PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଅଦା ଗଛର ମୂଳ ସଢିଯିବାରୁ ଚିନ୍ତାରେ ଚାଷୀ

କୋରାପୁଟ – ପ୍ରବଳ ବର୍ଷା ଯୋଗୁଁ କୋରାପୁଟରେ ଅଦା ଚାଷରେ ଏବେ ଚଡକ ପଡିଛି । ଅଦିନିଆ ବର୍ଷା ଯୋଗୁଁ କେତକ ଗଛର ମୂଳ ସଢି ଯାଇଥିବା ଚାଷୀମାନେ କହିଛନ୍ତି । ଏଥିପାଇଁ ଚିନ୍ତାରେ ଚାଷୀ । ଚାଷରେ ଲାଗିଥିବା ମୂଳ ଉଠିବା ନେଇ ଚାଷୀ ଚିନ୍ତାରେ ରହିଛି ।

ଗତ ଅଗଷ୍ଟ ଆରମ୍ଭରୁ ଜିଲ୍ଲାରେ ବର୍ଷା ଲାଗି ରହିଛି । ଫଳରେ ଅଦା ଚାଷରେ ମୂଳସଢା ରୋଗ ଦେଖା ଦେଇଛି । ଅଦା ଚାଷ ଉଜୁଡ଼ିବା ଆଶଙ୍କାରେ ଏବେ ଚାଷୀ । ଚାଷୀ ଏବେ ଚିନ୍ତାରେ ପଡିଛି । ବିଷେଶକରି ଜିଲ୍ଲାର ପଟ୍ଟାଙ୍ଗି ସେମିଳିଗୁଡା,ନନ୍ଦପୁର ଅଞ୍ଚଳରେ ଏବେ ଅଦା ଚାଷରେ ମୂଳସଢା ରୋଗ ଚାଷୀର ଚିନ୍ତା ବଢାଇଛି । କୋରାପୁଟ ଜିଲ୍ଲାରେ ଉତ୍ପାଦିତ ହେଉଥବା ଅଦାର ବାହାର ବଜାରରେ ଭଲ ଚାହିଦା ରହିଛି ।


ତାଣୁ ଜିଲ୍ଲାରେ ଚଳିତ ବର୍ଷ ୩ହଜାର ୫ଶହ ହେକ୍ଟର ଜମିରେ ଚାଷୀ ଅଦା ଚାଷ ଥିଲେ । ଚଳିତ ବର୍ଷ ଅଦାଚାଷ ପାଇଁ ପାଗ ଅନୁକୂଳ ରହିଥୁବାରୁ ଜିଲ୍ଲାରେ ଅଦା ଚାଷ ଭଲ ହୋଇଥିଲା । ଗତ ବର୍ଷି ଠାରୁ ଅଧକ ଜମିରେ ଅଦାଚାଷ କରାଯାଇ ଯାରିଥିଲା । କିନ୍ତୁ ଗତ ଅଗଷ୍ଟ ମାସରୁ ଜିଲ୍ଲାରେ ବର୍ଷା ଲାଗି ରହିବାରୁ ଏବେ ଅଦା ଚାଷ ଏକ ପ୍ରକାର ନଷ୍ଟ ହୋଇଛି ଚାଷରେ ରୋଗ ଲାଗିଛି । ବର୍ଷା ଯୋଗୁ ଗଛ ମୂଳ ପୋଚା ହୋଇ ଯାଇଛି ।

ମୂଳ ଅଦା କାଢିଲେ ଗନ୍ଧ ହେଉଛି । ଚାଷୀ ଔଷଧ ,ସ୍ପ୍ରେ କରିବା କଥା ମାତ୍ର ତାହା କରୁ ନଥିବା କୃଷି ଅଧିକାରୀ କହିଛନ୍ତି । ସେମିଳିଗୁଡାରେ ୭୫୦ ହେକ୍ଟର, ନନ୍ଦପୁର ବ୍ଲକରେ ୭୦୦ ହେକ୍ଟର, ଲମତାପୁଟ ବ୍ଲକରେ ୪୫୦ ହେକ୍ଟର କୋରାପୁଟରେ ୩୫୦ ଏବଂ ଦଶମନ୍ତପୁର ବ୍ଲକରେ ୨୫୦ ଲକ୍ଷ୍ମୀପୁରରେ ୧୫୦ ହେକ୍ଟର ଚାଷ ଜମିରେ ଅଦା ଚାଷ କରାଯାଇଛି । ହେଲେ ଏବେ ଚିନ୍ତାରେ ଚାଷୀ ।