PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ମହଙ୍ଗା ପଡିଲା,ଅଭିନେତ୍ରୀ ପାୟଲ ରୋହତଗି ଗିରଫ

ନୂଆଦିଲ୍ଲୀ,୧୫।୧୨: ସବୁବେଳେ ବିବାଦର ପରିସରରେ ରହୁଥିବା ଅଭିନେତ୍ରୀ ପାୟଲ ରୋହତଗିଙ୍କୁ  ରାଜସ୍ଥାନର ବୁନ୍ଦି ପୋଲିସ ଗିରଫ କରିଛି। ଏପର ପାୟଲ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ  ଅହମ୍ମଦାବାଦରୁ ଗିରଫ କରାଯାଇଛି। ଏସମ୍ପର୍କରେ ପାୟଲଙ୍କ ଟ୍ବିଟର ଆକାଉଣ୍ଟରୁ ଏକ ଟ୍ବିଟ କରାଯାଇଛି ଓ ଏହା ସହିତ ବୁନ୍ଦି ପୋଲିସ ମଧ୍ୟ ଏହାର ସୂଚନା ଦେଇଛି।

ପାୟଲଙ୍କ ବିରୋଧରେ ଆଇଟି ଆକ୍ଟର ଧାରା ୬୬ ଓ  ୬୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି ବୋଲି ବୁନ୍ଦିର ଏସପି ମମତା ଗୁପ୍ତା ସୂଚନା ଦେଇଛନ୍ତି। ପାୟଲ  ନେହରୁଙ୍କୁ ନେଇ ଦେଇଥିବା ବିବାଦୀୟ ଟ୍ବିଟ ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଗିରଫ ହେବାପରେ ପାୟଲ ଟ୍ବିଟ୍ କରିଛନ୍ତୁ ଯେ,, ମୋତେ ମୋତି ଲାଲ ନେହରୁଙ୍କ ଉପରେ ତିଆରି କରାଯାଇଥିବା ଏକ ଭିଡିଓ ପାଇଁ ଗିରଫ କରାଯାଇଛି। ଭିଡିଓରେ ଦିଆଯାଇଥିବା ସୂଚନା ମୁଁ ଗୁଗୁଲରୁ ପାଇଥିଲା। କ’ଣ କାହାକୁ ସ୍ବାଧୀନ ଭାବରେ ମତବ୍ୟକ୍ତ କରିବାର ଅଧିକାର ନାହିଁ? ପାୟଲ ନିଜର ଏହି ଭିଡିଓକୁ ପିଏମଓ ଇଣ୍ଡିଆ ଓ ଗୃହ ମନ୍ତ୍ରଣାଳୟକୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

ଉଲ୍ଲେଖନୀୟ ଯେ, ସୋସିଆଲ ମିଡିଆରେ ୨୧ ସେପ୍ଟେମ୍ବର ୨୦୧୯ରେ ପାୟଲ ରୋହତଗିଙ୍କ  ପକ୍ଷରୁ ଭିଡିଓ  ପୋଷ୍ଟ କରାଯାଇଥିଲା। ଯେଉଁଥିରେ ପୂର୍ବତନ ସ୍ବାଧୀନତା ସଂଗ୍ରାମୀ ମୋତିଲାଲ ନେହରୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବହରଲାଲ ନେହରୁ ଓ ତାଙ୍କ ଝିଅ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ନେଇ ଆପତ୍ତିଜନକ ଶବ୍ଦର ବ୍ୟବହାର କରାଯାଇଥିଲା। ପାୟଲଙ୍କ ବିରୋଧରେ ସମାଜସେବୀ ଓ ୟୁଥ କଂଗ୍ରେସ ନେତା ଚର୍ମେଶ ଶର୍ମା ଅଭିଯୋଗ ରୁଜୁ କରିଥିଲେ।