PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୨୮ ପଜିଟିଭ୍ ଚିହ୍ନଟ
  • ||
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

ସୁଶାନ୍ତ ସିଂହ ହତ୍ୟା ମାମଲା : ସୁପ୍ରିମ୍‌କୋର୍ଟରେ ରିୟା କହିଲେ , ଆଉ ଦୁଇ ଜଣ ଅଭିନେତା ଆତ୍ମହତ୍ୟା କଲେ ତାଙ୍କର ଚର୍ଚ୍ଚା ହେଉନି, ମୋତେ କାହିଁକି ଦୋଷୀ କରାଯାଉଛି

ମୁମ୍ୱାଇ  – ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ସହ ଜଡ଼ିତ କେସ୍‌ରେ ଅଭିନେତ୍ରୀ ରିୟା  ଚକ୍ରବର୍ତ୍ତୀ  ମିଡ଼ିଆ  ଟ୍ରାଏଲର ଦୋଷ ଲଗେଇଛନ୍ତି  । ରିୟା ଚକ୍ରବର୍ତ୍ତୀ  ସୁପ୍ରିମ୍‌କୋର୍ଟକୁ ଯାଇ କହିଛନ୍ତି  ମିଡ଼ିଆ ପ୍ରଥମରୁ ହିଁ ତାଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ଦାୟୀ କରୁଛି ।

ରିୟା ନିଜର ପିଟିସନରେ କହିଛନ୍ତି କି ମିଡ଼ିଆରେ ଏହି ଘଟଣାକୁ ନେଇ  ବାରମ୍ୱାର ଦୋଷୀ କରାଯାଉଥିବାରୁ ତାଙ୍କୁ ଗଭୀର ମାନସିକ ଯନ୍ତ୍ରଣା ହୋଇଛି ଏବଂ ତାଙ୍କର ପ୍ରାଇଭେସିର ଉଲଙ୍ଘନ ହୋଇଛି।  

ଦୋଷୀ ଲଗାଇବା ପୂର୍ବରୁ ଦୋଷୀ ହୋଇଗଲେ –

ଅଭିନେତ୍ରୀ ରିୟା କହିଛନ୍ତି କି , ଏହି ଘଟଣାକୁ ମିଡ଼ିଆରେ ବଡ଼ ଆକାରରେ ଅତି ରଞ୍ଜିତ କରି ଦେଖାଯାଉଛି । ମିଡ଼ିଆ ଏହି ମାମଲାରେ ତନ୍ନତନ୍ନ ପରୀକ୍ଷା କରିବା ସହ ସାକ୍ଷୀଙ୍କୁ କହିବାକୁ ବାଧ୍ୟ କରୁଛି । ପିଟିସନ୍‌ରେ ସୁପ୍ରିମ୍‌କୋର୍ଟଙ୍କ ଠାରୁ କୁହାଗଲା କି ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ  ମାମଲାରେ କୌଣସି ଅଭିଯୋଗ ଲଗାଯିବା ପୂର୍ବରୁ ମିଡ଼ିଆ ରିୟା ଚକ୍ରବର୍ତ୍ତୀଙ୍କୁ ଦୋଷୀ କରାଇ ଦେଇଛି ।   

ରିୟା ନିଜର ଆଫିଡେଭିଟ୍‌ରେ ସିବିଆଇ ଯାଞ୍ଚର ମଧ୍ୟ ବିରୋଧ କରିଛନ୍ତି । ପିଟିସନରେ ଏହା ମଧ୍ୟ କୁହାଯାଇଛି କି  ଏହି ମାମଲାରେ ବିହାର ରାଜ୍ୟ ମାମଲାକୁ ମୁମ୍ୱାଇ ଟ୍ରାନ୍ସଫର କରିବା ବଦଳରେ ପାଟନା ଟ୍ରାନ୍ସଫର  କରି ଭୁଲ ଉପାୟରେ କାମ କରିଛି ।  ସିବିଆଇକୁ କେସ୍‌ ଟ୍ରାନ୍ସଫର କରିବାର ନିୟମ ରହିଛି ।

ଆଉ ୨ ଅଭିନେତା  ଆତ୍ମହତ୍ୟା କରିଛନ୍ତି , ତାଙ୍କର ଚର୍ଚ୍ଚା ହେଉନି –

 ରିୟା ଚକ୍ରବର୍ତ୍ତୀ ନିଜର ଆଫିଡେଭିଟ୍‌ରେ କହିଛନ୍ତି , ଗତ ୩୦ ଦିନରେ ଦୁଇ ଅଭିନେତା ଆଶୁତୋଷ ଭାକରେ ଓ ସମୀର ଶର୍ମା ମଧ୍ୟ ଆତ୍ମହତ୍ୟା କରିଛନ୍ତି , ହେଲେ  ମିଡ଼ିଆ ଏହାର  କୌଣସି ଖବର ଦେଖାଉନି । ରିୟା ନିଜର ଆଫିଡେଭିଟ୍‌ରେ କହିଛନ୍ତି କି  ସୁଶାନ୍ତ ସିଂହଙ୍କର ଦୁଃଖଦ ମୃତ୍ୟୁରେ ଯାଞ୍ଚକୁ ନେଇ  ଏଥିପାଇଁ ତୁଳନା କରାଯାଉଛି , କାରଣ ଆସନ୍ତା  ଦିନରେ  ନିର୍ବାଚନ ଅଛି। ଏହି ମାମଲାରେ ଚାଲୁଥିବା ମିଡ଼ିଆ ଟ୍ରାଏଲକୁ  ବନ୍ଦ କରିବା ଦାବିକୁ ନେଇ ରିୟା କହିଛନ୍ତି କି  ୨ଜି ଘୋଟାଲ ଓ ଆରୁଷି କେସ୍‌‌ରେ ମିଡ଼ିଆ ଟ୍ରାଏଲ୍‌ରେ ଯେଉଁ ଲୋକଙ୍କୁ ଦୋଷୀ କରାଯାଇଥିଲା , କିନ୍ତୁ କୋର୍ଟରେ ଚାଲିଥିବା ଟ୍ରାଏଲ୍‌ରେ  ସେହି ଲୋକଙ୍କୁ  ଦୋଷ ମୁକ୍ତ କରାଯାଇଥିଲା ।  ସୁପ୍ରିମ୍‌କୋର୍ଟ  ଏହି ବିଷୟ ଉପରେ ବି ବିଚାର କରିବ ।

ଅଭିନେତ୍ରୀ ରିୟା ଆହୁରି ମଧ୍ୟ କହିଛନ୍ତି କି , ଏହି ମାମଲାରେ ବିହାର ପୁଲିସ୍‌ର ଯାଞ୍ଚ କରିବାର ଅଧିକାର ନୁହେଁ । ହଜାର କୋଟିର ତଦନ୍ତ କରୁଥିବା ଇଡି  ଓ ସିବିଆଇର ତଦନ୍ତ କେବେ ଦିନର ଆଲୋକ ଦେଖିପାରିବ ନାହିଁ ।

ରିୟାଙ୍କର କହିବା ହେଲା  ଯଦି ସୁପ୍ରିମକୋର୍ଟ, ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ପାଇଁ  ସିବିଆଇ ତଦନ୍ତର ଆଦେଶ ଦେଉଛନ୍ତି ତ ମୋକ କୌଣସି ଆପତ୍ତି ହେବ ନାହିଁ ।  

ସମ୍ବନ୍ଧିତ ଖବର