PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ହାସ୍ୟାଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆଙ୍କ ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର ପଡ଼ିବ ହାତଗଣ୍ଠି

ଭୁବନେଶ୍ୱର,୧୮/୦୧: ସିନେମା, ଟେଲିଭିଜନ ଏବଂ ୟୁଟ୍ୟୁବ୍‌ରେ ହାସ୍ୟାଭିନେତା ଭାବେ ସଫଳତାର ଶିଖରରେ ଥିବା ପ୍ରଜ୍ଞା ରଞ୍ଜନ ଖଟୁଆ ନିଜ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ୍‌ ମିଡିଆରେ ତାଙ୍କ ଏକ ଫଟୋ ଏବଂ ରିଙ୍ଗ୍‌ ସେରିମନି କେକ୍‌ କଟା ଭିଡିଓ ଭାଇରାଲ୍‌ ହେଉଛି । ଯେଉଁଥିରେ ଅଭିନେତ୍ରୀ ସୁନନ୍ଦା, ଅଭିନେତା ତଥା ପ୍ରଜ୍ଞାଙ୍କ ଯୋଡ଼ିଦାର ଶଙ୍କର ଏବଂ ପ୍ରଜ୍ଞା ନିଜେ ଅଛନ୍ତି । ପଛରେ ରିଙ୍ଗ୍‌ ସେରିମନି ପୋଷ୍ଟର୍‌ ମରାଯାଇଛି ।

ଶୁଣିବାକୁ ମିଳୁଛି, ଗତକାଲି ପ୍ରଜ୍ଞାଙ୍କ ନିର୍ବନ୍ଧ ସରିଥିଲା ବେଳେ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏପରିକି ନୂଆବର୍ଷରେ ଦର୍ଶକଙ୍କୁ ବାର୍ତ୍ତା ଦେବା ଅବସରରେ ଶଙ୍କର ଆମକୁ କହିଥିଲେ, ମୋ ସାଙ୍ଗ ଚଳିତ ବର୍ଷ ବିବାହ କରିବାକୁ ଯାଉଛି । ଭଗବାନ ତା’ର ଆଗାମୀ ଜୀବନ ସୁଖମୟ କରନ୍ତୁ । ଯଦି ଏସବୁ କଥା ସତ ହୋଇଥାଏ ତେବେ ପ୍ରଜ୍ଞା ତାଙ୍କର ପୁରୁଣା ବନ୍ଧୁ ସୁନନ୍ଦାଙ୍କୁ ବିବାହ କରିବେ । ଉଭୟେ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ସେଥିପାଇଁ ତାଙ୍କର ଏହି ରିଙ୍ଗ୍‌ ସେରିମନି ଉତ୍ସବରେ ମହାବିଦ୍ୟାଳୟରେ ପ୍ରାକ୍ତନ ଅଧ୍ୟକ୍ଷ ତଥା ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ନବୀନ ପରିଡ଼ା, ନିର୍ଦ୍ଦେଶକ ଓ ଅଭିନେତା ମିହିର ସ୍ୱାଇଁ ଯୋଗଦେଇ ଉଭୟଙ୍କୁ ଆଶୀର୍ବାଦ କରିଥିଲେ ।