝରରୁ ପଡ଼ିଲା ଧରା..

କେନ୍ଦୁଝର,୧୩।୧୨: କେନ୍ଦୁଝରରୁ ରାଉରକେଲା ବାଳସୁଧାର ଗୃହକୁ ଆସୁଥିବା ୯ ନାବାଳକଙ୍କ ମଧ୍ୟରୁ ଜଣେ ଚଳନ୍ତା ଗାଡ଼ିରୁ ଛୁ’ ମାରିଥିବା ନେଇ ଚାନ୍ଦିପୋଷ ଥାନାରେ ଅଭିଯୋଗ ହୋଇଥିଲା । ଗୁରୁବାର ସନ୍ଧ୍ୟାରେ ଅଭିଯୁକ୍ତ ଜଣକ କେନ୍ଦୁଝରରୁ ଧରାପଡିଛି । ତେବେ ଅଭିଯୁକ୍ତର ଫେରାର ପଛରେ ଥିବା କାରଣକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ଅଭିଯୁକ୍ତ ଜଣଙ୍କ ନିଜ ପ୍ରେମିକାକୁ ଦେଖା କରିବାକୁ ପ୍ରତିଶ୍ରୁତି ଦେଇଥିଲା ।

ସେହି ଅନୁସାରେ ପ୍ରେମିକାକୁ ଭେଟିବା ପାଇଁ ସେ ପୁଲିସ ସୁରକ୍ଷାବଳ ଭାଙ୍ଗି ବସ୍‌ରୁ ଚମ୍ପଟ୍‌ ମାରିଥିଲା । ଅଭିଯୁକ୍ତର ଡାଏରୀ ଯାଞ୍ଚ ପରେ ପୁଲିସ ପ୍ରେମିକା ଘର ଆଗରେ ଜଗି ରହିଥିବା ବେଳେ ବୁଧବାର ରାତିରୁ ଚମ୍ପଟ୍‌ ମାରିଥିବା ଅଭିଯୁକ୍ତ ଗୁରୁବାର ସନ୍ଧ୍ୟାରେ ଧରାପଡିଛି । ତେବେ ଅଭିଯୁକ୍ତ ଜଣଙ୍କ ଜଣେ ବାଳ ଅପରାଧୀ ଭାବେ ସୁଧାର ଗୃହରେ ରହି ଆସୁଥିବା ବେଳେ ଇତିମଧ୍ୟରେ ସେ ଜଣେ ସାବାଳକ ହୋଇ ସାରିଥିବା ପୁଲିସ ପକ୍ଷରୁ କୁହାଯାଇଛି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ମସାଣୀଯୋଡି ଗ୍ରାମରେ ଏକ ହତ୍ୟାକାଣ୍ଡରେ ଜଡିତ ହୋଇଥିଲା ଅଭିଯୁକ୍ତ ।

ସେତେବେଳେ ସେ ନାବାଳକ ଥିବାରୁ ଅଦାଲତର ନିର୍ଦ୍ଦେଶ କ୍ରମେ ରାଉରକେଲା ସ୍ଥିତ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା । ସେ ସେଠାରେ ପ୍ରାୟ ୭/୮ମାସ ହେବ ରହି ଆସୁଥିଲା । ତେବେ ସୁଧାରଗୃହରେ ଥିବାବେଳେ ନାବାଳକ ଜଣକ କେନ୍ଦୁଝର ଅଞ୍ଚଳର ଜଣେ ମହିଳାଙ୍କୁ ପ୍ରେମ କରି ବସିଥିଲା । ମହିଳା ଜଣକ ୩ଟି ଛୁଆର ମା’ । ସେ ନିଜ ଭାଇକୁ ଦେଖା କରିବାକୁ ରାଉରକେଲା ଯାଉଥିବା ସମୟରେ ଅଭିଯୁକ୍ତ ସହିତ ନିୟମିତ ଦେଖା ହେଉଥିଲା । ସେଠାରୁ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । କିଛିଦିନ ତଳେ ମହିଳା ଜଣଙ୍କ ପୁଣି ରାଉରକେଲା ଯାଇଥିଲେ । ଅଭିଯୁକ୍ତ ସହିତ ଭେଟ ହେବା ପରେ ଗୁରୁବାର ସେ କେନ୍ଦୁଝରରେ ମହିଳାଙ୍କ ଘରକୁ ପହଞ୍ଚିବ ବୋଲି ପ୍ରତିଶ୍ରୁତି ଦେଇଥିଲା ।

ବୁଧବାର ଅଭିଯୁକ୍ତର ମାମଲା ବିଚାର ଥିବାରୁ ସେ କେନ୍ଦୁଝର ଯିବ ଓ ତାଙ୍କୁ ଦେଖାକରିବ ବୋଲି କହିଥିଲା ।  ତେବେ କେନ୍ଦୁଝର ପୁଲିସ୍‌ର ଏକ ଟିମ୍‌ରେ କେ.କିସାନ, ଏସ୍‌.ହେମ୍ବ୍ରମ, ଏସ୍‌.ସେଠୀ ଓ ଏସ୍‌.କେ.ନାୟକ ବୁଧବାର ସକାଳ ପ୍ରାୟ ୬ଟାରେ ରାଉରକେଲା ବାଳସୁଧାର ଗୃହରୁ କେନ୍ଦୁଝର ନେବାକୁ ଆସିଥିଲେ । ଜଣେ ନାବାଳକଙ୍କ ଶରୀର ଅସୁସ୍ଥ ଥିବାରୁ ପୁଲିସ୍‌ ଟିମ୍‌ ୯ ଜଣଙ୍କୁ ଏକ ଗାଡ଼ିରେ କେନ୍ଦୁଝର ନେଇଥିଲେ । କେନ୍ଦୁଝର କୋର୍ଟରେ ସେମାନଙ୍କୁ ହାଜର କରିବା ପରେ ସନ୍ଧ୍ୟାରେ ୯ ଜଣଙ୍କୁ ଧରି ପୁଲିସ୍‌ର ଅନ୍ୟ ଏକ ଟିମ୍‌ ସୁନୀଲ ଚୌଧୁରୀ, ସତ୍ୟ ନାରାୟଣ ସେଠୀ, ମାନସ ରଞ୍ଜନ ଦାସ ଓ ବିଶ୍ୱଜିତ ସେଠୀ ରାଉରକେଲା ଫେରୁଥିଲେ । ରାତି ପ୍ରାୟ ସାଢେ ୧୦ଟାରେ ୧୪୩ ନଂ.ଜାତୀୟ ରାଜପଥର ଚମ୍ପାଝରଣ ରେଲୱେ ଓଭରବ୍ରିଜ୍‌ ଉପରେ ଗାଡ଼ିର ଗତି ମନ୍ଥର ହେବାରୁ ଏହାର ସୁଯୋଗ ନେଇ ଚଳନ୍ତା ଗାଡ଼ିର ଝରକା ଖୋଲି ଜଣେ ନାବାଳକ ଅଭିଯୁକ୍ତ ଚମ୍ପଟ ମାରିଥିଲା । ୮ ଜଣ ନାବାଳକଙ୍କୁ ପୁଲିସ୍‌ ଟିମ୍‌ ରାଉରକେଲା ବାଳସୁଧାର ଗୃହକୁ ହସ୍ତାନ୍ତର କରିବା ପରେ ଘଟଣାକୁ ନେଇ ଚାନ୍ଦିପୋଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏବଂ ରାଉରକେଲାରେ ତା’ ଆସବାବପତ୍ର ଯାଞ୍ଚ କରିଥିଲା ।

ଯାଞ୍ଚ ସମୟରେ ଏକ ଡାଏରୀ ସେଠାରୁ ଜବତ ହୋଇଥିଲା । ଏହି ଡାଏରୀରେ ମହିଳାଙ୍କ ସମ୍ପର୍କରେ ସମସ୍ତ ବିଷୟକୁ ଟିକିନିଖି ଲେଖାଯାଇଥିଲା । ଅଭିଯୁକ୍ତ ଜଣଙ୍କ ସେଠାରୁ ବୁଧବାର ରାତିରେ ଚମ୍ପଟ ମାରିବା ପରେ ଗୁରୁବାର କେନ୍ଦୁଝରକୁ ଆସୁଥିଲା । ପୁଲିସ ମଧ୍ୟ ରାଉରକେଲାରୁ ସମସ୍ତ ତଥ୍ୟ ହାସଲ କରିବା ପରେ ମହିଳାଙ୍କ ଘର କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟେ ସାଦା ପୋଷାକରେ ଜଗି ରହିଥିଲା । ସନ୍ଧ୍ୟାରେ ଅଭିଯୁକ୍ତ ମହିଳାଙ୍କୁ ଦେଖା କରିବାକୁ ଯାଉଥିବା ସମୟରେ ପୁଲିସ ପଞ୍ଝାରେ ପଡି ଯାଇଥିଲା । ତେବେ ଅଭିଯୁକ୍ତ ପୂର୍ବରୁ ୧୮ ବର୍ଷରୁ କମ୍‌ ଥିବାରୁ ବାଳ ଅପରାଧୀ ଭାବେ କୋର୍ଟ ଚାଲାଣ ହୋଇଥିଲା । ଏବେ ତାର ବୟସ ୧୮ ବର୍ଷ ଅତିକ୍ରମ କରି ସାରିଥିବାରୁ ପୁଲିସ କଡା ଦଫାରେ କୋର୍ଟ ଚାଲାଣ କରିବାକୁ ଆଇନର ତର୍ଜମା କରୁଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର