PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ନିର୍ବାଚନ ପ୍ରଚାର ବେଳେ ଦୁର୍ବ୍ୟବହାର କରିଥିବା ବ୍ୟକ୍ତିକୁ ଶକ୍ତ ଚାପୁଡା ଦେଲେ ଖୁସ୍ବୁ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ,୧୧।୪: ଅଭିନୟରୁ ରାଜନୀତିକୁ ଆସିଥିବା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। କୁହାଯାଉଛି ଯେ କଂଗ୍ରେସର ନେତ୍ରୀ ଖୁସବୁ ଜେଡିଏସ୍ ମେଣ୍ଟର ପ୍ରାର୍ଥୀ ରିଜବାନ ଅରଶଦଙ୍କ ପାଇଁ ଲୋକସଭା ନିର୍ବାଚନରେ ପ୍ରଚାର କରୁଥିବା ବେଳେ ଜଣେ ଯୁବକ ତାଙ୍କୁ ସହ ଦୁର୍ବ୍ୟବହାର କରିଥିଲେ। ତେବେ ଏହି ଦୁର୍ବ୍ୟବହାର ପାଇଁ ଖୁସବୁ ସେହି ଯୁବକଙ୍କୁ ଦେଇଥିଲେ ଏକ ଶକ୍ତ ଚାପୁଡା।  ଏବେ ଖୁସ୍ବୁଙ୍କ ଏହି ଚାପୁଡା ଦିଆ ଭିଡିଓ   ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ ରାଲି ପରେ ଖୁସ୍ବୁ, ରିଜଓ୍ବାନ ଓ ଶାନ୍ତିନଗର ବିଧାୟକଙ୍କ ସହ ନିଜ କାରକୁ ଯିବା ବେଳେ ତାଙ୍କ ପଛରେ ଥିବା ଜଣେ ଯୁବକ ତାଙ୍କ ସହ ଦୁର୍ବ୍ୟବହାର କରିଥିଲା।  କିନ୍ତୁ ଖୁସ୍ବୁ ହଠାତ୍‌ ସେ ବୁଲିପଡ଼ି ସେହି ବ୍ୟକ୍ତିକୁ ଏକ ଶକ୍ତ ଚାପୁଡା ଦେଇଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ଏହି ମାମଲାରେ ପରେ ପୋଲିସ ସ୍ଥିତିକୁ ସମ୍ଭାଳିବା ସହ ଉକ୍ତ ବ୍ୟକ୍ତିକୁ ରାଲିରୁ ବାହାର କରିଦେଇଥିଲା। ଏହି ଘଟଣା ବାବଦରେ ଖୁସ୍‌ବୁ କହିଛନ୍ତି, ସେ ମୋ ଦେହକୁ ଖରାପ ଢଙ୍ଗରେ  ଛୁଇଁବାର ଚେଷ୍ଟା କରୁଥିଲା। ଏପରି ସେ ଦୁଇଥର କରିବା ପରେ ମୁଁ ବୁଲିପଡ଼ି ତାକୁ ଚାପୁଡ଼ା ମାରିଲି। ଉଲ୍ଳେଖନୀୟ ଯେ ପ୍ରାୟ ୨୦୦ରୁ ଅଧିକ ଫିଲ୍ମରେ ଖୁସ୍ବୁ କାମ କରିସାରିଛନ୍ତି। କଳାକାର ଜୀବନରେ ପରେ ଏବେ ରାଜନୀତିରେ ପାଦ ଥାପିଛନ୍ତି।