PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି: ପୁଣି ମିଳିଲା ହାତଲେଖା ଚିଠି.. ବଢ଼ିଲା ସସ୍‌ପେନ୍ସ , ‘ଅକ୍ଷୟ’ ଚରିତ୍ର କିଏ ?

ପାରଳାଖେମୁଣ୍ଡି ୨୬/୦: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ଦୁଇ ସପ୍ତାହ ବିତିଲା । ତଦନ୍ତ ଜାରି ରହିଛି, ଯାଞ୍ଚ୍‌ ପରେ ହିଁ ସ୍ପଷ୍ଟ ହେବ ବୋଲି କହୁଛି ତଦନ୍ତକାରୀ ଟିମ୍‌ । ଏହାରି ଭିତରେ ବିଦ୍ୟାଭାରତୀଙ୍କ ପୁଣି ଏକ ହାତଲେଖା ଗଣମାଧ୍ୟମରେ ଘୂରି ବୁଲୁଛି । ସେଥିରୁ ଉଲ୍ଲେଖ ଥିବା ଅକ୍ଷୟ ନାମଧାରୀ ଚରିତ୍ରକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବିଦ୍ୟାଭାରତୀଙ୍କ ଏହି ହାତଲେଖାରେ ରହିଛି “ହେ ଭଗବାନ, ମୁଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘୃଣା କରେ, ସେଠାରେ ମୋ ପାଇଁ କେହି ନାହିଁ… ଇନ୍‌ସଲ୍ଟ ହେଲା, ଅନ୍‌ନେସେସେରୀ କଥା କହିକି ନିଜର ଇନ୍‌ସଲ୍ଟ କଲି… ଖାଲି ସୁପର୍‌ଫିସିଆଲି ହିଁ ମିଶନ୍ତି… ମନ ଭିତରେ କ୍ଷତି ହିଁ ଚାହାନ୍ତି… କିଛି ପ୍ରବ୍ଲେମ ନକରିକି ବି ଏତେ ରାଗ… ଏତେ ପରିମାଣରେ ଜିଲସ୍‌ନେସ୍‌, ବହୁତ ଖୁସି ଲାଗୁଛି… ଆହୁରି ଜଳୁଥାଆ… ଆଉ ତୁମ ଜିଲସ୍‌ନେସ୍‌ ଦେଖିକି ଭଗବାନ ହସୁଥିବେ… ଭଲ କଥା… ଆଜି ତମର ମେଜରିଟି ଅଛି, କାଲି ମୋର ମେଜରିଟି ରହିବ… ଆଉ ମୋର ଟାଇମ୍‌ ବି… ଅଂଶୁ ଅପାଙ୍କୁ ୮୦ ଦବାର ଅଛି… ଆଉ ତା ଛଡ଼ା ସବୁ ଅଲ କ୍ଲିଅର ଅଛି… ତାଠୁ ଗୋଟେ ବେଟର୍‌ ଖୋଜିବି… ଏତେ ନେଗ୍ଲିଜିବ୍ଲ ଫିଲ୍‌ କରେଇଲା… ଆଇ ହେଟ୍‌ ହିମ୍‌… ବହୁତ କଥା ଅଛି ପରେ କହିବି….’। ଏତିକି ଲେଖା ରହିଥିବା ବେଳେ ଆଉ କିଛି ଲେଖା ହୋଇ କଟା ଯାଇଛି । “ମୋତେ ଅକ୍ଷୟର ଷ୍ଟାଟସ୍‌ ଦେଖିକି ମୋତେ କହିଥିଲା ଦେଖିବା ପାଇଁ’ ଲେଖା ହୋଇ କଟା ହୋଇଛି । ସୌମ୍ୟଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ପାରଳାଖେମୁଣ୍ଡି ଆସିଥିବା ସମୟରେ ପୁଲିସ ତାଙ୍କୁ ସୌମ୍ୟଙ୍କ ସରକାରୀ ବାସଭବନରେ ଥିବା ସାମଗ୍ରୀ ହସ୍ତାନ୍ତର କରିଥିଲା । ତାହା ମଧ୍ୟରେ ଥିବା ବିଦ୍ୟାଭାରତୀଙ୍କ ଏକ ଖାତାରେ ଏଭଳି ଲେଖା ହୋଇଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ସୌମ୍ୟଙ୍କ ବଡ଼ଭାଇ ରଞ୍ଜନ ମହାପାତ୍ର । ତେବେ ଏହି ଅକ୍ଷୟ ଜଣକ କିଏ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହୁଏତ ଏହି ଲେଖାରୁ ପୁଲିସକୁ ତଦନ୍ତ ପାଇଁ କିଛି ସୁରାକ ମିଳିବ ଏବଂ ଆମକୁ ନ୍ୟାୟ ମିଳିବ ବୋଲି ଆଶା ରଖି ସେମାନେ ଏହାକୁ ଗଣମାଧ୍ୟମକୁ ଦେଇଥିବା କହିଛନ୍ତି ସୌମ୍ୟଙ୍କ ବଡ ଭାଇ ରଞ୍ଜନ ।

ଅପରପକ୍ଷରେ ତଦନ୍ତ ଅଧାବାଟରେ ଥିବା ସମୟରେ ଏହି ଘଟଣା ପାଇଁ ସୌମ୍ୟଙ୍କ ପରିବାର ଯେଉଁ ୩ ଜଣଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ସେମାନଙ୍କ ମଧ୍ୟରୁ ରୋଷେୟା ଏବଂ ଡିଏଫ୍‌ଓଙ୍କ ବିଦ୍ୟାଭାରତୀଙ୍କ ସହ କୌଣସି ସମ୍ପର୍କ ନଥିବା ଗଜପତି ଏସ୍‌ପି ତପନ ପଟ୍ଟନାୟକ ସ୍ପଷ୍ଟ କରି ଉଭୟଙ୍କୁ ଏକପ୍ରକାର କ୍ଲିନଚିଟ୍‌ ଦେଇଛନ୍ତି । ଏସ୍‌ପିଙ୍କ ଏଭଳି ବୟାନ ପରେ ତଦନ୍ତର ଦିଗ ମଧ୍ୟ ବଦଳିଛି । ଘଟଣା ପଛରେ ବଲାଙ୍ଗୀର ପାର୍ଟି ଲିଙ୍କ୍‌ ଖୋଳତାଡ ପାଇଁ ୫ ଜଣିଆ ତଦନ୍ତକାରୀ ଦଳ ସେଠାକୁ ଯାଇଛି । ସେଠାରେ ବିଦ୍ୟାଭାରତୀ ତାଲିମ ଗ୍ରହଣ କରୁଥିବା ଅନୁଷ୍ଠାନକୁ ଯାଇ ବିଭିନ୍ନ ଦିଗରୁ ତଦନ୍ତ କରୁଛି ପାରଳା ପୁଲିସର ୫ ଜଣିଆ ତଦନ୍ତକାରୀ ଟିମ୍‌ । କିନ୍ତୁ ଏଭଳି କ୍ଲିନ୍‌ଚିଟ୍‌ ଦେବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହିଁ ଆନ୍ତର୍ଜାତୀୟ ମାନବାଧିକାର ପରିଷଦ । ଜିଲ୍ଲା ସାଧାରଣ ସମ୍ପାଦକ ପ୍ରନୋଜ ପଟ୍ଟନାୟକ କହିଛନ୍ତି ଯେ, ତଦନ୍ତ ଠିକ୍‌ ଭାବେ ହେଉନାହିଁ । କେବଳ ମୂଳ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ପୁଲିସ ପ୍ରୟାସ କରୁଥିବା ଭଳି ମନେ ହେଉଛି । ଏହି ଘଟଣାକୁ ନେଇ ପରିଷଦ ପକ୍ଷରୁ ପୂର୍ବରୁ ଏକ ସ୍ମାରକପତ୍ର ଦିଆଯାଇଥିଲା । ତଦନ୍ତର ଦିଗ ମଧ୍ୟ ସେଥିରେ ଉଲ୍ଲେଖ ରହିଥିଲା । ହେଲେ ସେହି ସବୁ ଦିଗକୁ ପୁଲିସ ଆଜି ଯାଏଁ ଗୁରୁତ୍ୱ ଦେଉନାହିଁଁ । ଅଭିଯୁକ୍ତଙ୍କୁ ପୁଲିସ ନିଜ ହେପାଜତକୁ ନେବା ବଦଳରେ ସେମାନଙ୍କୁ ସୁରକ୍ଷା ଦେଇ ପଚରାଉଚୁରା କରୁଛି । ତଦନ୍ତ ଅଧାବାଟରେ ରହିଥିବା ବେଳେ ଏସ୍‌ପି ଅଭିଯୁକ୍ତଙ୍କୁ କ୍ଲିନ୍‌ଚିଟ୍‌ ଦେଉଛନ୍ତି, କିନ୍ତୁ ତଦନ୍ତକରୀ ଅଧିକାରୀ ଭିନ୍ନ କଥା କହୁଛନ୍ତି । ତେଣୁ ସନ୍ଦେହ ସୃଷ୍ଟି ହେଉଛି । ଘଟଣାର ତଦନ୍ତ ଠିକ୍‌ ରାସ୍ତାରେ ଗଲେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଲୋକେ ଧରାପଡ଼ିବେ ବୋଲି ସେ କହିଛନ୍ତି ।