PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଏସିଏଫ୍‌ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା: ହ୍ବାଟ୍‌ ଏ ହୋପ୍‌ଲେସ୍‌ ଲାଇଫ୍…ପୁଣି ଆଉ ଏକ ଚିଠି ଭାଇରାଲ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ପୁଲିସ କରୁଥିବା ବେଳେ ସହାୟତା କରୁଛି କ୍ରାଇମବ୍ରାଞ୍ଚ । ଘଟଣାର ଯାଞ୍ଚ ଦାୟିତ୍ୱ ସିବିଆଇକୁ ପ୍ରଦାନ କରିବା ପାଇଁ ଦାବି କରି ମଙ୍ଗଳବାର ହାଇକୋର୍ଟର ଦ୍ୱାରସ୍ଥ ହୋଇଛି ଭାରତୀୟ ବିକାଶ ପରିଷଦ । ଅପରପକ୍ଷରେ ସାମ୍ନାକୁ ଆସିଛି ବିଦ୍ୟାଭାରତୀଙ୍କ ହାତଲେଖା କୁହାଯାଉଥିବା ଆଉ ଏକ ଚିଠି । କମଳା ରଙ୍ଗର କାଗଜରେ ଲେଖାଥିବା ଏହି ଚିଠିରେ ହୋପ୍‌ଲେସ୍‌ ଲାଇଫ୍‌ (ଆଶାହୀନ ଜୀବନ) ସମ୍ପର୍କରେ ଲେଖାହୋଇଛି ।

ମଙ୍ଗଳବାର ସକାଳୁ ବିଭିନ୍ନ ଗଣମାଧ୍ୟମରେ ଘୂରି ବୁଲୁଛି କମଳା ରଙ୍ଗର କାଗଜରେ ଲେଖା ହୋଇଥିବା ଏହି ଚିଠି ଯାହା ବିଦ୍ୟାଭାରତୀଙ୍କ ବୋଲି କୁହାଯାଉଛି । ଯଦିଓ ଏହା ତାଙ୍କର କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ, ତଥାପି ପୂର୍ବରୁ ମିଳିଥିବା କମଳା ରଙ୍ଗ କାଗଜର ଦୁଇଟି ଚିଠିର ଅକ୍ଷର ଏବଂ ମଙ୍ଗଳବାର ସାମ୍ନାକୁ ଆସିଥିବା ଚିଠିର ଅକ୍ଷର ମଧ୍ୟରେ ସମାନତା ଥିବାରୁ ଏହା ବିଦ୍ୟାଭାରତୀଙ୍କର ବୋଲି ଅନୁମାନ କରାଯାଉଛି । ନୂଆ କରି ଆସିଥିବା ଚିଠିରେ ଲେଖାହୋଇଛି ‘ହ୍ୱାଟ୍‌ ଏ ହୋପ୍‌ଲେସ୍‌ ଲାଇଫ୍‌… ମୋ ଭଳିଆ ଗୋଟେ ହୋପ୍‌ଲେସ୍‌ ଲାଇଫ୍‌ରେ ବି ବଞ୍ଚିଛି… ଏଇ ଆଶାରେ ବଞ୍ଚିଛି ଯେ କେବେ ନା କେବେ ସୁଖ ଆସିବ ମୋ ଜୀବନରେ… ଯେତେ ଦଣ୍ଡ ସବୁ ଲେଖିଛନ୍ତି ଭଗବାନ ସବୁ ତୋତେ ହିଁ ଭୋଗିବା ପାଇଁ ପଡ଼ିବ… ସେଥିପାଇଁ କମ୍ପେ୍ଲନ୍‌ କରିବା ବନ୍ଦ କରିଦେ… ରିଏକ୍ସନ ଦେବା ବନ୍ଦ କରିଦେ… ବିକଜ୍‌ ଯେତେ ଯାହା କଲେ ବି ସବୁ ତ ଭାଗ୍ୟ… ଷ୍ଟୁପିଡ ଡେସିସନ୍‌ ପାଇଁ… ଯୋଉଗୁଡ଼ା ତୁ ନେଇଥିଲୁ… ଜୀବନକୁ ନେଇ ଅନୁତାପ ଆସୁଛି… ଏତେ କ’ଣ ପାପ କରିଥିଲି, ମୋର ପୁରା ଫ୍ୟୁଚର୍‌ ଇନ୍‌ ଡାର୍କ… ଏତେ ଖରାପ ଲାଗିଲାଣି ନିଜ ଉପରେ… ଛି ଛି ୟାର୍‌… କେମିତି ଲାଇଫ୍‌ ଗୋଟେ ମୋର… କେତେ ଡାଉନ୍‌ ଫିଲ୍‌ କରାଇ ସାରିଲାଣି… ଏଇ ଏତିକି ଦିନ ଭିତରେ ଲେଖା ହୋଇଛି…।

ଏହି ଚିଠିରେ କିଏ ଦଣ୍ଡ ଭୋଗିବା କଥା ଲେଖା ହୋଇଛି, କିଏ ତାଙ୍କ (ବିଦ୍ୟାଙ୍କ) ଭବିଷ୍ୟତକୁ ଅନ୍ଧକାର କରିଦେଇଛି, କାହିଁକି ସେ ଆଶାହୀନ ହୋଇ ପଡିଥିଲେ, ତାଙ୍କ ଭୁଲ ନିଷ୍ପତ୍ତି କଣ ଥିଲା? ଏମିତି ଅନେକ ପ୍ରଶ୍ନ ଏଠାରେ ଉଙ୍କି ମାରୁଛି । ତେଣୁ ଏହାର ମଧ୍ୟ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ।ସେପଟେ ପୂର୍ବରୁ ମିଳିଥିବା ଚିଠିରେ ଅକ୍ଷୟ ନାମକ ଯୁବକଙ୍କୁ ନେଇ ଅନେକ କଥା
ଉଠିଥିଲା । ଚର୍ଚ୍ଚା ବଢ଼ିବା ପରେ ନବରଙ୍ଗପୁରସ୍ଥିତ ଗାଦବାଗୁଡ଼ାର ଅକ୍ଷୟ କୁମାର ଜଗତ ନାମକ ବ୍ୟକ୍ତି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି, ମୁଁ କ’ଣ ତାଙ୍କ ସାଙ୍ଗ ଭାବେ ଏକା ଅକ୍ଷୟ ଥିଲି । ଆଉ ବି କିଏ ସାଙ୍ଗ ଥିବେ ଯାହାଙ୍କର ନାଁ ଅକ୍ଷୟ ଥିବ । ବିଦ୍ୟାଭାରତୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । ସେ ଖାଲିମୋ ସହପାଠିନୀ ଥିଲେ । ତାଙ୍କର ଏହି କଥା ଏବେ ଅନେକ ପ୍ରଶ୍ନ ଠିଆ କରିଛି ।

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବଡ଼ଖଲାଡ଼ିର ଡ୍ରାଇଭର କାର୍ତ୍ତିକ ନାୟକ ବିଦ୍ୟାଭାରତୀଙ୍କୁ ବଲାଙ୍ଗୀର ପାର୍ଟିରୁ ଆଣିବାକୁ ଗାଡ଼ି ନେଇ ଯାଇଥିଲେ, ସେ ଏବେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏପ୍ରିଲ୍‌ ୧୩ ତାରିଖ ବିଦ୍ୟାଭାରତୀଙ୍କ ବାପା ଏବଂ ମା’ଙ୍କୁ ନେଇ ବଲାଙ୍ଗୀର ଯାଇଥିଲି । ସେଠାରୁ ବିଦ୍ୟାଭାରତୀ ଏବଂ ତାଙ୍କ ସ୍ୱାମୀ ସୌମ୍ୟରଞ୍ଜନଙ୍କୁ ସାଙ୍ଗରେ ନେଇ ଫେରିଥିଲି ବିଦ୍ୟାଭାରତୀଙ୍କ ବାପଘର ଗୌଡ଼ ଗାଁକୁ । ଗାଡ଼ି ଭିତରେ ସେଭଳି କୌଣସି କଥାବାର୍ତ୍ତା ହୋଇ ନ ଥିବା ବେଳେ ସମସ୍ତେ ବେଶ୍‌ ଖୁସିଥିଲେ ବୋଲି କହିଛନ୍ତି ଡ୍ରାଇଭର । ଅନ୍ୟପଟେ ଏପ୍ରିଲ୍‌ ୧୩ ରେ ବଲାଙ୍ଗୀରରୁ ଆସିବା ପରେ ଗୌଡ଼ଗାଁରେ ୬ରୁ ୭ ଦିନ ରହିବା ପରେ ୨୨ ତାରିଖ ସୁଦଶା ବ୍ରତର ପୂର୍ବ ଦିନ ସୌମ୍ୟ ଏବଂ ବିଦ୍ୟାଭାରତୀଙ୍କୁ ଗାଡିରେ ନେଇ ପାରଳାଖେମୁଣ୍ଡି ସ୍ଥିତ ତାଙ୍କ କ୍ୱାର୍ଟର୍ସକୁ ଯାଇଥିଲେ ।

ସେଠାରେ ଉଭୟଙ୍କୁ ଛାଡ଼ିଥିବା ବେଳେ ଉକ୍ତ ଦିନ ରାତିରେ କ୍ୱାର୍ଟର୍ସରେ ରହିଯିବାକୁ କହିଥିଲେ ସୌମ୍ୟ । ହେଲେ ସୌମ୍ୟ ଏବଂ ବିଦ୍ୟାଭାରତୀ ପାରଳାଖେମୁଣ୍ଡି ଯିବା ସମୟରେ ଉଭୟଙ୍କ ମଧ୍ୟରେ ଭଲ ସଂପର୍କ ଥିବା କହିଛନ୍ତି ଡ୍ରାଇଭର କାର୍ତ୍ତିକ ନାୟକ।

ସମ୍ବନ୍ଧିତ ଖବର