ଭାଜପା ପ୍ରଚାରରେ ବାହାରିଥିଲେ ଏହି ଅଭିନେତ୍ରୀ, ରାସ୍ତାରେ ହୋଇଗଲା ମୃତ୍ୟୁ, ଗର୍ଭରେ ଥିଲା ୭ମାସର ଛୁଆ

ମୁମ୍ବାଇ ୧୫।୪: ୯୦ଦଶକରେ ଏମିତି ଅନେକ ଫିଲ୍ମ ଆସିଥିଲା ଯାହାକୁ ବାରମ୍ବାର ବାରମ୍ବାର ଦେଖୁଥିଲେ ବି ଦର୍ଶକଙ୍କର ମନ ଭରୁନଥିଲା। ଏଥିମଧ୍ୟରୁ ଗୋଟିଏ ଫିଲ୍ମ ହେଉଛି ସୂର୍ଯ୍ୟବଂଶମ୍। ଯଦିଓ ଫିଲ୍ମ ରିଲିଜ ହେବା ସମୟରେ ଫ୍ଳପ୍ ହୋଇଯାଇଥିଲା କିନ୍ତୁ ୨୦ବର୍ଷ ପରେ ବି ଏହି ଫିଲ୍ମ ସବୁଠାରୁ ଚର୍ଚ୍ଚିତ ଫିଲ୍ମ ମଧ୍ୟରୁ ଗୋଟିଏ।

ଟିଭିରେ ଏହି ଫିଲ୍ମକୁ ପ୍ରତି ଦୁଇ ଚାରି ଦିନରେ ଥରେ ଦେଖିବାକୁ ମିଳେ। ଏମିତିକି ଏହାର ପ୍ରତିଟି ଚରିତ୍ର ଓ ଡାଇଲଗ୍କୁ ଦର୍ଶକ ମନେ ରଖି ସାରିବେଣି। ଏହି ଫିଲ୍ମରେ ଅଭିନେତା ଅମିତାଭ ବଚ୍ଚନଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ଭାବେ ସାଉଥ୍ ଇଣ୍ଡିଆନ ସୈାନ୍ଦର୍ଯ୍ୟା ରଘୁ ନଜର ଆସିଥିଲେ। ଫିଲ୍ମ ରିଲିଜ୍ ହେବାର ୫ବର୍ଷ ପରେ ସୈାନ୍ଦର୍ଯ୍ୟାଙ୍କର ମୃତ୍ୟୁ ହୋଇଥିଲା। ଯେତେବେଳେ ତାଙ୍କର ମୃତ୍ୟୁ ହୋଇଥିଲା ସେତେବେଳେ ସେ ଗର୍ଭବତୀ ଥିଲେ। ମାତ୍ର ଘରବାଲାଙ୍କୁ ତାଙ୍କ ଶବ ମିଳିନଥିଲା। ଏହା ୧୭ ଏପ୍ରିଲ ୨୦୦୪ ମସିହାର ଘଟଣା।

ସୈାନ୍ଦର୍ଯ୍ୟା ଭାରତୀୟ ଜନତା ପାର୍ଟି ଏବଂ ତେଲୁଗୁ ଦେଶମ ପାର୍ଟିର ନିର୍ବାଚନୀ ପ୍ରଚାର ପାଇଁ ବେଙ୍ଗାଲୁରୁରୁ ହେଲିକପ୍ଟରରେ ବାହାରିଥିଲେ। ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ସେହି ସମୟରେ ସୈାନ୍ଦର୍ଯ୍ୟାଙ୍କ ପେଟରେ ୭ମାସର ଛୁଆ ମଧ୍ୟ ଥିଲା।

ସୂଚନାଯୋଗ୍ୟ କି ମୃତ୍ୟୁର କିଛି ମାସ ପୂର୍ବରୁ ସୈାନ୍ଦର୍ଯ୍ୟା ଭାଜପାରେ ଯୋଗ ଦେଇଥିଲେ। ସେହି ସମୟରେ ସୈାନ୍ଦର୍ଯ୍ୟାଙ୍କ ବୟସ ୩୧ବର୍ଷ ହୋଇଥିଲା। ସୈାନ୍ଦର୍ଯ୍ୟା ଇଂଞ୍ଜିନିୟର ଜି. ଏସ୍ ରଘୁଙ୍କୁ ବିବାହ କରିଥିଲେ।
