PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଅଭିନୟକୁ ଫେରିଲେ ନାୟିକା ରିଙ୍କି, ଲକ୍‌ଡାଉନ୍‌ ସଙ୍କଟରେ ବୃତ୍ତି ହରାଇ ବିକୁଥିଲେ ଫଳ

ଭୁବନେଶ୍ୱର,୦୬/୦୮: ମହାମାରୀ କରୋନା ଯୋଗୁ ଅଭାବରେ ପଡ଼ି ରାସ୍ତାରେ ଫଳ ବିକ୍ରି କରୁଥିବା ଅଭିନେତ୍ରୀ ପ୍ରତିଭା ମହାରଣା ଓରଫ୍‌ ରିଙ୍କି ଟିଭି ପରଦାକୁ ଫେରିଛନ୍ତି । ତାଙ୍କୁ ସୁଯୋଗ ଦେଇଛି ତରଙ୍ଗ ଟିଭି । ସନ୍ଧ୍ୟା ୭ଟାରେ ପ୍ରସାରିତ ହେଉଥିବା ଧାରାବାହିକ ‘ମାୟା’ରେ ସେ ଅଳକା ଚରିତ୍ରରେ ଅଭିନୟ କରୁଛନ୍ତି । ଏହା ଫଳରେ ସେ ତାଙ୍କ ପୁରୁଣା ଦିନକୁ ଫେରି ପାଇଛନ୍ତି । ପୁଣିଥରେ ମୁହଁରେ ରଙ୍ଗ ମାଖି ରଙ୍ଗୀନ ପରଦାରେ ଚମକିଛନ୍ତି ସେ । ରିଙ୍କିଙ୍କ ଏହି ଭାଗ୍ୟ ବଦଳିବା ପଛରେ ରହିଛି ଗୋଟିଏ ଟ୍ୱିଟ୍‌ ।

ଲକ୍‌ଡାଉନ୍‌ରେ ଫଳ ବେପାର କରୁଥିବା ଏବଂ ରୋଗାକ୍ରାନ୍ତ ବାପା-ମା’ଙ୍କ ଦୁଃଖ କାହାଣୀ ସାମ୍ନାକୁ ଆସିବା ବେଳେ ଚର୍ଚ୍ଚାକୁ ଆସିଥିଲେ ରିଙ୍କି । ଏନେଇ ଖବର ପ୍ରକାଶ ପାଇବା ପରେ ସତ୍ୟବ୍ରତ ନାୟକ ନାମକ ଜଣେ ବ୍ୟକ୍ତି ଟ୍ୱିଟର୍‌ରେ ରିଙ୍କିଙ୍କୁ ତରଙ୍ଗରେ ସୁଯୋଗ ମିଳୁ ବୋଲି ଓଟିଭି ନିର୍ଦ୍ଦେଶିକାଙ୍କୁ ଟ୍ୱିଟ୍‌ କରିଥିଲେ ।

ଶେଷରେ ରିଙ୍କିଙ୍କୁ ସୁଯୋଗ ମିଳିଛି । ନିର୍ଦ୍ଦେଶିକା ଧାରାବାହିକରେ ରିଙ୍କିଙ୍କ ଅଭିନୀତ ଏକ ଭିଡିଓ କ୍ଲିପ୍‌କୁ ଟ୍ୱିଟ୍‌ କରି କହିଛନ୍ତି, ଚିହ୍ନିଲେ ଦେଖି ଏ ମହିଳା ଜଣକ କିଏ? ଫେସ୍‌ବୁକ୍‌ରେ ସୁଟିଂ ସେଟ୍‌ରୁ ଏକ ଭିଡିଓ ଜାରି କରି ରିଙ୍କି ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ସୁଯୋଗ ଲାଗି ଆଜୀବନ ଋଣୀ ରହିବି ବୋଲି କହିଛନ୍ତି । ଏପରିକି ତାଙ୍କ ପୂର୍ବରୁ ଧାରାବାହିକରେ ଯିଏ ସେ ଚରିତ୍ରରେ ଅଭିନୟ କରୁଥିଲେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗକୁ ଶତପ୍ରତିଶତ ଭଲ ଅଭିନୟ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।