ଆଚାର୍ଯ୍ୟବିହାର ମହୋତ୍ସବର ଦ୍ୱିତୀୟ ଦିନ, ‘ଏକଜୁଟ୍‌ ହେଲେ ବ୍ୟବସ୍ଥାରେ ପରିବର୍ତ୍ତନ ସମ୍ଭବ’

ଭୁବନେଶ୍ୱର ,୩୦ା୩(ବ୍ୟୁରୋ): ସମସ୍ତେ ଏକଜୁଟ୍‌ ହେଲେ ହିଁ ବ୍ୟବସ୍ଥାରେ ପରବିତ୍ତର୍ନ ସମ୍ଭବ ହେବ । ସେ ଜଳବନ୍ଦୀ ସମସ୍ୟା ହେଉ କି ଲିଜ୍ ହୋଲ୍ଡକୁ ନେଇ ଥିବା ପ୍ରସଙ୍ଗ । ସ୍ଥାନୀୟ ଅଞ୍ଚଳବାସୀ ଏକାଠି ହୋଇ ସ୍ୱର ଉଠାଇଲେ ହିଁ ସରକାରୀ ବ୍ୟବସ୍ଥା ଉପରେ ଚାପ ପଡିବି । ସରକାର ଚେତିବାକୁ ବାଧ୍ୟ ହେବେ । ସ୍ଥାନୀୟ କଲୋନୀବାସୀଙ୍କୁ ଏକାଠି କରିବାକୁ ଆଚାର୍ଯ୍ୟବିହାର ପରିଷଦ ଯେଉଁ ପ୍ରୟାସ କରିଛି ତାହା ପ୍ରଂଶସନୀୟ । ଆଚାର୍ଯ୍ୟବିହାର ମହୋତ୍ସବର ଦ୍ୱିତୀୟ ଦିନରେ ଅତିଥି ଭାବେ ଯୋଗ ଦେଇ ‘ପ୍ରମେୟ’ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର ଏହା କହିଛନ୍ତି । ମହୋତ୍ସବରେ ଆଜି ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ସାମିଲ ହୋଇଥିଲେ । କିଣାକିଣି ସାଙ୍ଗକୁ ଖୋଲିଥିବା ଫୁଡ୍‌ ଷ୍ଟଲ୍‌ରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ମହୋତ୍ସବର ସନ୍ଧ୍ୟା ଉପଭୋଗ କରିବାକୁ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଥିଲା ।

ମହୋତ୍ସବର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମହାପାତ୍ର କହିଥିଲେ, ଏହି ମହୋତ୍ସବ ସମସ୍ତଙ୍କ ଭିତରେ ଥିବା ଏକତାର ନିଦର୍ଶନ । ବ୍ୟସ୍ତବହୁଳ ଜୀବନରୁ ଟିକେ ଫାଙ୍କା ସମୟ ବାହାର କରି ମନୋରଞ୍ଜନରେ ସାମିଲ ହେବାକୁ ମହୋତ୍ସବ ଏକ ଅବସର ଦେଇଛି । ସ୍ଥାନୀୟ ଅଞ୍ଚଳବାସୀଙ୍କ ପ୍ରତିଭାର ବିକାଶ ପାଇଁ ମଧ୍ୟ ଏହା ଏକ ସୁଯୋଗ ସୃଷ୍ଟି କରିଛି । ଆକର୍ଷଣୀୟ ସାଂସ୍କୃତିକ ସନ୍ଧ୍ୟା ସହ ଉତ୍ସବର ମାହୋଲ୍‌କୁ ଅଞ୍ଚଳବାସୀ ମନଭରି ଉପଭୋଗ କରୁଛନ୍ତି । ଲୋକଙ୍କ ଭିତରେ ଥିବା ଏକତା ଏଭଳି ଅତୁଟ ରହିଲେ ସବୁ ସମସ୍ୟାର ସମାଧାନ ପାଇଁ ସରକାର ବାଧ୍ୟ ହେବେ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ବିହାର ପରିଷଦର ସମ୍ପାଦକ ଶିଶିର କୁମାର ମହାପାତ୍ର, ସଭାପତି ଭାଗବତ ପ୍ରସାଦ ଦାସ ଓ କୋଷାଧ୍ୟକ୍ଷ ଆର.ସି କୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ବି ଏହି ମହୋତ୍ସବ ଚାଲିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

   ସମ୍ବନ୍ଧିତ ଖବର


ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା: ଓଡ଼ିଶାକୁ ଥରାଇଲା କୋହଲା ପାଗ

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର