PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି: ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ

ପାରଳାଖେମୁଣ୍ଡି ୨୫/୦୭ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ୧୩ ଦିନ ବିତିଛି । ହେଲେ ଏହି ଘଟଣା ଦୁର୍ଘଟଣାଜନିତ ନା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏନେଇ ତଦନ୍ତ ଜାରି ରହିଥିବା ବେଳେ ଅଧିକ ଯାଞ୍ଚ ପାଇଁ ଶନିବାର ପାରଳାଖେମୁଣ୍ଡି ପୁଲିସର ୫ଜଣିଆ ଟିମ୍‌ ବଲାଙ୍ଗୀରରେ ପହଞ୍ଚିଛି। ସେଠି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ତଥାକଥିତ ସହପାଠୀଙ୍କୁ ପାର୍ଟି ଓ ଅନ୍ୟାନ୍ୟ ଘଟଣା ନେଇ ଅଧିକ ତନାଘନା କରିବ ପାରଳା ପୁଲିସ । ସେପଟେ ଶନିବାର ଗଣମାଧ୍ୟମକୁ ଗଜପତି ଏସ୍‌ପି କହିଛନ୍ତି, ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଆବଶ୍ୟକ ମନେ ହେଲେ ଯେଉଁମାନଙ୍କ ବିରୋଧରେ ସନ୍ଦେହ ଉପୁଜିବ, ସେମାନଙ୍କୁ ପୁଣି ଜେରା କରାଯାଇପାରେ ।

ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ପୁଅର ମୃତ୍ୟୁ ପାଇଁ ଯେଉଁ ୩ ଜଣଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ସେମାନଙ୍କ ମଧ୍ୟରୁ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ଏକପ୍ରକାର କ୍ଲିନ୍‌ଚିଟ୍‌ ଦେଇଛି ପୁଲିସ । ବିଦ୍ୟାଙ୍କ ସହ ସେମାନଙ୍କ କୌଣସି ସମ୍ପୃକ୍ତି ନଥିବା କହିଛନ୍ତି ଗଜପତି ଏସ୍‌ପି ତପନ ପଟ୍ଟନାୟକ । ସେହିପରି ଗୁରାଣ୍ଡି ଥାନାଧିକାରୀ ମମତା ପଣ୍ଡା କେବଳ ମାନବିକତା ଦୃଷ୍ଟିରୁ ସେଦିନ ହସ୍‌ପିଟାଲକୁ ଆସିଥିଲେ ଏବଂ ଗୁରୁତରଙ୍କୁ ଏଠାରୁ ସ୍ଥାନାନ୍ତର ଯାଏଁ ସହଯୋଗ କରିଥିଲେ ବୋଲି କହିଛନ୍ତି ଏସ୍‌ପି । ତଦନ୍ତ ସରିବା ପୂର୍ବରୁ ମୂଳ ଏତଲାରେ ଯେଉଁମାନଙ୍କ ବିରୋଧରେ ଅଭିଯୋଗ ରହିଥିଲା ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କ୍ଲିନ୍‌ଚିଟ୍‌ ଦେବା ଘଟଣାକୁ ଆଇନଜ୍ଞମାନେ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି । ସେମାନଙ୍କ କହିବା ଅନୁସାରେ ପ୍ରଥମେ ଏହି ଘଟଣା ଦୁର୍ଘଟଣାଜନିତ ନା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ ଡିଏଫ୍‌ଓଙ୍କୁ ମାତ୍ର ୩ ଘଣ୍ଟାର ଜେରା କରି କ୍ଲିନ୍‌ଚିଟ ଦେବା ତଦନ୍ତକୁ ବାଟବଣା ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି ଆଇନଜ୍ଞ ।

ଏସ୍‌ପିଙ୍କ ବୟାନ ପରେ ତଦନ୍ତର ଦିଗ ମଧ୍ୟ ବଦଳିଛି । ବର୍ତ୍ତମାନ ଏହି ଘଟଣାରେ ତଦନ୍ତ ବିଦ୍ୟାଭାରତୀଙ୍କ ଉପରେ ଏକରକମ କେନ୍ଦ୍ରୀଭୂତ ହୋଇଛି । ତଦନ୍ତ ସମୟରେ ଅନେକ ନୂଆ ନୂଆ ତଥ୍ୟ ଏବଂ ସନ୍ଦିଗ୍‌ଧ ଚରିତ୍ର ସାମ୍ନାକୁ ଆସିଥିଲେ । ବିଦ୍ୟାଭାରତୀ ବାହାଘର ପରେ ଗତ ଏପ୍ରିଲ ମାସରେ ବଲାଙ୍ଗୀର ଠାରେ ଏକ ପାର୍ଟି ଦେଇଥିବା କଥା ସମ୍ନାକୁ ଆସିଥିଲା । ଏଥିରେ ତାଙ୍କର ପ୍ରାୟ ୮୦ ଜଣ ସହପାଠୀ ସାମିଲ ହୋଇଥିଲେ । ଏହି ପାର୍ଟି ସହ ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁର କୌଣସି ସମ୍ପର୍କ ଅଛି କି ନାହିଁ ତାହାର ତଦନ୍ତ କରିବା ପାଇଁ ବଲାଙ୍ଗୀର ପହଞ୍ଚିଛି ୫ ଜଣିଆ ତଦନ୍ତକାରୀ ଦଳ । ସେଠାରେ ବିଦ୍ୟାଭାରତୀ ତାଲିମ ଗ୍ରହଣ କରୁଥିବା ଅନୁଷ୍ଠାନକୁ ଯାଇ ବିଭିନ୍ନ ଦିଗରୁ ତଦନ୍ତ କରାଯିବ ବୋଲି କହିଛନ୍ତି ଟିମ୍‌ର ନେତୃତ୍ୱ ନେଉଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ । ପୂର୍ବରୁ ଏକ ଟିମ୍‌ ସୌମ୍ୟଙ୍କ ପୈତୃକ ଘର ବାଲେଶ୍ୱର ଜିଲ୍ଲା ଖଇରା ଓ ପତ୍ନୀ ବିଦ୍ୟାଙ୍କ ପୈତୃକ ଘର ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଯାଇଥିଲା ।

ଅନ୍ୟପକ୍ଷରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ କ୍ଲିନ୍‌ଚିଟ୍‌ ଦେବା ପରେ ସୌମ୍ୟଙ୍କ ପରିବାର ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବାପା ଅଭିରାମ କହିଛନ୍ତି, ସୌମ୍ୟରଞ୍ଜନଙ୍କ ମୃତ୍ୟୁରେ ଡିଏଫ୍‌ଓ, ରୋଷେୟା, ବୋହୂ ବିଦ୍ୟାଭାରତୀଙ୍କ ସମ୍ପୃକ୍ତି ଅଛି । ହେଲେ ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ସମସ୍ତଙ୍କୁ କ୍ଲିନ୍‌ଚିଟ୍‌ ଦେଇଦେଲେ । ଏସ୍‌ପି ଜାଣିଶୁଣି ତଦନ୍ତକୁ ବାଟବଣା କରୁଛନ୍ତି । ଏହାର ପ୍ରଚ୍ଛଦପଟରେ ପ୍ରଭାବଶାଳୀ ଲୋକଙ୍କ ହାତ ରହିଛି । ଯଦି ଡିଏଫ୍‌ଓଙ୍କ ଏହି ମାମଲାରେ କୌଣସି ସମ୍ପୃକ୍ତି ନାହିଁ, ସେ ୧୦ ଦିନ ହେଲା କାହିଁକି ଅଫିସ୍‌ ଆସୁ ନଥିଲେ ବୋଲି ସୌମ୍ୟଙ୍କ ବାପା ପ୍ରଶ୍ନ ଉଠାଇଛନ୍ତି । ତଦନ୍ତର ମୋଡ଼ ବଦଳାଇବା ପାଇଁ ଏଭଳି ଏସ୍‌ପି କହିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ କଲେ ସବୁ ଘଟଣା ସାମ୍ନାକୁ ଆସିବ ।