PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଏୟାରପୋର୍ଟରେ ସବୁଥର ଚେକିଂ ନାଁରେ ମୋର ନକଲି ଗୋଡ କାଢୁଛନ୍ତି, ଦୁଃଖର ସହ ଅଭିନେତ୍ରୀ ସୁଧା ଚନ୍ଦ୍ରନ୍ ପ୍ରଧାନମନ୍ତ୍ରୀଙ୍କୁ କଲେ ଏହି ନିବେଦନ

ନୂଆଦିଲ୍ଲୀ,୨୨।୧୦: ଟେଲିଭିଜନ୍ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଓ ଡ୍ୟାନ୍ସର  ସୁଧା ଚନ୍ଦ୍ରନ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍ କରି ସ୍ବତନ୍ତ୍ର ଭାବରେ ଏକ ଅନୁରୋଧ କରିଛନ୍ତି। କାରଣ ସେ ଗତ କିଛି ବର୍ଷ ହେବ ଏକ ସମସ୍ୟା ଦେଇ ଗତି କରୁଛନ୍ତି। ଆଉ ଏଥିରେ ସେ ଏତେ ଅତିଷ୍ଠ ହୋଇଗଲେଣି ଯେ, ଶେଷରେ ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ ଲୋଡିଛନ୍ତି। ସୁଧା ସେୟାର କରିଥିବା ଏହି ଭିଡିଓରେ କହିଛନ୍ତି, ବହୁ ବର୍ଷ ହେବ ଏୟାରପୋର୍ଟରେ ସିକ୍ୟୁରିଟି ଚେକ୍ ବେଳେ ତାଙ୍କୁ ଖୁବ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।  ଯେତେଥର ସେ, ବିମାନରେ ଯାତ୍ରା କରନ୍ତି  ସୁରକ୍ଷାକର୍ମୀମାନେ ବାରମ୍ବାର ରୋକି ତାଙ୍କର ନକଲି ଗୋଡ ବାହାର କରି ଚେକିଂ କରନ୍ତି।

ଉଲ୍ଲେଖନୀୟ ଯେ, ସୁଧା ଚନ୍ଦ୍ରନ୍ ଏକ ସଡକ ଦୁର୍ଘଟଣାରେ ନିଜର ଗୋଟିଏ ଗୋଡ ହରାଇଛନ୍ତି। କୃତ୍ରିମ ଗୋଡ ଲଗାଇ ସେ ଅଭିନୟ ସହିତ ଖୁବ୍ ସୁନ୍ଦର ନୃତ୍ୟ ମଧ୍ୟ କରନ୍ତି। ସୁଧା କହିଛନ୍ତି, ଆର୍ଟିଫିସିଆଲ ଲିମ୍ବ ବା କୃତ୍ରିମ ଅଙ୍ଗକୁ ବାହାର କରିବାର ପକ୍ରିୟା ଖୁବ୍ କଷ୍ଟଦାୟକ ହୋଇଥାଏ । ସେ ବହୁବାର ଏୟାରପୋର୍ଟ ଅଧିକାରୀଙ୍କୁ ଇଟିଡି(ବିସ୍ଫୋରକ ଟ୍ରେକ୍ ଡିଟେକ୍ଟର)ର ବ୍ୟବହାର କରିବାକୁ ଅନୁରୋଧ କରନ୍ତି, କିନ୍ତୁ କେହି ତାଙ୍କ କଥା ଶୁଣନ୍ତି ନାହିଁ। ତାଙ୍କର କୃତ୍ରିମଗୋଡକୁ ସବୁଥର ଖୋଲି ଚେକିଂ ନିଆଯାଇଥାଏ।  

ସୁଧା ଇନଷ୍ଟାଗ୍ରାମ୍‌ରେ ଏହି ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ କହୁଛନ୍ତି, ଗୁଡ୍ ଇଭିନିଂ, ମୁଁ ଯାହା କରିବାକୁ ଯାଉଛି, ତାହା ମୋର ବ୍ୟକ୍ତିଗତ।  ମୁଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କହୁଛି, ମୁଁ ସୁଧା ଚନ୍ଦ୍ରନ। ଜଣେ ପ୍ରଫେସନାଲ ଡ୍ୟାନ୍ସର ଓ ଆକଟ୍ରେସ୍। ମୁଁ କୃତ୍ରିମ ଅଙ୍ଗ ଯୋଗେ ନୃତ୍ୟ କରି ଇତିହାସ ରଚିଛି। ହେଲେ ଯେତେଥର ବିମାନରେ ଯାତ୍ରା କରିଛି ଏୟାରପୋର୍ଟରେ ମୋତେ ରୋକି ଦିଆଯାଇଥାଏ। ମୋର କୃତ୍ରିମ ଅଙ୍ଗକୁ ଖୋଲି ଚେକିଂ କରାଯାଏ। କ’ଣ ଏହା ମାନବିକତା ଦୃଷ୍ଟିରୁ ଠିକ୍ କି ମୋଦିଜୀ? କ’ଣ ଏହା ଆମର ଦେଶ? କ’ଣ ଏହା ସେହି ସମ୍ମାନ, ଯାହା ଜଣେ ମହିଳା ଆମ ସମାଜର ଆଉ ଜଣେ ମହିଳାକୁ ଦିଏ? ମୋଦିଜୀ ଆପଣଙ୍କୁ ମୋର ବିନମ୍ର ନିବେଦନ  ଦୟାକରି ବରିଷ୍ଠ ନାଗରିକଙ୍କୁ ଏକ କାର୍ଡ ଦିଅନ୍ତୁ, ଯେଉଁଥି​‌ରେ ଲେଖାଥିବ ସେମାନେ ବରିଷ୍ଠ ନାଗରିକ। ସେଥିରେ ଲେଖାହେଉ ସ୍ପେଶାଲ ଚ୍ୟାଲେଞ୍ଜଡ୍। ଏହା ଖୁବ୍ ଲଜ୍ୟାଜନକ ଯେ, ବାରମ୍ବାର ଏଭଳି ସ୍ଥିତି ଦେଇ ମୁଁ ଗତିକରେ। ତେଣୁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।