ଅଭିନେତା ସୋନୁ ସୁଦ୍‌‌ଙ୍କ ମହାନତା ; ୧୫୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବିମାନରେ ଘରକୁ ପଠାଇଲେ –

କୋଚି ୨୯ /୦୫ : ଶେଷରେ ସେମାନେ ପହଞ୍ଚିଲେ ନିଜ ଘରେ । ଆଖିରେ ଖୁସିର ଲୋତକ । ଓଠରେ ଆନନ୍ଦର ଲହରୀ । ୧୫୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ମହିଳା  ଚାର୍ଟରଡ୍‌ ଫ୍ଲାଇଟ୍‌ରେ ନିଜ ଘରେ ପହଞ୍ଚିବା ପରେ ଏହା ଚର୍ଚ୍ଚାର ବିଷୟପାଲଟିଛି ।

କରୋନା ଭାଇରସ୍‌ ଯୋଗୁଁ  କେରଳାର ଏର୍ଣ୍ଣାକୁଲମ ଜିଲ୍ଲାରେ ରହି ଟେକ୍ସାଟାଇଲ୍‌ କମ୍ପାନୀରେ କାମ କରୁଥିବା ଏହି ପ୍ରବାସୀ ଓଡ଼ିଆ ଶ୍ରମିକ ଭାଇଭଉଣୀମାନେ ବହୁତ ଅସୁବିଧାରେ ପଡ଼ିଯାଇଥିଲେ । ଘରକୁ ଫେରିବା ପାଇଁ କମ୍ପାନୀରୁ ଇସ୍ତଫା ଦେଇଥିଲେ । କାମ ବନ୍ଦ ଯୋଗୁଁ ପାଖରେ ପଇସା ନଥିଲା । ଘରକୁ ଫେରିବା ପାଇଁ ସଙ୍ଗେ ସଙ୍ଗେ ଶ୍ରମିକ ଟ୍ରେନ୍‌ ମଧ୍ୟ ମିଳିନଥିଲା । ଫଳରେ ସେମାନେ   ସାହାଯ୍ୟ ଖୋଜୁଥିଲେ । କିଏ ସେମାନଙ୍କୁ ଟିକେ ସାହାଯ୍ୟ ସହଯୋଗ କଲେ ନିଜ ପିଲାଛୁଆଙ୍କ ପାଖକୁ ଫେରି ପାରିବେ ସେହି ଚିନ୍ତାରେ ଥିଲେ ।

ଆଉ ଏତିକି ବେଳେ ଦେବଦୂତ ଭଳି ସାହାଯ୍ୟର ହାତ ବଢ଼ାଇଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ । ଶେଷରେ ସେହି ପ୍ରବାସୀ ଓଡ଼ିଆ ମହିଳାଙ୍କ ଘରକୁ ଫେରିବାର ବାଟ ଫିଟିଯାଇଥିଲା । ସୋନୁ ସୁଦ୍୧୫୦ରୁ ଅଧିକ ମହିଳା ଶ୍ରମିକଙ୍କ ପାଇଁ ଚାର୍ଟରଡ୍‌ ଫିଲାଇଟ୍‌ର ବ୍ୟବସ୍ଥା କରିଥିଲେ ।

ଏହି ବିମାନଟି  ଶୁକ୍ରବାର ସକାଳ ୮ଟାରେ ଏର୍ଣ୍ଣାକୁଲମ୍‌ ଜିଲ୍ଲାର କୋଚିନ୍‌ ଇଣ୍ଟରନ୍ୟାସନ୍ୟାଲ ଏୟାରପୋର୍ଟରୁ ବାହାରି  ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲା । ସେହି ବିମାନରେ  KITEX ଗାର୍ମେଟ୍ସରେ କାମ କରୁଥିବା ୧୫୧ ଜଣ ମହିଳାଙ୍କ ସହ  ବାୱା ଉଡ୍‌ କମ୍ପାନୀରେ କାମ କରୁଥିଲେ ୯ ଜଣ ଅନ୍ୟ ପ୍ରବାସୀ  ଶ୍ରମିକ ଆସିଥିଲେ । ଏହା ବୋଧେ ଦେଶରେ ପ୍ରଥମ ଯେ, ଏକ ଚାର୍ଟରଡ ବିମାନରେ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜର ଘରକୁ ପଠାଯାଉଛି ।

ଉଲ୍ଲେଖନୀୟ ଯେ, ମେ ମାସର ପ୍ରଥମରେ  ଦ ନ୍ୟୁଜ୍‌ ମିନିଟ୍‌ ଖବର ସଂସ୍ଥା ଏହି ୧୫୧ ଜଣ ମହିଳା କମ୍ପାନୀରେ ଫସି ରହିଥିବାର ଖବର ପ୍ରକାଶିତ କରିଥିଲା । ଏହି ଖବର ସଂସ୍ଥା ଏହି ଶ୍ରମିକଙ୍କ ବିଷୟରେ ଓଡ଼ିଶା ସରକାରଙ୍କୁ ଟ୍ୱିଟ୍‌ ମାଧ୍ୟମରେ ଜଣାଇଥିଲା । ଅଭିନେତା ସୋନୁ ସୁଦ୍‌ ଯେତେବେଳେ ଏହି ପ୍ରବାସୀ ଓଡ଼ିଆ ମହିଳା ଶ୍ରମିକଙ୍କ ବିଷୟରେ ଜାଣିଲେ , ସେମାନଙ୍କ ପାଇଁ ଚାର୍ଟରଡ୍‌ ଫ୍ଲାଇଟ୍‌ର ବନ୍ଦୋବସ୍ତ କରିଥିଲେ । ଆଉ ଏହି ବିମାନର ସମସ୍ତ ଖର୍ଚ୍ଚ  ଅଭିନେତା ବହନ କରିଥିଲେ ।

ସୂଚନା ଯେ , ଅଭିନେତା  ସୋନୁ ସୁଦ୍‌  ବର୍ତ୍ତମାନ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜର ଘରକୁ ପଠାଇବାର ମହତ କାମ କରୁଛନ୍ତି । ଯାହାଙ୍କର କାମକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି । ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରି ଏବେ ସାରା ଦେଶରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ସୋନୁ ।  ଏହା ସହ  ଏହି ଅଭିନେତା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ରହିବାକୁ ମୁମ୍ୱାଇରେ ଥିବା ନିଜ ହୋଟେଲ୍‌ରେ ରୁମ୍‌ ଦେଇଛନ୍ତି ।

ସୂତ୍ରରୁ ପ୍ରକାଶ,  ଏହି ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିବା ପାଇଁ  ଓଡ଼ିଶା ସରକାର ଆବଶ୍ୟକୀୟ ଅନୁମତି ଦେଇଥିଲେ । କୋଚିରୁ  ଶ୍ରମିକଙ୍କୁ ନେଇ ଫେରିଥିବା ଏହି ବିମାନଟି ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନ୍ୟାଲ ଏୟାରପୋର୍ଟରେ  ଶୁକ୍ରବାର ଦିନ ପାଖାପାଖି ସମୟ ୧୦.୩୦ରେ ପହଞ୍ଚିଥିଲା ।

   ସମ୍ବନ୍ଧିତ ଖବର


କୋଭିଡ କଟକଣା ଭିତରେ ପୂଜାହେଲା ସମଲେଶ୍ବରୀଙ୍କ ବଏଲ ପୂଜା…

କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ ଏହି ଟିଭି କଳାକାର, କାମ ବଦଳରେ ସାଥିରେ ଶୋଇବାକୁ କହିଥିଲେ ସିରିଏଲର ନିର୍ଦ୍ଦେଶକ…

କାଲିଠୁ ବଦଳିଯିବ ଏହି ୭ ନିୟମ, ବଢ଼ିପାରେ ଆପଣଙ୍କ ଖର୍ଚ୍ଚ

ଆୟରଲ୍ୟାଣ୍ଡରେ ଭାରତୀୟ ମହିଳା ଏବଂ ତାଙ୍କର ଦୁଇ ସନ୍ତାନଙ୍କୁ ନିର୍ମମ ହତ୍ୟା

ପପୁ ଯାଦବଙ୍କ ନିର୍ବାଚନୀ ସଭାର ମଞ୍ଚ ଭାଙ୍ଗିଲା, ହାତରେ ଫ୍ରାକଚର.. ଦେଖନ୍ତୁ ଭିଡିଓ

ଶଶୁରଙ୍କ ସହଥିଲା ଖରାପ ସମ୍ପର୍କ , ଗର୍ଭସ୍ଥ ଶିଶୁକୁ ପ୍ରସଙ୍ଗରେ ଶାଶୁଙ୍କସହ କଳି କରି ହତ୍ୟା କଲା ବୋହୁ