PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ: ବିଦ୍ୟାଭାରତୀଙ୍କ ଅନିଛା ସତ୍ତ୍ବେ ହୋଇଥିଲା ବାହାଘର, ଏସପି କହିଲେ-ଆତ୍ମହତ୍ୟା ଆଡେ ତଦନ୍ତ ଦିଗ

ଭୁବନେଶ୍ବର: ଦିନ ଗଡ଼ିବା ସହ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ରହସ୍ୟ ବଢ଼ିଛି । ଏହାରି ଭିତରେ ଏକ ବିସ୍ଫୋରକ ତଥ୍ୟ ପଦାକୁ ଆସିଛି । ତଦନ୍ତ ସମୟରେ କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି ସୌମ୍ୟରଞ୍ଜନଙ୍କୁ ବାହା ହେବାକୁ ଚାହୁଁ ନଥିଲେ ବିଦ୍ୟାଭାରତୀ । ଅନିଚ୍ଛା ସତ୍ତେ୍ୱ ଏହି ବାହାଘର ହୋଇଛି । ସେ ବାହା ହେବେ ନାହିଁ ବୋଲି ସୌମ୍ୟରଞ୍ଜନଙ୍କୁ ଫୋନ୍‌ କରି ଜଣାଇଥିଲେ । ତେବେ ବିଦ୍ୟାଭାରତୀଙ୍କ ଏହି କଥା ଶୁଣିବା ପରେ ପୁଲିସ୍‌ ମୁଣ୍ଡରେ ଚଡ଼କ ପଡ଼ିଛି । ବିଦ୍ୟାଭାରତୀ କ୍ରାଇମ୍‌ବ୍ରାଞ୍ଚକୁ କହିଛନ୍ତି, ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ସମୟରେ ବାହାଘର ପ୍ରସ୍ତାବ ଆସିଥିଲା ।

ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ସହ ତାଙ୍କ ବାହାଘର ପ୍ରସ୍ତାବ କଥା ଶୁଣି ପରିବାର ଓ ବନ୍ଧୁବାନ୍ଧବ ଖୁସି ହୋଇଯାଇଥିଲେ । ହେଲେ ବିଦ୍ୟାଭାରତୀ ଖୁସି ନଥିଲେ । ଏ ନେଇ ସେ ସୌମ୍ୟରଞ୍ଜନଙ୍କୁ ଫୋନ୍‌ କରି କହିଥିଲେ, ବାହାଘରରେ ସେ ଖୁସି ନାହାନ୍ତି ବୋଲି । ତମେ ବାହାଘର ପ୍ରସ୍ତାବ ଭାଙ୍ଗି ଦିଅ ବୋଲି କହିଥିଲେ । ବିଦ୍ୟାଭାରତୀ ତାଙ୍କୁ କହିଥିଲେ ପାଠ ପଢ଼ି ଚାକିରି କରିବି ତା’ ପରେ ବାହାଘର ବିଷୟରେ ଚିନ୍ତା କରିବି । ସବୁ କଥା ଶୁଣି ମଧ୍ୟ ବାହାଘର ଭାଙ୍ଗି ନଥିଲେ ସୌମ୍ୟ । ବାହାଘର ପରେ ଏ ସବୁ କଥାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ଥିଲା ।

ଘଟଣାର ୧୧ ଦିନ ପରେ, ଶୁକ୍ରବାର ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ତାଙ୍କ କାର୍ଯ୍ୟାଳୟରେ ତଦନ୍ତକାରୀ ଟିମ୍‌ ୩ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚୁରା କରିଥିଲା । ଜେରା ନେଇ ଡିଏଫ୍‌ଓ କୌଣସି ପ୍ରତିକ୍ରିୟା ଦେଇନଥିଲେ । ହେଲେ ଶ୍ରୀ ବେହେରା ପୁଲିସ୍‌କୁ କହିଥିଲେ, ବିଦ୍ୟାଭାରତୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିଲା । ଘଟଣା ଦିନ ହିଁ ସେ ବିଦ୍ୟାଭାରତୀଙ୍କୁ ଦେଖିଲେ । ଅନ୍ୟ ପକ୍ଷରେ ଗୁରୁତର ଅବସ୍ଥାରେ ସୌମ୍ୟରଞ୍ଜନଙ୍କୁ କଟକ ସ୍ଥାନାନ୍ତର ବେଳେ ଫରେଷ୍ଟ ଗେଟ୍‌ ଛକରେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉକ୍ତ ୧୦୮ ଆମ୍ବୁଲାନ୍‌ସ ଗୁରାଣ୍ଡି ଥାନାଧିକାରୀ ଅଟକାଇଥିବା ଅଭିଯୋଗ ହୋଇଥିଲା । ଗୁରାଣ୍ଡି ଥାନାଧିକାରୀ ମମତା ପଣ୍ଡାଙ୍କୁ ମଧ୍ୟ ତଦନ୍ତକାରୀ ଟିମ୍‌ ପଚରାଉଚୁରା କରିଥିଲେ । ଗୁରୁବାର ରାତିରେ ଆମ୍ବୁଲାନ୍ସ ଡ୍ରାଇଭର୍‌ ଦୟାନିଧି ଶବରଙ୍କୁ ମଧ୍ୟ ଜେରା କରିଥିଲା ପୁଲିସ୍‌ । ଫରେଷ୍ଟ ଗେଟ୍‌ ଛକରେ ୧୫ ମିନିଟ ଅଟକିଥିବା ସ୍ୱୀକାର କରିଛନ୍ତି ଆମ୍ବୁଲାନ୍‌ସ ଡ୍ରାଇଭର୍‌ । ଜଣେ ମହିଳା ପୁଲିସ ଅଧିକାରୀ ଅଟକିବା ପାଇଁ କହିଥିଲେ ବୋଲି ଡ୍ରାଇଭର୍‌ କହିଛନ୍ତି ।

ଏସ୍‌ପି କହିଛନ୍ତି, ଡିଏଫ୍‌ଓ ସଂଗ୍ରାମକେଶରୀ ବେହେରାଙ୍କୁ ଆମେ ତଦନ୍ତ ପରିସରଭୁକ୍ତ କରିଥିଲୁ । ଏହି ସମୟରେ ଜଣାପଡିଥିଲା, ଡିଏଫ୍‌ଓଙ୍କ ବିଦ୍ୟାଭାରତୀଙ୍କ ସହ କୌଣସି ସମ୍ପର୍କ ନାହିଁ । ଜେରା କରିବା ପୂର୍ବରୁ ସହ ସିଡିଆର ଯାଞ୍ଚ କରାଯାଇଥିଲା । ସେଥିରୁ ଡିଏଫ୍‌ଓଙ୍କ କୌଣସି ସମ୍ପୃକ୍ତି ବିଦ୍ୟାଭାରତୀଙ୍କ ସହ ନଥିଲା ବୋଲି ଜଣାଯାଇଛି । ଏପରିକି ତାଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କ ସହ ମଧ୍ୟ କୌଣସି ପ୍ରକାର ସମ୍ପୃକ୍ତି ନାହିଁ ।

ସେ ଆହୁରି କହିଛନ୍ତି ଯେ ଫରେଷ୍ଟ ଗେଟ୍‌ ପାଖରେ ଆମ୍ବୁଲାନ୍ସ ୧୫ ମିନିଟ୍‌ କାଳ ଅଟକି ଥିଲା । ସ୍ତ୍ରୀ ବିଦ୍ୟା ଭାରତୀ ଖାଲିରେ ମେଡିକାଲ ଯାଇଥିଲେ, କୌଣସି ଜିନିଷ ନେଇ ନଥିଲେ । ଏଣୁ ପରେ ଆବଶ୍ୟକ ଜିନିଷ ନେବା ପାଇଁ ଘରକୁ ଯାଇଥିଲେ । ଘରୁ ଜିନିଷ ନେଇ ଆସିବାରେ ଯେଉଁ ସମୟ ଲାଗିଥିଲା ସେତିକି ସମୟ ଆମ୍ବୁଲାନ୍ସ ଅଟକିଥିଲା । ଯେହେତୁ ଜଣେ ମହିଳା ଏକୁଟିଆ ଥିଲେ, ତେଣୁ ଫାର୍ମାସିଷ୍ଟ ବା ଆଉ ଜଣେ ମହିଳା ଯିବା ସ୍ଥିର କରିବାରେ ବିଳମ୍ବ ଘଟିଲା । ମୃତ୍ୟୁ ନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି ଗଜପତି ଏସ୍‌ପି ସ୍ପଷ୍ଟ କରିଛନ୍ତି । ସବୁ ଦିଗରୁ ତଦନ୍ତ ପରେ ପୁଲିସ୍‌ ଏକ ପ୍ରକାର ଜାଣିବାକୁ ପାଇଛି ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଥାଇପାରନ୍ତି । ସେ କ’ଣ ପାଇଁ ଆତ୍ମହତ୍ୟା କଲେ, ସେ ଦିଗରେ ଖୋଳତାଡ଼ ଚାଲିଛି ।

ବିଦ୍ୟାଭାରତୀଙ୍କ ସହ ବଲାଙ୍ଗୀର ଯାଇଥିବା ଗାଡି ଡ୍ରାଇଭର ପ୍ରମୋଦ ପାତ୍ର ପରାଉଚରା ବେଳେ କହିଛନ୍ତି ଦୁଇ ଥର ବଲାଙ୍ଗୀର ଯାଇଥିଲେ । ଏପ୍ରିଲ୍‌ ୩ରେ ଉଭୟ ବିଦ୍ୟାଭାରତୀ ଓ ସୌମ୍ୟରଞ୍ଜନ ମିଶି ଯାଇଥିଲେ । ବିଦ୍ୟା ବଲାଙ୍ଗୀରରେ ହିଁ ରହି ଯାଇଥିଲେ ଓ ସୌମ୍ୟ ସେହି କାର୍‌ରେ ହିଁ ପାରଳାଖେମୁଣ୍ଡି ଫେରି ଆସିଥିଲେ । ପୁଣି ଏପ୍ରିଲ୍‌ ୧୩ରେ ସୌମ୍ୟରଞ୍ଜନଙ୍କ ସହ ଡ୍ରାଇଭର୍‌ କାର୍‌ ନେଇ ବଲାଙ୍ଗୀର ଯାଇଥିଲେ । ସେଠାରୁ ସୌମ୍ୟଙ୍କ ସହ ତାଙ୍କ ଶାଶୂ, ଶ୍ୱଶୁର, ବିଦ୍ୟା ଭାରତୀ ଅନ୍ୟତ୍ର କୁଆଡେ ଯାଇଥିଲେ ଓ ମୁଁ ଖାଲି ଗାଡି ଧରି ପାରଳା ଫେରି ଆସିଥିଲି ବୋଲି ସ୍ୱୀକାର କରିଛନ୍ତି ଡ୍ରାଇଭର୍‌ । ଉକ୍ତ କାର୍‌ର ଭଡା ବାବଦ ଉଲ୍ଲେଖ ରହିଥିବା ଡାଏରୀକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ୍‌ ।

ଶୁକ୍ରବାର ଆଉ ୪ଟି ହାତଲେଖା ପତ୍ର ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଧଳା କାଗଜରେ ନୀଳ କାଳିରେ ଲେଖା ହୋଇଛି ଏହି ୪ଟି ପତ୍ର । ଏହି ୪ଟିରେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦସ୍ତଖତ ଏବଂ ତାରିଖ ଲେଖା ହୋଇଛି । ତେଣୁ ମୃତ ଏସିଏଫ ସୌମ୍ୟଙ୍କର ପତ୍ର ବୋଲି କୁହାଯାଉଛି । ୨୦୨୧ ଫେବ୍ରୁଆରୀ ୨୨ ତାରିଖ ଉଲ୍ଲେଖ ଥିବା ଚିଠିରେ ‘ଯାହା ତୁମେ ଚାହୁଁଛ, ମୁଁ ସେଥିପାଇଁ ଆୟୋଜନ କରିଦେବି… ମୁଁ ନିଶ୍ଚୟ ତାହା ପୂରଣ କରିବି’ ବୋଲି ଲେଖା ହୋଇଛି ।

ଫେବ୍ରୁଆରୀ ୨୩ ତାରିଖ ଉଲ୍ଲେଖ ଥିବା ଚିଠିରେ ଲେଖାହୋଇଛି- ମୁଁ ତୁମ ଶିକ୍ଷାଗତ ଯୋଗ୍ୟତା ଚାହୁଁନି… ମୁଁ ଏ ସମ୍ପର୍କରେ କିଛି କହିବାକୁ ମଧ୍ୟ ଚାହିଁନାହିଁ… ମୁଁ କେବଳ ତୁମକୁ ପତ୍ନୀ ଏବଂ ଭଲ ସାଙ୍ଗ ଭାବେ ଚାହେଁ । ଅନ୍ୟ ଦୁଇ ଚିଠିରେ କାହାର ଦସ୍ତଖତ ନଥିବା ବେଳେ ତାରିଖ ମଧ୍ୟ ପଡ଼ିନାହିଁ । ସେଥିମଧ୍ୟରୁ ଗୋଟିଏ ଚିଠିରେ ‘ମୁଁ ଚାକିରିରୁ ଇସ୍ତଫା ଦେଇଦେବି… ମୁଁ ତୁମ ଚାକର ହୋଇ ରହିବି… କିନ୍ତୁ ମୁଁ ତୁମ ପାଦ ତଳେ ଟିକିଏ ଜାଗା ଚାହୁଁଛି’ ବୋଲି ଲେଖା ରହିଛି । ଅନ୍ୟ ଚିଠିରେ ‘ଏହାପରେ ଯଦି ଆଉ କିଛି ବି ହୁଏ, ଛୋଟ ଜିନିଷ ବି ହୁଏ, ମୁଁ କୌଣସି ସମ୍ପୃକ୍ତି ହେବି ନାହିଁ, ମୁଁ କିଛି କହିବି ନାହିଁ କି ଜବାବ ଦେବାକୁ ଚାହିଁବି ନାହିଁ… ଶେଷରେ ସେ ଯାହା ଚାହିଁବ ତାହା ମୁକ୍ତ ଭାବେ କରିପାରିବ… ଯଦି ସେତେବେଳେ ମୁଁ କିଛି ବି କହିକି ବ୍ୟାଘାତ ସୃଷ୍ଟି କରିବି ସେ ମୋ ବିରୋଧରେ ଘରୋଇ ହିଂସାର ମାମଲା ମଧ୍ୟ କରିପାରିବ’ ବୋଲି ଲେଖା ହୋଇଛି ।

ଯଦି ଏହି ଚିଠି ସୌମ୍ୟ ଲେଖିଥିଲେ ତାହାହେଲେ କାହିଁକି ଲେଖିଥିଲେ । ସେ ବିଦ୍ୟାଭାରତୀଙ୍କ ଏମିତି କେଉଁ କଥାରେ ବ୍ୟାଘାତ ସୃଷ୍ଟି କରୁଥିଲେ ଯାହା ତାଙ୍କୁ ପସନ୍ଦ ଆସୁନଥିଲା ଯେଉଁଥିପାଇଁ ତାଙ୍କୁ ମନାଇବା ପାଇଁ ସୌମ୍ୟଙ୍କୁ ଏମିତି ଲେଖିବାକୁ ପଡିଥିଲା ତାହା ତଦନ୍ତସାପେକ୍ଷ ହୋଇଛି ।

ସମ୍ବନ୍ଧିତ ଖବର