PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଏସିଏଫ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା, ତଦନ୍ତ ପାଇଁ ବଲାଙ୍ଗିରରେ ପହଞ୍ଚିଲା ପାରଳାଖେମୁଣ୍ଡି ପୋଲିସ

ବଲାଙ୍ଗିର ୨୫/୭: ଏସିଏଫ ସୋମ୍ୟରଞ୍ଜନ ମୃତ୍ୟ ମାମଲାରେ ତଦନ୍ତ ପାଇଁ ପାରଳାଖେମୁଣ୍ଡି ପୁଲିସ ବଲାଙ୍ଗିରରେ ପହଁଚିଛି । ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ ଆସିଛନ୍ତି। ଗତକାଲି ବିଳମ୍ବିତ ରାତିରେ ବଲାଂଗୀର ପହଂଚି ଥିବା ବେଳେ ଆଜି ପ୍ରାଣୀଧନ ନିରୀକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରେ ପହଂଚି ତଦନ୍ତ କରିବେ । ଏଥିରେ ଟିମ କେନ୍ଦ୍ରର ଡେପୁଟି ଡ଼ାଇରେକ୍ଟର ହେମନ୍ତ ପ୍ରଧାନଙ୍କୁ ପଚରାଉଚୁରା କରିବାର କାର୍ଯ୍ୟକ୍ରମ ରହିଛି। ଯେହେତୁ ସୋମ୍ୟରଂଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା ବଲାଙ୍ଗିରରେ ଟ୍ରେନିଂ ନେଉଥିଲେ ଏବଂ ଲକଡାଉନ ପରେ ଗତ ଏପ୍ରିଲ ମାସରେ ବଲାଙ୍ଗିରକୁ ଏକୁଟିଆ କାରରେ ଆସିଥିବାରୁ ସନ୍ଦେହ ବଢିଥିଲା । ଏହାର ତଦନ୍ତ ପାଈଁ ପୁଲିସ ଟିମ ଆଜି ତଦନ୍ତ ପାଇଁ ବଲାଙ୍ଗିର ପହଁଚି ଟାଉନ ଥାନାରେ ଅଛି । ପୂର୍ବାହ୍ନ ୧୦ଟାରେ ସେମାନେ ପ୍ରଶିକ୍ଷଣ କେନ୍ଦ୍ରରେ ପୁଲିସ ଟିମ ପହଁଚି ଅଧ୍ୟକ୍ଷ ଡା ହେମନ୍ତ କୁମାର ପ୍ରଧାନଙ୍କୁ ପଚରାଉଚରା କରୁଛନ୍ତି ।