କ୍ୟାରିୟରରେ ଆଉ ପାଦେ, ସିନେମା ଜଗତରେ ଏଣ୍ଟ୍ରି କଲେ ଚୁଲ୍ବୁଲି ସୋନମ୍

କଟକ ୨୦/୦୧: ମଡେଲିଂରେ ରୁଚି ରଖୁଥିବା ସୋନମ୍ ସବୁ କ୍ଷେତ୍ରରେ ଆଖିଦୃଶିଆ ସଫଳତା ପାଇଛନ୍ତି । ୨୦୨୦ରେ ଦିଲ୍ଲୀରେ ଅନୁଷ୍ଠିତ ମିସ୍ ଓଡ଼ିଶା ଇଣ୍ଟରନ୍ୟାସନାଲ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ବିଜୟିନୀ ହୋଇଥିଲେ । ମଡେଲିଂରୁ ଆଉ ପାଦେ ଆଗକୁ ଯାଇ ସେ ସିନେମା ଜଗତରେ ପ୍ରବେଶ କଲେ ।

ସମ୍ପ୍ରତି ନିର୍ମାଣ ସରିଥିବା ନୂଆ ଚଳଚ୍ଚିତ୍ର “ମିତାଲୀ ଅପା’ରେ ସେ ମୁଖ୍ୟ ଚରିତ୍ର ସାଜିଛନ୍ତି । ସିନେମା “ପ୍ରତ୍ୟାଘାତ’ରେ ସୋନମ୍ ନାୟିକା ଭାବେ ନଜର ଆସିଥିଲେ । ଓଟିଟି ଆଓ ନେକ୍ସଟ୍ରେ “କ୍ଲବ୍-୬୯’ରେ ସୋନମ୍ଙ୍କ ଅଭିନୟ ଦର୍ଶକଙ୍କୁ ଆକୃଷ୍ଟ କରିଛି ।

ଏହା ବ୍ୟତୀତ ପ୍ରସ୍ତୁତି ସରିଥିବା “ଗ୍ୟାଙ୍ଗ୍ସ ଅଫ୍ ପୁରୀ’ ୱେବ୍ ସିରିଜ୍ରେ ମଧ୍ୟ ଅଭିନେତା ହର ରଥଙ୍କ ସହ ସୋନମ୍ ପ୍ରମୁଖ ଚରିତ୍ରରେ ଅଛନ୍ତି । ସୁନ୍ଦର ଚେହେରା ସାଙ୍ଗକୁ ସୋନମ୍ଙ୍କ ନୃତ୍ୟ ଓ ଅଭିନୟ ଦକ୍ଷତା ତାଙ୍କୁ ଗୋଟିଏ ପରେ ଗୋଟିଏ ସିନେମାରେ ସୁଯୋଗ ଦେଉଛି । ଆଗକୁ ଆଉ କିଛି ସିନେମାର ଅଫର୍ ତାଙ୍କୁ ମିଳିଥିଲା ବେଳେ ମଡେଲିଂ ଲାଗି ବି ନିଜକୁ ପ୍ରସ୍ତୁତ କରୁଛନ୍ତି ସୋନମ୍ ।
