PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ବିଶିଷ୍ଟ ପୁଟବଲ୍ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ କରୋନାରେ ପରଲୋକ

ଭୁବନେଶ୍ଵର, ୧/୦୬ : ଓଡ଼ିଶା ମହିଳା ଫୁଟବଲ୍ ଜଗତ ପାଇଁ ଏକ ଦୁଃଖଦ ଖବର। ଆଉ ନାହାଁନ୍ତି ମହିଳା ଫୁଟବଲ୍ କୋଚ୍ ନନ୍ଦକିଶୋର ପଟ୍ଟନାୟକ। ବିଶିଷ୍ଟ ପୁଟବଲ୍ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ କରୋନାରେ ପରଲୋକ ଘଟିଛି। ଗତକାଲି ରାତି ୩ଟା ବେଳେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମେ ମାସରେ ସେ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏନେଇ ତାଙ୍କର ସାନ ଭାଇ ସୂଚନା ଦେଇଛନ୍ତି।

ନନ୍ଦକିଶୋର ରାଜ୍ୟ ପାଇଁ ଅନେକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଛନ୍ତି। ଜଣେ ମହିଳା ଫୁଟବଲ୍ କୋଚ୍ ଭାବେ ସେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ଜୟନ୍ତୀ ବେହେରା, ମମତା ସାମନ୍ତ, ସୁଦୀପ୍ତ ସାହୁ, ମାମାଲି ସାହୁ, ରୁନୁ ନାୟକଙ୍କ ଭଳି ଅନେକ ଜୁନିଅର ଓ ସିନିଅର ସ୍ତରର ଆନ୍ତର୍ଜାତିକ ଖେଳାଳି ସୃଷ୍ଟି କରିଥିଲେ। ସେ ସିଏନଏନ ଆଇବିଏନ୍ ପକ୍ଷରୁ ଦିଆଯାଇଥିବା ରିଅଲ ହିରୋ ପୁରସ୍କାର ଗ୍ରହଣ କରିଥିଲେ। ଭୁବନେଶ୍ଵରରେ ରାଜ୍ୟର ଗରିବ ଓ ପ୍ରତିଭାବାନ୍ ମହିଳା ଫୁଟବଲ୍ ଖେଳାଳିଙ୍କୁ ମାଗଣାରେ ଖାଇବା ପିଇବା ଓ ଉପକରଣ ଦେଇ ନୀତା ଅମ୍ବାନି ଫୁଟବଲ୍ ଏକାଡେମୀ ଚଳାଇ ଆସୁଥିଲେ। ତାଙ୍କର ବିୟୋଗରେ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି।