ବର୍ଷାରେ ଭିଜି ନାଚିଲେ ଏହି ଅଭିନେତ୍ରୀ, ଭିଡିଓ ଭାଇରାଲ

ମୁମ୍ବାଇ ୯/୯: ଯେଉଁଠି ଲଗାତର ବର୍ଷାରେ ଅଧାଦେଶ ଚିନ୍ତାରେ ସେତେବେଳେ ଜଣେ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ ହେଉଛି ଯିଏ କି ବାଲକୋନୀରେ ଡ୍ୟାନ୍ସ କରୁଛନ୍ତି । ଆମେ କହୁଛୁ ବଲିଉଡ ଓ ସାଉଥର ଫେମସ୍ ଅଭିନେତ୍ରୀ ଶ୍ରିୟା ସରନଙ୍କ କଥା । ତାଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଶ୍ରିୟା ସରନ ବର୍ଷାର ମଜା ନେଉଛନ୍ତି । ସେ ରୁମର ବାଲକୋନୀରେ ବର୍ଷାରେ ଓଦା ହୋଇ ଡ୍ୟାନ୍ସ କରିବାରେ ଲାଗିଛନ୍ତି  । ଏହି ଭିଡିଓକୁ ଶ୍ରିୟା ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ କେମିତି ଶ୍ରିୟା ବର୍ଷାରେ ନାଚୁଛନ୍ତି । ଶ୍ରିୟାଙ୍କ ଏହି ଭିଡିଓ ବାର୍ସିଲୋନାରେ । କ୍ୟାପ୍ସନରେ ଶ୍ରିୟା ଲେଖିଛନ୍ତି ଯେ ବାର୍ସିଲୋନାରେ ଆଉ ଏକ ରେନି ଡେ । କିଛି ଦିନ ତଳେ ଶ୍ରିୟାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ଏହି ଭିଡିଓରେ ସେ ସ୍ପେନରେ ଛୁଟି କଟାଇବାକୁ ଯାଇଥିଲେ ଏବଂ ବିକିନିରେ ଡ୍ୟାନ୍ସ କରୁଥିଲେ ।  

   ସମ୍ବନ୍ଧିତ ଖବର


ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ

ନେହା କକ୍କର ଓ ରୋହନପ୍ରୀତ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ , ଫଟୋ ଭାଇରାଲ

‘ତୋ ପାଇଁ କିଛି ବି’ ପାଇଁ ଭାଓଲିନ୍‌ ଟ୍ରେନିଂ ନେଉଛନ୍ତି ଓଲିଉଡର ଡନ୍

‘ଛଲାଙ୍ଗ’ ପାଇଁ ରାଜକୁମାରଙ୍କଠୁ ହରିଆଣ୍‌ଭି ଶିଖିଥିଲେ ନୁସ୍ରତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌