PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ସତ କ’ଣ ଲୁଚିଯିବ ? ସୌମ୍ୟଙ୍କ ମୃତ୍ୟୁର କାରଣକୁ ଚାପି ଦେଉଛି ପୋଲିସ…

ପାରଳାଖେମୁଣ୍ଡି,୨୯/୦୭: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଛି ପୁଲିସ । ସହାୟତା କରୁଛି କ୍ରାଇମବ୍ରାଞ୍ଚ୍‌। ଘଟଣାକୁ ୧୮ ଦିନ ବିତିସାରିଥିଲେ ମଧ୍ୟ ଘଟଣାର ରହସ୍ୟ ଉପରୁ ପରଦା ହଟିପାରିନାହିଁ । ସେପଟେ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ପରିବାର ଏବଂ ଆଇନଜୀବୀ । ପାରଳା ପୁଲିସ ଇତି ମଧ୍ୟରେ ୪ଟି ଜିଲ୍ଲା ବୁଲି ତଦନ୍ତ କରିଛି, କିନ୍ତୁ କୌଣସି ଠାରୁ ମଧ୍ୟ କିଛି ବିଶେଷ ସୁରାକ ପାଇନାହିଁ। ଏହାରି ଭିତରେ ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛି ।

ପୁଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାରଳାଖେମୁଣ୍ଡିର ଆଇନଜୀବୀ କୃଷ୍ଣମୋହନ ପଟ୍ଟନାୟକ । ସେ କହିଛନ୍ତି, ପୁଲିସ ପ୍ରଥମ ଦିନରୁ ହିଁ ତଦନ୍ତରେ ଅବହେଳା କରିଛି । ଯେଉଁ ଘଟଣାରେ ଡିଏଫଓଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି, ସେହି ସମୟରେ ତାଙ୍କ କାର୍ଯ୍ୟାଳୟରେ ଘଟଣାସ୍ଥଳ କୁହାଯାଉଥିବା ସୌମ୍ୟଙ୍କ ସରକାରୀ ବାସଭବନର ଚାବି ରହିବା ନିଶ୍ଚିତ ସନ୍ଦେହ ଜନକ ।

ତଦନ୍ତ ପକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ନିର୍ମଳ ଚନ୍ଦ୍ର ସାହୁ । ୩୦୨ ଓ ୧୨୦ (ବି) ଅଭିଯୋଗ ଥିବା ବ୍ୟକ୍ତିଙ୍କୁ ଜେରାରେ ବିଳମ୍ବ ହୋଇଥିବା ଏବଂ ସେମାନଙ୍କୁ ନିଜ କାର୍ଯ୍ୟାଳୟ ବା ଘରେ ପଚରାଉଚରା ନକରି ଥାନାରେ କରିବା ଉଚିତ ଥିଲା ବୋଲି କହି ଏନେଇ ସେ କ୍ରିମିନାଲ୍‌ ପ୍ରୋସିଡିଓର ସେକ୍ସନ୍‌ ୧୬୦ର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି, ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ହଷ୍ଟେଲ୍‌ରେ ବିଦ୍ୟାଭାରତୀଙ୍କ ରୁମ୍‌ ସିଲ୍‌ ହୋଇଥିବାବେଳେ ପାରଳାଖେମୁଣ୍ଡିରେ ତାଙ୍କ କ୍ୱାର୍ଟର୍ସ ଚାବି ଡିଏଫ୍‌ଓ କାର୍ଯ୍ୟାଳୟରେ ରହିବା ତଦନ୍ତର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଉଛି ।

ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଘଟଣାସ୍ଥଳ ଓ ତଦନ୍ତ ପ୍ରକ୍ରିୟା ସମୀକ୍ଷା ପରେ ତଦନ୍ତର ଅନେକ ଦିଗ ବାକି ଅଛି ବୋଲି କହିବାର ଦିନକ ପରେ ଏସ୍‌ପି ତପନ କୁମାର ପଟ୍ଟନାୟକ ତୁରନ୍ତ ଡିଏଫ୍‌ଓଙ୍କୁ ଏକ ପ୍ରକାର କ୍ଲିନ୍‌ ଚିଟ୍‌ ଦେବା, ପୁଣି ପରଦିନ ତଦନ୍ତ ଜାରି ରହିଥିବା ବୋଲି କହିଥିଲେ । ଯାହାକୁ ନେଇ ପୁଲିସ ତରବରିଆ ମନ୍ତବ୍ୟ ଦେଉଛି ବୋଲି କହିଛନ୍ତି ପୂର୍ବତନ ଆଇଜି ବିପ୍ରଚରଣ ଅ।।ଚାର୍ଯ୍ୟ । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଡିଏଫ୍‌ଓଙ୍କୁ ନିଜ କାର୍ଯ୍ୟାଳୟରେ ଜେରା ନକରି ପୁଲିସ ଥାନାକୁ ଡକାଯିବା ଉଚିତ ଥିଲା ବୋଲି ସେ କହିଛନ୍ତି । ସୌମ୍ୟଙ୍କ କ୍ୱାର୍ଟର୍ସ କ୍ରାଇମ୍‌ ସିନ୍‌ ବୋଲି ପୁଲିସ ସ୍ପଷ୍ଟ କରିଥିବାବେଳେ ଏ ନେଇ ମଧ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଥିବା ସେ କହିଛନ୍ତି । ଯଦି ସୌମ୍ୟ ଆତ୍ମହତ୍ୟା କରିବା ବି ବିଶ୍ୱାସ କରାଯାଏ ତେବେ ୯୫ ପ୍ରତିଶତ ପୋଡ଼ି ଯାଉଥିବାବେଳେ ଜଣେ କେବେ ସ୍ଥିର ହୋଇ ରହିପାରିବନାହିଁ ଏବଂ ସେ ସାହାଯ୍ୟ ପାଇଁ ଚିତ୍କାର କରିବ । ଫଳରେ ଘରର ଅନ୍ୟ ଆସବାବପତ୍ରରେ ବି ନିଆଁର ଚିହ୍ନ ରହିବା କଥା ବୋଲି ସେ କହିଛନ୍ତି ।

ଘଟଣାରେ ସିଡିଆର୍‌ (କଲ୍‌ ଡିଟେଲ୍‌ ରିପୋର୍ଟ) ଯାଞ୍ଚ କଥା କହୁଛି ପୁଲିସ । କେଉଁ ନମ୍ବରର ସିଡିଆର୍‌ ଯାଞ୍ଚ କରିଛି ପୁଲିସ ତାହା ପ୍ରଶ୍ନବାଚୀ । କାରଣ ଜଣେ ଅପରାଧୀ କେବେ ବି ନିୟମିତ ବ୍ୟବହାର କରୁଥିବା ମୋବାଇଲ୍‌ ଅପରାଧ ସମୟରେ ବ୍ୟବହାର କରିବା ସମ୍ଭାବନା ଖୁବ କମ୍‌ । ଏହି ଦିଗ ପ୍ରତି ପୁଲିସ ଦୃଷ୍ଟି ଦେଇଛି କି ନାହିଁ ତାହା ପ୍ରଶ୍ନବାଚୀ । ଉଭୟ ସୌମ୍ୟ ଏବଂ ବିଦ୍ୟାଭାରତୀଙ୍କ ଅନେକ ଚିଠି ସାମ୍ନାକୁ ଆସିଛି ଯେଉଁଥିରେ ସୌମ୍ୟ ଭଲପାଉଥିବା ଲେଖୁଥିବାବେଳେ ବିଦ୍ୟାଭାରତୀ କେବଳ ଘୃଣା କଥା ହିଁ ଲେଖୁଥିବା ନଜିର ରହିଛି । ଏସବୁ ଚିଠିକୁ ପୁଲିସ ଜବତ କରି ତଦନ୍ତ ପରିସରଭୁକ୍ତ କରିଛି କି ନାହିଁ ତାହା ଏଯାଏଁ ଅସ୍ପଷ୍ଟ । ତେଣୁ ପୁଲିସ ଏହି ଘଟଣାର ତଦନ୍ତ ଆଜିଯାଏଁ ସଠିକ ରାସ୍ତାରେ କରିନଥିବା ସେ କହିଛନ୍ତି।