କରୋନା ଆକ୍ରାନ୍ତଙ୍କ ସେବା କରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଖା – ଅଭିନେତ୍ରୀରୁ ଏବେ ନର୍ସ ଭାବେ ସେବାରେ ନିୟୋଜିତ

CORONANEWS, coronaodisha, coronavirus, IndiaComeTogether, IndiaFightsCorona, IndiaFightsCoronavirus, JanataCurfew, jayhind, justagratitudetoallhealthworkers, lockdown, news, odisha, Odishanews, prameya, ThrottleSalute, ଓଡିଶା, ଓଡିଶାଖବର, ଓଡିଶାନ୍ୟୁଜ, ଓଡିଶାସମ୍ବାଦ, ଖବର, ପ୍ରମେୟ

ମୁମ୍ବଇ ମାର୍ଚ୍ଚ ୨୮ – ଏବେ ନିଜର ଶିକ୍ଷାକୁ ସେବାରେ ଲଗାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଖା ମାଲହୋତ୍ରା । ହିନ୍ଦୀ ଓ ରାଜସ୍ଥାନୀ ଭାଷାରେ ନିର୍ମିତ ସିନେମା କାଞ୍ଚିଲିରେ ଅଭିନେତ୍ରୀ ଭାବେ କାମ କରିଥିବା ଶିଖା ନର୍ସିଂ ଶିକ୍ଷା କରିଥିଲେ । ଅଭିନୟକୁ ଆସିବା ପୂର୍ବରୁ ସେ ଏହି ସେବାରେ ଥିଲେ । ମାତ୍ର ଏବେ ସେ କରୋନା ଆକ୍ରାନ୍ତଙ୍କ ସେବାରେ ପୁଣି ନିୟୋଜିତ ହୋଇଛନ୍ତି । ମୁମ୍ବାଇର ଏକ ହସ୍‌ପିଟାଲ୍‌ରେ ସେ ଏବେ କରୋନା ଆକ୍ରାନ୍ତଙ୍କ ସେବାରେ ଲାଗିଛନ୍ତି । ନର୍ସିଂ ପାଠ ପଢିବା ବେଳ ସମାଜ ସେବା ପାଇଁ ଶପଥ ନେଇଥିବାରୁ ଏବେ ତାହାକୁ କାର୍ଯ୍ୟରେ ଲଗାଉଛନ୍ତି ବୋଲି ସେ କହିଛନ୍ତି ।

ବଲିଉଡ୍‌ ଫଟୋଗ୍ରାଫର ଭାଇରାଲ୍‌ ଭୟାନି ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଶିଖାଙ୍କ ଏହି ଫଟୋରୁ ସେୟାର କରିଛନ୍ତି । ସାମାଜିକ ଗଣମାଧ୍ୟମରେ ସମସ୍ତେ ଶିଖାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଶିଖା ଏବେ ବାଲାସାହେବ୍‌ ଥାକରେ ଟ୍ରାଉମା ହସ୍‌ପିଟାଲ୍‌ରେ କାମ କରୁଛନ୍ତି । ଏହା ମୁମ୍ବଇର ଯୋଗେଶ୍ୱରୀ ଇଷ୍ଟରେ ଥିବା ଏହି ହସ୍‌ପିଟାଲ୍‌ରେ ସେ କରୋନା ଆକ୍ରାନ୍ତଙ୍କ ସେବା କରୁଛନ୍ତି ।

View this post on Instagram

She is an actress who was seen in the lead in the critically aclaimed film #Kannchli with actor #SanjayMishra . Shikha Malhotra joined the BMC-run trauma hospital in Jogeshwari as a volunteer nurse on Friday. She has also urged all retired doctors and nurses to join the fight against Coronavirus at this crucual time. Shikha completed her nursing course from Vardhman Mahavir Medical College and Safdarjung Hospital in New Delhi in 2014. As she moved towards acting, she never worked as one. BMC gave Shikha its approval letter and asked her to join the Hinduhrudaysamrat Balasaheb Thackeray Trauma Hospital in Jogeshwari East. She has been deputed in the isolation ward. "After passing the course in college, we had taken the oath to serve society. I think this is the time to do so," she says. #viralbhayani #CoronaVirus #covid2019 @viralbhayani

A post shared by Viral Bhayani (@viralbhayani) on

ଶିଖା ୨୦୧୪ ମସିହାରେ ଦିଲ୍ଲୀର ବର୍ଧମାନ ମାହାବୀର ମେଡିକାଲ୍‌ କଲେଜ୍‌ରୁ ନର୍ସିଂରେ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ଅଭିନୟକୁ ବାଛି ନେଇଥିଲେ । ଏବେ ସେ ମୁମ୍ବାଇ ମହାନଗରପାଳିକାର ହସ୍‌ପିଟାଲ୍‌ରେ କରୋନା ଆକ୍ରାନ୍ତଙ୍କ ସେବା କରନ୍ତୁ ।

   ସମ୍ବନ୍ଧିତ ଖବର


ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲସୋନାରୋ କରୋନା ସଂକ୍ରମିତ

ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଥର ଗାୟବ! ଦେଢ଼ଟି ପଦ୍ମ ପାଖୁଡ଼ା ନଥିବା ଅଭିଯୋଗ

ବିଶ୍ୱାସୀ ନୁହଁ ଡ୍ରାଗନ୍‌- ତୟାର ରହିଛନ୍ତି ଭରତୀୟ ଜବାନ୍‌: ବାୟୁସେନା ପକ୍ଷରୁ ଲଢୁଆ ବିମାନର ରାତ୍ରୀ କାଳିନ ପାଟ୍ରୋଲିଂ ଜାରି

ଖୁବ୍ ଶୀଘ୍ର ଲଞ୍ଚ୍ ହେବ ଇଲେକ୍ଟ୍ରିକ୍ ଭେଇକିଲ୍ Mahindra Atom, ଜାଣନ୍ତୁ ଦାମ୍ ଓ ଫିଚର୍ସ