PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଭାରତ ଛାଡ଼ି ବିଦେଶ ଯାଉଥିଲେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍, ବିମାନ ବନ୍ଦରରେ ଅଟକାଇଲା ଇଡି

pic-indiatoday

ମୁମ୍ବାଇ: ଭାରତ ଛାଡ଼ି ବିଦେଶ ଯାଉଥିଲେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍। ବିମାନ ବନ୍ଦରରେ ଅଟକାଇଲା ଇଡି। ୨୦୦ କୋଟି ଟଙ୍କାର ଜବରଦସ୍ତି ଆଦାୟ ମାମଲାରେ ଦାଖଲ ଚାର୍ଜସିଟ୍‌ରେ ଜ୍ୟାକ୍‌ଲିଙ୍କ ନାଁ ରହିଛି। ତାଙ୍କ ବିରୋଧରେ ଲୁକ୍‌ ଆଉଟ୍ ନୋଟିସ ମଧ୍ୟ ଜାରି ହୋଇଛି। ନିୟମ ଅନୁସାରେ ସେ ଦେଶ ବାହାରକୁ ଯାଇପାରିବେ ନାହିଁ।

ତେବେ ଜ୍ୟାକ୍‌ଲିନ ଏକ ଶୋ’ର ଶୁଟିଂ ପାଇଁ ବିଦେଶ ଯାଉଥିବା ବେଳେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଅଟକାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ତେବେ ତାଙ୍କୁ ଅଟକ ରଖାଯାଇ ନାହିଁ। କେବଳ ଦେଶ ବାହାରକୁ ଯିବାକୁ ବାରଣ କରାଯାଇଛି ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ ୨୦୦ କୋଟି ଜବରଦସ୍ତି ଚାନ୍ଦା ଆଦାୟ କରିଥିବା ଘଟଣାରେ  ଇଡି ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରକୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଅଭିନେତ୍ରୀ ଜ୍ୟାକ୍‌ଲିନଙ୍କୁ ୧୦ କୋଟି ଟଙ୍କାର ଦାମି ଉପହାର ଦେଇଛି ବୋଲି ଇଡି ଦାଖଲ କରିଥିବା ଚାର୍ଜଶିଟ୍‌ରେ ଦର୍ଶାଇଛି। ଏହି ଚାର୍ଜଶିଟ୍‌ରେ ଜ୍ୟାକ୍‌ଲିନଙ୍କ ସମେତ  ନୋରା ଫତେହିଙ୍କ ନାଁ ମଧ୍ୟ ରହିଛି

ସମ୍ବନ୍ଧିତ ଖବର