‘ଗରମ ଧରମ ଢାବା’ ପରେ ଏବେ ‘ହି-ମ୍ୟାନ’, ଭାଲେଣ୍ଟାଇନ ଡେ’ରେ ଧର୍ମେନ୍ଦ୍ର ଖୋଲିବେ ନୂଆ ରେଷ୍ଟୁରାଣ୍ଟ୍

କର୍ଣ୍ଣଲ, ୧୨|୦୨: ବଲିଉଡର ଜଣାଶୁଣା ଅଭିନେତା ତଥା ୮୦-୯୦ଦଶକର ସୁପରଷ୍ଟାର ଧର୍ମେନ୍ଦ୍ର ଏକ ନୂଆ ରେଷ୍ଟୁରାଣ୍ଟ୍ ଖୋଲିବାକୁ ଯାଉଛନ୍ତି। ହି-ମ୍ୟାନ୍ ନାମକ ଏହି ରେଷ୍ଟୁରାଣ୍ଟ୍ ଆସନ୍ତା ୧୪ ତାରିଖ ବା ଭାଲେଣ୍ଟାଇନ୍ ଡେରେ ଇଦଘାଟିତ ହେବ। ଏହି ଭେଟେରାନ ସୁପରଷ୍ଟାର୍ ଏନେଇ ନିଜ ଇନଷ୍ଟାଗ୍ରାମ ପେଜରେ ଆଜି ସକାଳେ ଘୋଷଣା କରିଛନ୍ତି।

ଏହା ହେଉଛି ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ରେସ୍ତୁରାଁ। ଏହା ପୂର୍ବରୁ ତାଙ୍କର ‘ଗରମ ଧରମ ଢାବା’ ନାମକ ଏକ ରେଷ୍ଟୁରାଣ୍ଟ୍ ରହିଛି। ତେବେ ‘ହି ମ୍ୟାନ୍’ କର୍ଣ୍ଣଲ୍ ଜାତୀୟ ରାଜପଥରେ ଖୋଲିବ।

ଧର୍ମେନ୍ଦ୍ର ବଲିଉଡରେ ହି-ମ୍ୟାନ୍ ଭାବେ ଜଣାଶୁଣା। ସେ ନିଜ ଇନଷ୍ଟାଗ୍ରାମ ପେଜରେ ଲେଖିଛନ୍ତି ଯେ, ‘ଗରମ ଧରମ ଢାବା’ର ସଫଳତା ପରେ ସେ ଆଉ ଏକ ରେସ୍ତୁରାଁ ଖୋଲିବାକୁ ଯାଉଛନ୍ତି। ଏହାସହ ଫ୍ୟାନଙ୍କର ତାଙ୍କ ପ୍ରତି ଥିବା ଭଲ ପାଇବାକୁ ସେ ଧନ୍ୟବାଦ ଜଣାଇଛନ୍ତି। ହି ମ୍ୟାନ୍ ସକାଳ ୧୦ଟା ୩୦ରେ ଉଦଘାଟିତ ହେବ।

   ସମ୍ବନ୍ଧିତ ଖବର


‘ରାମାୟଣ’ର ସୁଟିଂ ୫୫୦ ଦିନ ଚାଲିଥିଲା, ପ୍ରତି ଏପିସୋଡରେ ଜାଣନ୍ତୁ କେତେ ହେଉଥିଲା ଖର୍ଚ୍ଚ

ଚର୍ଚ୍ଚାରେ ଶୋଲେର ‘ଶାମ୍ବା’, ସାମାଜିକ ଦୂରତା ରକ୍ଷା ନେଇ ଭାଇରାଲ ହେଉଛି ଫଟୋ

କଥା ରଖିଲେ ଭାଇଜାନ୍: ୧୬ ହଜାର ଶ୍ରମିକଙ୍କ ଆକାଉଣ୍ଟକୁ ଦେଲେ ଏତେ କୋଟି ଟଙ୍କା

ଲୋକଙ୍କୁ ସୋସିଆଲ ଡିଷ୍ଟାନ୍ସ ବୁଝାଇବା ପାଇଁ ଦୀପିକା-ଶାହରୁଖଙ୍କ ସାହାଯ୍ୟ ନେଲା ପୋଲିସ