PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ବଲିଉଡ ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା ନେହେରୁ ବିରୋଧୀ ବୟାନ, ରାଜସ୍ଥାନରୁ ହେଲେ ଗିରଫ

ନୂଆଦିଲ୍ଲୀ ୧୬/୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଏବଂ ତାଙ୍କ ପିତା ମୋତିଲାଲ ନେହେରୁଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେବା ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ମହଙ୍ଗା ପଡ଼ିଛି । ରାଜସ୍ଥାନ ପୁଲିସ ପାୟଲଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଅହମ୍ମଦାବାଦରୁ ଗିରଫ କରିଛି ।

ପାୟଲ ଏକ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । ସେ ଟୁଇଟ୍‌ରେ କହିଛନ୍ତି, ‘ମୋତିଲାଲ ନେହରୁଙ୍କୁ ନେଇ ଏକ ଭିଡିଓ ସେୟାର କରିଥିବାରୁ ମୋତେ ଗିରଫ କରାଯାଇଛି । ମୁଁ କିନ୍ତୁ ଗୁଗୁଲ୍‌ ତଥ୍ୟ ଆଧାରରେ ଏହି ଭଡିଓ କରିଥିଲି । ବାକ୍‌ ସ୍ୱାଧୀନତା ଏଠି ହାସ୍ୟାସ୍ପଦ ମନେହେଉଛି’ ।

ଉଲ୍ଲେଖଯୋଗ୍ୟ ପାୟଲ ଗତ ସେପ୍ଟେମ୍ବର ୧ ତାରିଖରେ ନିଜର ଫେସବୁକ୍‌ରେ ଏକ ଭିଡିଓ ସେୟାର କରି କହିଥିଲେ ଯେ, ‘ମୋତେ ଲାଗୁଛି କଂଗ୍ରେସ ପରିବାର ତିନ୍‌ ତଲାକକୁ ଏଥିପାଇଁ ବିରୋଧ କରିଥିଲା କାହିଁକି ନା ମୋତିଲାଲ ନେହରୁଙ୍କର ୫ ଜଣ ସ୍ତ୍ରୀ ଥିଲେ । ଏହା ସହ ମୋତିଲାଲ ନେହରୁ ଜବହାରଲାଲ ନେହରୁଙ୍କର ସାବତ ପିତା ଥିଲେ’ । ପାୟଲଙ୍କ ଏଭଳି ଆପତ୍ତିଜନକ ମନ୍ତବ୍ୟକୁ ନେଇ ରାଜସ୍ଥାନ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଚାର୍ମେଶ ଶର୍ମା ବୁନ୍ଦି ଥାନାରେ ମାମଲା ଦାୟର କରିଥିଲେ । ଆଇଟି ଆଇନର ଧାରା ୬୬ ଏବଂ ୬୭ ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପୁଲିସ ପାୟଲଙ୍କୁ ନୋଟିସ ଜାରି କରି ଜବାବ ଦାଖଲ କରିବାକୁ କହିଥିଲେ । ମାତ୍ର ସେ କୌଣସି ଜବାବ ନଦେବାରୁ ରାଜସ୍ଥାନ ପୁଲିସ ଗୁଜରାଟ ଆସି ରବିବାର ତାଙ୍କୁ ନିଜ ପୈତୃକ ଘରୁ ଗିରଫ କରିଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ।

ସମ୍ବନ୍ଧିତ ଖବର