ଆକ୍ସନ ମୋଡ୍‌ରେ ଡ୍ରଗ୍‌ କଣ୍ଟ୍ରୋଲର ନିର୍ଦ୍ଦେଶାଳୟ: ୩ ଲକ୍ଷର ଅକ୍ସିଟୋସିନ୍‌ ଇଞ୍ଜେକସନ୍‌ ଜବତ

ଭୁବନେଶ୍ୱର ୨୨/୯: ସହଜ ଆଉ ସୁବିଧାରେ ପ୍ରସବ ପାଇଁ ଅକ୍ସିଟୋସିନ୍‌ ଇଞ୍ଜେକସନ୍‌ ବ୍ୟବହାର କରାଯାଉଛି । ହେଲେ ଏହାର ଏବେ ଅପବ୍ୟହାର ହେଉଥିବା ନିଜରକୁ ଆସିଛି । ଏମିତି ଅଭିଯୋଗ ଆସିବା ପରେ ଭୁବନେଶ୍ୱର-ଖୋର୍ଦ୍ଧା ଲିଙ୍କ ଖୋଜି ରାଜ୍ୟ ଡ୍ରଗ୍‌ କଣ୍ଟ୍ରୋଲର ନିର୍ଦ୍ଦେଶାଳୟ କଟକରେ ଚଢଉ କରିଛି ।

ଜଗତପୁର ନିମପୁରରେ ଥିବା ବିଜୟ ସିଣ୍ଡିକେଟ୍‌ରେ ଚଢଉ କରି ୨ ଲକ୍ଷ ୮୫ ହଜାର ୪୨୦ ଟଙ୍କାର ଇଞ୍ଜେକସନ୍‌ ଷ୍ଟକ ଥିବା ଦେଖିବାକୁ ପାଇଛି । ଡ୍ରଗ୍‌ ଆଇନ୍‌ ଅନୁସାରେ ଏ ସବୁ ଇଞ୍ଜେକସନ୍‌ରେ ବ୍ରାଣ୍ଡ କି ଲେବୁଲ କିଛି ନଥିଲା । ଏହାର ଡିସପ୍ଲେ କରିବା କଥା ମଧ୍ୟ । ଏତେ ପରିମାଣରେ ଷ୍ଟକ ଅପବ୍ୟବହାର ହେବାର ଆଶଙ୍କା କରି ଇଞ୍ଜେକସନ୍‌ ସିଲ୍‌ କରିବା ସହ ଦୁଇଟି ସାମ୍ପୁଲ ଜବତ କରି କୋଲିକତା ସେଣ୍ଟ୍ରାଲ ଲାବ୍ରୋଟାରୀକୁ ପରୀକ୍ଷା ପାଇଁ ପଠାଇଛି । ରାଜ୍ୟ ଡ୍ରଗ୍‌ କଣ୍ଟ୍ରୋଲର ମାମିନା ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଡ୍ରଗ୍‌ ଇନ୍ସପେକ୍ଟର ସୁଦର୍ଶନ ବିଶ୍ୱାଳ, ଚନ୍ଦନ କୁମାର ଗିରି ଓ କଟକରୁ ସତ୍ୟବ୍ରତ ଗିରି ଓ ଜଗନ୍ନାଥ ମଲ୍ଲିକ ଚଢଉରେ ସାମିଲ ହୋଇଥିଲେ ।

ଡ୍ରଗ୍‌ ଇନ୍ସପେକ୍ଟର ସୁଦର୍ଶନ ବିଶ୍ୱାଳଙ୍କ କହିଛନ୍ତି, ଏବେ ଏହାର ଅପବ୍ୟବହାର କରାଯାଇ ଏହି ଇଞ୍ଜକସନ୍‌ ଗାଈକୁ ଦିଆଯାଉଛି । ଯେଉଁଥିପାଇଁ ଗାଈ ଅଧିକ ପରିମାଣରେ କ୍ଷୀର ଦିଏ । ଏହି କ୍ଷୀର ଶିଶୁ ପାଇଁ ହାନିକାରକ । ଖାଲି ସେତିକି ନୁହେଁ, ପନିପରିବାରେ ମଧ୍ୟ ଏହି ଇଞ୍ଜେକସନ୍‌ ଦେଇ ଏଗୁଡ଼ିକୁ ବଡ଼ କରାଯାଉଛି ।

   ସମ୍ବନ୍ଧିତ ଖବର


ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି

ଡିସେମ୍ବର ୭ରୁ ଓଡିଶା ସିଭିଲ୍‌ ସର୍ଭିସ୍‌ର ମୁଖ୍ୟ ପରୀକ୍ଷା

ମର୍ଣ୍ଣିଂ ୱାକ୍‌ ବେଳେ ଟଳି ପଡ଼ିଲେ ଅବସରପ୍ରାପ୍ତ ଡିଜିପି

ଓଟିଭିର ବଢ଼ିଲା ସମସ୍ୟା; ମୁଖ୍ୟ ଅଫିସ କୋଠାରେ ଅଗ୍ନି ନିରାପତ୍ତା ନାହିଁ, ”ଅଘଟଣ ଘଟିଲେ ଆମେ ଦାୟୀ ହେବୁ ନାହିଁ”: ଅଗ୍ନିଶମ ବିଭାଗ

ଓଡ଼ିଶାରୁ ବାହୁଡିଲା ମୌସୁମୀ,ରାଜ୍ୟରେ ବଢ଼ିବ ଶୀତ