ପ୍ରଧାନ ବିଚାରପତିଙ୍କୁ କ୍ଲିନ ଚିଟ୍ ଦେବା ବିରୋଧରେ ସୁପ୍ରିମକୋର୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ, ଲାଗୁ ହେଲା ୧୪୪ ଧାରା

ନୂଆଦିଲ୍ଲୀ,୭।୫: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଯୌନ ଉତ୍ପୀଡନ ଅଭିଯୋଗରେ ସୁପ୍ରିମକୋର୍ଟରଙ୍କ ଆଭ୍ୟନ୍ତରୀଣ ସମିତି କ୍ଳିନଚିଟ୍ ଦେଇଛନ୍ତି। ଏହା ସହ କହିଛନ୍ତି ତାଙ୍କ ବିରୋଧରେ କୌଣସି ଉପଯୁକ୍ତ ଆଧାର ମିଳିନାହିଁ। ଏହି ନିର୍ଦେଶ ପରେ  ମଙ୍ଗଳବାର ସୁପ୍ରିମକୋର୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। କିଛି ମହିଳା ଆଇନଜୀବି ଓ ଏନଜିଓର ସଦସ୍ୟ ସୁପ୍ରିମକୋର୍ଟ ପରିସର ବାହାରେ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ ଲୁଟିୟନ୍ସ ଜୋନରେ ବହୁ ସଂଖ୍ୟାରେ ଲୋକଙ୍କୁ ଏକାଠି ହେବା ନେଇ କୋର୍ଟ ପରିସର ଏବଂ ଆଖପାଖରେ ୧୪୪ ଧାରା ଲାଗୁ କରିଦିଆଯାଇଛି। ସ୍ଲୋଗାନ ପରେ କିଛି ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଥିଲା। ଉଲେଖନୀୟ ଯେ, ସୁପ୍ରିମକୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀ ମୁଖ୍ୟ ବିଚାରପତିଙ୍କ ଉପେର ଯୌନ ଉତ୍ପୀଡନ ଅଭିଯୋଗ ଲଗାଇଥିଲେ।

ପ୍ରଦର୍ଶନକାରୀଙ୍କ କହିବା ଅନୁସାରେ ମହିଳାଙ୍କ ସମ୍ମାନ ଓ ନ୍ୟାୟ ପାଇଁ ଏହା ହେଉଛି ଲଢେଇ। ସୁପ୍ରିମକୋର୍ଟଙ୍କ ବାହାରେ ପ୍ରଦର୍ଶନକାରୀ ମହିଳାମାନେ ନ୍ୟାୟ ଦେବା ପାଇଁ ସ୍ଳୋଗାନ ଦେଇଥିଲେ। ପ୍ରଦର୍ଶନକାରୀଙ୍କ ଅଭିଯୋଗ ହେଉଛି ଯେ, ପୀଡିତାଙ୍କ ବୟାନକୁ ଗମ୍ଭୀରତାର ସହ ନିଆଯାଉ ନାହିଁ।ଯୌନ ନିର୍ଯ୍ୟାତନା ମାମଲାରେ ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ ସୋମବାର  କ୍ଳିନଚିଟ୍  ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମକୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀ ​ଜଷ୍ଟିସ ଗୋଗୋଇଙ୍କ ବିରୋଧରେଯୌନ ନିର୍ଯ୍ୟାତନା ମାମଲା ଆଣି ସୁପ୍ରିମକୋର୍ଟର ୨୨ ଜଣ ବିଚାରପତିଙ୍କୁ ଏକ ପତ୍ର ଲେଖିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏହି ମାମଲାର ତଦନ୍ତ କରିବା ପାଇଁ ଏକ ଇନ୍-ହାଉସ୍ କମିଟି ଗଠନ ହୋଇଥିଲା। ଦେଶର ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗର ତଦନ୍ତ କରି ଜଷ୍ଟିସ ଏସ୍ଏସ ବେ​‌ବଦେଙ୍କ  ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ଇନ ହାଉସ କମିଟି ଜଷ୍ଟିସ୍ ଗୋଗୋଙ୍କୁ ସମ୍ପୂର୍ଣ୍ଣ ଦୋଷମୁକ୍ତ କରିଥିଳେ। ଏହି କମିଟିରେ ସୁପ୍ରିମକୋର୍ଟଙ୍କ ମହିଳା ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଏବଂ ଇନ୍ଦିରା ବାନାର୍ଜୀ ମଧ୍ୟ କମିଟିର ସଦସ୍ୟା ଥିଲେ।  

   ସମ୍ବନ୍ଧିତ ଖବର


ୟୁପି ସରକାରଙ୍କ ଲଭ ଜିହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ବେଆଇନ ଭାବେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡାନିୟମ ଲାଗୁ…

ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ଓଲା, ଉବର ପାଇଁ ନୂଆ ଗାଇଡ୍‌ଲାଇନ ଜାରି: କ୍ୟାବ୍‌ ଡ୍ରାଇଭର ପାଇବେ ୮୦% ଭଡ଼ା, ମୋଟ ଭଡ଼ାର ୨୦% ରଖିପାରିବେ ଆଗ୍ରିଗେଟର