ଅନୁରାଗ କାଶ୍ୟପଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ଅଭିନେତ୍ରୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ଟ୍ୟାଗ୍‌

ମୁମ୍ବାଇ ୨୦।୯ : ଚର୍ଚ୍ଚିତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ବଲିଉଡ ଅଭିନେତ୍ରୀ ପାୟଲ ଘୋଷ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ପାୟଲ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ପାୟଲ ଘୋଷ ଟ୍ବିଟ୍‌ କରି କହିଛନ୍ତି ଯେ, ‘ଅନୁରାଗ କାଶ୍ୟପ ମୋ ସହ ଜୋର ଜବରଦସ୍ତି କରିଛନ୍ତି ଏବଂ ଅସଦାଚରଣ କରିଥିଲେ। କେବଳ ଏତିକି ନୁହେଁ ମୋ ପୋଷାକ କାଢ଼ିବାକୁ ମଧ୍ୟ ଚେଷ୍ଟା କରିଥିଲେ।’

ସେ ତାଙ୍କ ଟ୍ବିଟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପିଏମ୍‌ଓଙ୍କୁ ଟ୍ୟାଗ୍‌ କରିବା ସହ ଲେଖିଛନ୍ତି କି, ‘ଦୟାକରି ଏହି ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ଫଳରେ ଅନୁରାଗ କଶ୍ୟପଙ୍କ ପ୍ରକୃତ ଚେହେରା ସାମ୍ନାକୁ ଆସିପାରିବ। ମୋତେ ଜଣା କି ଏହି ବ୍ୟକ୍ତି ମୋତେ ଅସୁବିଧାରେ ପକାଇପାରନ୍ତି। ମୋତେ ସୁରକ୍ଷା ଦରକାର, ମୁଁ ଏବେ ବିପଦରେ ଅଛି। ଦୟାକରି ମୋତେ ସାହାଯ୍ୟ କରନ୍ତୁ।’

ଏକ ଭିଡିଓରେ ପାୟଲ ଘୋଷ କହିଛନ୍ତି ଯେ, ଅନୁରାଗ କାଶ୍ୟପ ତାଙ୍କୁ ବାଧ୍ୟ କରିଥିଲେ। ସେ କହିଛନ୍ତି, ‘ଅନୁରାଗ କାଶ୍ୟପ ମୋତେ କହିଥିଲେ ଯେ, ‘ମୋ ସହିତ କାମ କରୁଥିବା ଅଭିନେତ୍ରୀ ଯେମିତି କି ହୁମା କୁରେଶି, ରିଚା ଚଢ଼ା, ମାହି ଗିଲ କେବଳ ଗୋଟିଏ କଲ୍‌। ଯେତେବେଳେ ବି ମୁଁ ସେମାନଙ୍କୁ କଲି କରି ଡାକେ, ସେମାନେ ମୋ ପାଖକୁ ଦୌଡ଼ି ଆସନ୍ତି ।’

ପାୟଲ ଘୋଷ ହିନ୍ଦୀ, ଇଂରାଜୀ, ତେଲୁଗୁ ଏବଂ କନ୍ନଡ ଭାଷାରେ ଚଳଚ୍ଚିତ୍ର କରିଛନ୍ତି। ସେ ୨୦୦୮ ବ୍ରିଟିଶ ଟିଭି ଚଳଚ୍ଚିତ୍ର ଶାରପେ ପେରିଲରେ ଡେବ୍ୟୁ କରିଥିଲେ। ଏହା ବ୍ୟତୀତ ସେ ଧାରାବାହିକ ସାଥ ନିଭାନା ସାଥିଆରେ ମଧ୍ୟ କାମ କରିଛନ୍ତି।

   ସମ୍ବନ୍ଧିତ ଖବର


ସୋସିଆଲ ମିଡିଆରେ ନିଆଁ ଲଗାଇଲା କିମ୍ ଶର୍ମାଙ୍କ ବିକିନି ଅବତାର

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ