କରୋନା ନେଇ ଭୁଲ ଖବର ପ୍ରସାରଣ କଲେ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର ୧୬.୦୩ –  ସରକାରଙ୍କ ସ୍କନର​‌ରେ ଗଣମାଧ୍ୟମ। କରୋନା ନେଇ ଭୁଲ ଖବର ପ୍ରସାରଣ କଲେ କାର୍ଯ୍ୟନୁଷ୍ଠାନ ନେବେ ସରକାର। କେବଳ ସରକାର ପ୍ରଦାନ କରୁଥିବା ତଥ୍ୟ କୁ ଦାୟିତ୍ବବାନ ଗଣମାଧ୍ୟମ  ଭାବେ ପ୍ରସାରଣ କରିବାକୁ ପରାର୍ମଶ ଦେଇଛନ୍ତି ସରକାର।ଦାୟୀତ୍ବରେ ରହିଥିବା ଡାକ୍ତର, ଅଧିକାରୀ, ସନ୍ଦିକ୍ତ ବ୍ୟକ୍ତିଙ୍କ ପରିଚୟ ପ୍ରକାଶ ନକରିବା ଏବଂ ପରିବାର ଲୋକଙ୍କୁ ହଇରାଣ ନକରିବାକୁ ସରକାର ପରାର୍ମଶ ଦେଇଛନ୍ତି। ମିଡିଆ ପର୍ସନ ନିଜେ ସୁରକ୍ଷିତ ରହି ଖବର ପ୍ରସରଣ କରିବାକୁ କହିଛନ୍ତି ବାଗଚୀ…

ସାବଧାନ। କରୋନା ନେଇ ଭୁଲ ଖବର ପରିବେଷଣ କଲେ ହେବ କାର୍ଯ୍ୟୁନୁଷ୍ଠାନ।  କରୋନା ସମ୍ପର୍କିତ ଖବର ଗଣମାଧ୍ୟମ ଦାୟିତ୍ୱବାନ ଭାବେ ପରିବେଷଣ କରିୁବାକୁ ପରାମର୍ଶ ଦେଇଛନ୍ତି  ସରକାର।  ଗଣମାଧ୍ୟମ ଦାୟିତ୍ବସମ୍ପନ୍ନ ଭାବେ ଖବର ପ୍ରସାରଣ କରନ୍ତୁ । ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ପରିଚୟକୁ ଗୋପନ ରଖିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗଚୀ । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବ୍ରେକିଂ ନ୍ୟୁଜର ବେଳ ନୁହେଁ । ବ୍ରେକିଂ ନିଉଜ୍ ପଛରେ ନଗୋଡ଼ାଇ ସଚେତନ ହେବାର ବେଳ ଆସିଛି ।

ବର୍ତ୍ତମାନ ସମୟରେ ସଜାଗ ସଚେତନ ରହିବା ସହ ସହଯୋଗର ବି ବିଶେଷ ଆବଶ୍ୟକତା ରହିଛି । ଚିକିତ୍ସା ବେଳେ ଭିଡ଼ିଓ କ୍ୟାମେରା ନେଇ ଚିକିତ୍ସା ବ୍ୟବସ୍ଥାଙ୍କୁ ମାନଙ୍କୁ ଅସ୍ତବ୍ୟସ୍ତ କରିବା ଠିକ୍ ନୁହେଁ । ମିଡ଼ିଆ ସରକାରଙ୍କ ପାଇଁ ସବୁଠାରୁ ଶକ୍ତିଶାଳୀ ଯୋଗାଯୋଗର ମାଧ୍ୟମ । ନିଜକୁ ବିପଦସଙ୍କୁଳ ପରିସ୍ଥିତିକୁ ନେଇ ଖବର ପରିବେଷଣ ନକରିବାକୁ ପରାମର୍ଶ ଦେଇଛନ୍ତି ।

କୌଣସି ଅଫିସରଙ୍କ ମତା ମତ ନେବେ ନାହିଁ। କେବଳ ଜିଲ୍ଲାପ୍ରଶାସନ ଓ ସିଡିଏମଓଙ୍କ ମତାମତ ଦେବାକୁ ଚାହୁଛନ୍ତି ତାହେଲେ ନିଅନ୍ତୁ। ଡାକ୍ତର ଏବଂ ଦାୟୀତ୍ବରେ ଥିବା ଅଧିକାରୀ ବାରମ୍ବାର ଫୋନ କରି ହଇରାଣ କରନ୍ତୁ ନାହିଁ। କରୋନା ସନ୍ଦିକ୍ତ ପରିବାରକୁ ହଇରାଣ କରନ୍ତୁ ନାହିଁ। କରୋନା ସନ୍ଦିକ୍ତ ମୁହଁରେ ବୁମ ମାଇକ ଲଗାନ୍ତୁ ନାହିଁ। ସେମାନଙ୍କ ପରିଚୟ ପ୍ରକାଶ କରନ୍ତୁ ନାହିଁ ।କରୋନା ସନ୍ଦିକ୍ତ ବୋଲି ସ୍କୋଲିଂରେ ଚଲାଇ ପାରିବେ ନାହିଁ। ସରକାର ପ୍ରଦାନ କରୁ୍‌ଥିବା ତଥ୍ୟ ପରିବେଷଣ କରୁନ୍ତୁ। ଗୁଜବ ଖବର ପ୍ରସାରଣ ଆତଙ୍କିତ କରନ୍ତୁ ନାହିଁ।

ସରକାର ୪ଟି ଜିନିଷ ଉପରେ ଗୁରୁତ୍ବ ଦେଉଛନ୍ତି । ପ୍ରତି ୨୪ ଘଣ୍ଟାରେ ଅପଡେଟ ଦେବା, କରୋନା ସମ୍ପର୍କିତ କାର୍ଯ୍ୟର ସମୀକ୍ଷା କରିବା, ସରକାରଙ୍କ ପଦକ୍ଷେପ ଉପରେ ଆଲୋଚନା ଏବଂ ଗଣମାଧ୍ୟମର ସହାୟତା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି।  ।