ବିନା କାରଣରେ ହର୍ନ ବଜାଇବା ପଡ଼ିବ ମହଙ୍ଗା: ଗାଡ଼ି ଚାଳକ ଓ ମେକାନିକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ବିହାର ୪।୯: ରାସ୍ତାରେ ଯାଉଥିବା ସମୟରେ ବିନା କାରଣରେ ଉଚ୍ଚ ଶବ୍ଦ କରୁଥିବା ହର୍ନ ବଜାଇବା କିମ୍ବା ବିନା କାରଣରେ ବିକଟାଳ ଶବ୍ଦ କରୁଥିବା ପାୱାର ହର୍ନ ବାରମ୍ବାର ବଜାଇ ଅନ୍ୟମାନଙ୍କୁ ଆତଙ୍କିତ କରିବା ଭଳି ହର୍ନ ବ୍ୟବହାର କରିବା ବାହନ ଚାଳକଙ୍କୁ ଏବେ ମହଙ୍ଗା ପଡ଼ିପାରେ। ପରିବହନ ବିଭାଗ ଏହି ମାମଲାରେ କଡ଼ା ବ୍ୟବସ୍ଥା ଜାରି କରି ହର୍ନ ବଜାଉଥିବା ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଯୋଜନା ପ୍ରସ୍ତୁତ କରୁଛି।

ଏଥିପାଇଁ ବିଶେଷ ଟିମ୍ ତିଆରି କରି ଯାଞ୍ଚ ଅଭିଯାନ ଆରମ୍ଭ କରାଯିବ। ବିଭାଗ ତରଫରୁ ମିଳିଥିବା ସୂଚନାନୁସାରେ, ବିନା କାରଣରେ ହର୍ନ ବଜାଉଥିବା ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାକୁ ନେଇ ପରିବହନ ବିଭାଗର ସଚିବ କଡ଼ା ନିର୍ଦେଶ ଜାରି କରିଛନ୍ତି।

ଡିଟିଓ କହିବାନୁସାରେ, କୈାଣସି ବି ମେକାନିକ୍ ବୁଲେଟ୍ କିମ୍ବା ଅନ୍ୟ କୈାଣସି ଦୁଇ ଚକିଆ ଗାଡ଼ିର ସାଇଲେନ୍ସ ବଦାଳାଇବାରେ ଧରା ପଡ଼ିଯାଏ ତାହେଲେ ତା ଉପରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ସହିତ ସ୍କୁଲ ବସ୍ କିମ୍ବା ଅନ୍ୟ ଯାତ୍ରୀ ବସରେ ବିକଟାଳ ଶବ୍ଦ କରୁଥିବା ପାୱାର ହର୍ନ ଉପରେ ଯାଞ୍ଚ କରାଯିବ। ପ୍ରଥମ ଅପରାଧ ପାଇଁ ଏକ ହଜାର ଓ ଦ୍ବିତୀୟ ଅପରାଧ ପାଇଁ ଦୁଇ ହଜାର ଜରିମାନା ଆଦାୟ କରାଯିବ।

   ସମ୍ବନ୍ଧିତ ଖବର


ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ

ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

ଫୋନ୍ ଚୋରି ହୋଇଗଲେ ଏମିତି ଡିଲିଟ୍ କରନ୍ତୁ ପର୍ସନାଲ୍ ଡାଟା, ଜାଣନ୍ତୁ ଉପାୟ

ଚଳିତ ବର୍ଷ ଶ୍ରୀକ୍ଷେତ୍ରର ନିଆରା ଦେବୀ ସଭା

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି