PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ସିନେ ଅଭିନେତ୍ରୀଙ୍କ ଆପାର୍ଟମେଣ୍ଟ ପଶି କାର ଭଙ୍ଗାରୁଜା କଲେ କିଛି ଯୁବକ, ପ୍ରେମ ବ୍ୟାପାରକୁ ନେଇ ଏହି ଭଳି କାଣ୍ଡ ଭିଆଇଥିବା ସନ୍ଦେହ

କଟକ,୦୧/୦୮: ବିଡ଼ାନାସୀରେ ରହୁଥିବା ଜଣେ ସିନେ ଅଭିନେତ୍ରୀଙ୍କ ଘରେ କିଛି ଯୁବକ ଆସି ଭଙ୍ଗାରୁଜା କରିଛନ୍ତି । ଆପାର୍ଟମେଣ୍ଟ ତଳେ ଥୁଆ ହୋଇଥିବା ଏକାଧିକ ଗାଡ଼ିକୁ ମଧ୍ୟ ଭଙ୍ଗାଯାଇଛି । ଏହି ଘଟଣା ନେଇ ଅଭିନେତ୍ରୀ ଜଣକ ସିଧାସଳଖ ଏତଲା ଦେଇନଥିଲେ ମଧ୍ୟ ଆପାର୍ଟମେଣ୍ଟର ଜଣେ ଯୁବକ ତାଙ୍କ କାର୍‌ ଭଙ୍ଗାକୁ ନେଇ ଏତଲା ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରେମ ବ୍ୟାପାରକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଛି । ଅଭିନେତ୍ରୀଙ୍କର ଜଣେ ପୁରୁଣା ପ୍ରେମିକ ଏହି କାଣ୍ଡ ଭିଆଇଥିବା ଓଲିଉଡ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି ।

ବିଡ଼ାନାସୀ ବନ୍ଧଛକ ପାଖରେ ଥିବା ଏକ ଆପାର୍ଟମେଣ୍ଟରେ ଜଣେ ଆଗଧାଡ଼ିର ସିନେ ଅଭିନେତ୍ରୀ ରହୁଛନ୍ତି । ଏହି ଅଭିନେତ୍ରୀ ଜଣକ ଓଡ଼ିଆ ସିନେ ଜଗତ ପାଇଁ ଚର୍ଚ୍ଚିତ ଚେହେରା । ତେବେ ଶନିବାର ଦିନ ସକାଳେ ଏକ କାର୍‌ରେ କିଛି ଯୁବକ ଉକ୍ତ ଆପାର୍ଟମେଣ୍ଟ ପାଖକୁ ଆସିଥିଲେ । ଏହା ପରେ ସଂପୃକ୍ତ ଯୁବକମାନେ ଆପାର୍ଟମେଣ୍ଟ ଭିତରକୁ ଯାଇ ଗାଳି ଗୁଲଜ କରିଥିଲେ । କିଛି ଫୋପଡ଼ା ଫିଙ୍ଗା ମଧ୍ୟ କରିଥିଲେ । ପରେ ତଳକୁ ଆସି ଏକ ମାରୁତି କାର୍‌କୁ ଭାଙ୍ଗି ଦେଇଥିଲେ । କିଛି ସମୟ ପରେ ସେହି ଯୁବକମାନେ ଘଟଣା ସ୍ଥଳରୁ ପଳାଇଥିଲେ । ତେବେ ଯୁବକମାନେ ସେଠାରେ ଏହି କାଣ୍ଡ ଭିଆଇବା ବେଳେ ଅଭିନେତ୍ରୀ ଜଣଙ୍କୁ ଇଙ୍ଗିତ କରି ଗାଳି କରିଥିଲେ ।

ଘଟଣା ପରେ ସେହି ଆପାର୍ଟମେଣ୍ଟର ଜଣେ ଯୁବକ ଆସି ଦେଖିଲେ କି ତାଙ୍କ କାର୍‌ ଭଙ୍ଗା ଯାଇଛି । ଏହା ପରେ ସେହି ଯୁବକ ଓ ଅଭିନେତ୍ରୀ ବିଡ଼ାନାସୀ ଥାନାକୁ ଯାଇ ଏତଲା ଦାୟର କରିଥିଲେ । ହେଲେ ଅଭିନେତ୍ରୀ ଜଣକ ସିଧାସଳଖ ଏହି ମାମଲା ଠାରୁ ଦୂରେଇ ରହି ସେହି ଯୁବକଙ୍କ ଜରିଆରେ ଏତଲା ଦେଇଛନ୍ତି ।

ଅନ୍ୟପଟେ ଏହି ଘଟଣା ପରେ ଏବେ ଓଲିଉଡ୍‌ ଏବଂ ସ୍ଥାନୀୟ ବିଡ଼ାନାସୀ ଅଞ୍ଚଳରେ ନାନାଦି ଚର୍ଚ୍ଚା ହେଉଛି । ଅଭିନେତ୍ରୀ ଜଣକ କୁଆଡ଼େ ସେଠାରେ ତାଙ୍କର ପୁରୁଷ ବନ୍ଧୁଙ୍କ ସହିତ ରହୁଥିଲେ । କିଛି ଦିନ ପୂର୍ବରୁ ଦୁହିଁଙ୍କର ବ୍ରେକ୍‌ଅପ୍‌ ହୋଇଯାଇଛି । ଅର୍ଥାତ୍‌ ବନ୍ଧୁତ୍ୱରେ ଫାଟ ପଡ଼ିଛି । ଫଳରେ ପୁରୁଷ ବନ୍ଧୁ ଜଣକ ସେ ସ୍ଥାନ ଛାଡ଼ି ପଳାଇଛନ୍ତି । ଆଉ ଏହି ପ୍ରେମ ସମ୍ପର୍କ ତୁଟିବା ଘଟଣାରେ ସେହି ପୁରୁଷ ବନ୍ଧୁ ଜଣକ ନିଜର କିଛି ସାଙ୍ଗମାନଙ୍କ ସହିତ ଆସି ଗାଳିମନ୍ଦ କରିବା ଓ ଭଙ୍ଗାରୁଜା କରିଥିବା ଚର୍ଚ୍ଚା ହେଉଛି । ତେବେ ଅନ୍ୟ ଜଣେ ଯୁବକଙ୍କର କାର୍‌କୁ କାହିଁକି ଭଙ୍ଗାଯାଇଛି ଓ ସେହି ଯୁବକଙ୍କର ଅଭିନେତ୍ରୀଙ୍କ ସହିତ କ’ଣ ସମ୍ପର୍କ ଅଛି ତାହା ଏଯାବତ ସ୍ପଷ୍ଟ ହୋଇନି । ଅନ୍ୟପଟେ ଘଟଣାକୁ ନେଇ ପୁଲିସ ମଧ୍ୟ ମୁହଁ ଖୋଲୁନି । ଜଣେ ଅଭିନେତ୍ରୀଙ୍କୁ ନେଇ ଏହି ବିବାଦ ହୋଇଥିବାରୁ ପୁଲିସ ମଧ୍ୟ ମାପିଚୁପି ଉତ୍ତର ଦେଉଛି ।